ପୋଖରୀରେ ବୁଡ଼ି ଜଣେ ମୃତ

Published: Jul 3, 2025, 1:16 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ଅପରାହ୍ନରେ କୁକୁଡ଼ାଖଣ୍ଡି କରଣ ସାହିର ଶିବରାମ କୋଠିଆ ନାମକ ଜଣେ ବ୍ୟକ୍ତି ଅକାଳ ମୃତ୍ୟୁବରଣ କରିଛନ୍ତି। ଖବରରୁ ପ୍ରକାଶ ଯେ, ମୃତ ଶିବରାମ ସବୁଦିନ ଭଳି ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଅଚାନକ ଗୋଡ ଖସି ବନ୍ଧ ଭିତରକୁ ଚାଲିଯାଇଥିଲା। ନିକଟରେ ଥିବା ଜଣେ ମହିଳା ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ଅଗ୍ନିଶମ ବିଭାଗ ସହ ପୋଖରୀରେ ପ୍ରାୟ ତିନି ଘଣ୍ଟା ଖୋଜିବା ପରେ ତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଶିବରାମଙ୍କର ମୃତ୍ୟୁ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ପୋଲିସ ସହାୟତାରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts