ଏଟିଏମ କାର୍ଡ ଚୋରି କରି ଲୁଟ ଘଟଣାରେ ପଶ୍ଚିମବଙ୍ଗର ୩ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କା ଜବତ

Published: May 8, 2025, 8:13 am IST

ଖୋର୍ଦ୍ଧା: ବିଭିନ୍ନ ସମୟରେ ଅଶିକ୍ଷିତ କିମ୍ବା ବୃଦ୍ଧବୃଦ୍ଧା ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ର ତିନି ସାଇବର ଲୁଟେରା ବିଭିନ୍ନ କାଉଣ୍ଟରରେ ତୀକ୍ଷ୍ନ ନଜର ରଖି ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ ଲୁଟ କରିବାରେ ସଫଳ ହୋଇଥିଲେ।

ଗତ ତିନିମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାର ଜଂକିଆ, ନାଚୁଣୀ, ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହୋଇ ଆସୁଥିଲା। ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇ ତାଙ୍କ ଠାରୁ ୫୧ଟି ଏଟିଏମ୍ କାର୍ଡ ଜବତ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି।

ଅନ୍ୟ ଏକ ଘଟଣାରେ ବାଲୁଗାଁରେ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ସୋ ରୁମ୍ ରୁ ଗତ ୨ ତାରିଖ ରାତିରେ ଚୋରି ହୋଇଥିବା ୭୦ଗ୍ରାମ ସୁନା, ୪କିଲୋ ରୂପା ସାମଗ୍ରୀ, ୨୦୦ଗ୍ରାମ ସୁନା ଅଳଙ୍କାରଙ୍କୁ ପୋଲିସ ଧରିବାରେ ସଫଳ ହେବା ସହ ଦୁଇଜଣଙ୍କୁ ଗିରଫ କରିଛି ବୋଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related posts