Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଓ ଦାୟିତ୍ଵ ଗ୍ରହଣ ଉତ୍ସବ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଓ ଦାୟିତ୍ଵ ଗ୍ରହଣ ଉତ୍ସବ

July 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ଅବସର ଗ୍ରହଣ କରିଛନ୍ତି ଓ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏ ଉପଲକ୍ଷେ ଡ଼. ବର୍ମାଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଆଦିତ୍ୟ ସାରଥୀ ବେଦମତ୍ତା ସଂଯୋଜନା କରି ସଭାର ଉଦ୍ଦେଶ୍ୟ ବର୍ଣାନକରିବା ପରେ ମହାବିଦ୍ୟାଳୟର ଅନେକ କର୍ମଚାରୀ ବିଦାୟୀ ଦୁଇ ଅଧ୍ୟକ୍ଷଙ୍କ ସହ ବିତାଇଥିବା ସ୍ମୃତି ଓ ଅନୁଭୂତି ରୋମନ୍ଥନ କରି ସେମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।

ବିଦାୟୀ ଅଧ୍ୟକ୍ଷଙ୍କ ପ୍ରଚେଷ୍ଟା ଓ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସାହାଯ୍ୟ ଓ ସହଯୋଗରେ ନାକ ଟିମ୍ ପରିଦର୍ଶନ କିପରି ସଫଳ ହୋଇଥିଲା ଏ ସମ୍ପର୍କରେ ପୁରାତନ ଛାତ୍ର ସଂଘର ସଭାପତି ଜିତେନ୍ଦ୍ର ଭୋଳ ଭାବ ବିହ୍ଵଳିତ ହୋଇ ବର୍ଣ୍ଣନା କରିଥିଲେ। ପୁରାତନ ଛାତ୍ର ସୁଶୀଲ ଅଗ୍ରୱାଲ ବିଦାୟୀ ଅଧ୍ୟକ୍ଷ ଓ ନୂତନ ଅଧ୍ୟକ୍ଷଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ବଉଳ, ବେଲ ଓ ବାଦାମ ବୃକ୍ଷ ରୋପଣ କରାଇ ଏହି ଗଛ ବଡ଼ ହେବା ଯାଏଁ ଏହାର ଦାୟିତ୍ଵ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପୁରାତନ ବଡ଼ବାବୁ ବିଜୟ କୁମାର ସାମନ୍ତରାୟ ପ୍ରକାଶ ପଟ୍ଟନାୟକଙ୍କ ସମେତ ଅନେକ ଶୁଭେଚ୍ଛୁ ଏହି ତିନିଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ ସୁଜାତା ମିଶ୍ର ପରିଶେଷରେ ଧନ୍ୟବାଦ୍ ପ୍ରଦାନ କରିଥିଲେ।ଶେଷରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ଦ୍ଵାରା ଉଭୟ ବିଦାୟୀ ଅଧ୍ୟକ୍ଷଙ୍କ ସମେତ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦିଆଯାଇ ଭୂରି ଭୋଜନରେ ଆପ୍ୟାୟିତ କରାଯାଇଥିଲା। ଏଥିରେ ଅଧ୍ୟାପକ ପ୍ରଶାନ୍ତ ହୋତା, କ୍ୟାପଟେନ ଗୁରୁ କିଶୋର ନାୟକ, ଦୁର୍ଯ୍ୟୋଧନ ସାହୁ, ସୁଧାଂଶୁ ଶେଖର ତ୍ରିପାଠୀ ଜାନକୀ ବଲ୍ଲଭ ଜେନା ପ୍ରମୁଖ ସହଯୋଗ କରିଥିଲେ।

ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାଣପୁର ଶାଖା ତରଫରୁ ସତ୍ୟ ନାରାୟନ ଷଡ଼ଙ୍ଗୀ, ବୈରାଗୀ ଚରଣ ବଳ, ଅଜୟ ଦାସ, କୈଳାସ ଖୁଣ୍ଟିଆ ପ୍ରମୁଖ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ଦାୟିତ୍ଵ ଗ୍ରହଣ ଉତ୍ସବ ବିଦାୟ ସମ୍ବର୍ଦ୍ଧନା ବିନାୟକ ହୋତା ଲକ୍ଷ୍ମୀ ପ୍ରସାଦ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର କ୍ଲଷ୍ଟରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ

August 2, 2025

ପିଏମ୍.ଶ୍ରୀ. ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୬୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ

July 29, 2025

ବାଣପୁର ଶିଶୁ ମନ୍ଦିରରେ ଆଇନ ସଚେତନତା କାର୍ଯ୍ୟକ୍ରମ

July 29, 2025

ଖୋର୍ଦ୍ଧା ବ୍ଲକ ଗୋଡ଼ିପଡା ଗ୍ରାମ ପଂଚାୟତରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

July 28, 2025
Latest News

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.