Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି
ଆଜିର ଖବର

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚିଲିକା/ବାଣପୁର: ଦୀର୍ଘ ବର୍ଷର ଦାବି ପୂରଣ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଖୋଲିବ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ କୋର୍ଟ (ଏଡିଜେ କୋର୍ଟ)। ଏ ନେଇ ଗତକାଲି ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଆଉ କିଛି ଦିନ ମଧ୍ୟରେ ବାଣପୁର କୋର୍ଟ ପରିସରରେ କାର୍ଯ୍ୟକ୍ଷମ ହେବ ନୂତନ ଏଡିଜେ କୋର୍ଟ। ବାଣପୁର, ବାଲୁଗାଁ, ନାଚୁଣୀ ଏବଂ ଟାଙ୍ଗୀ ଥାନା ଅଞ୍ଚଳର କିଛି ଅଂଶକୁ ନେଇ ଗଠିତ ହେବ ବାଣପୁର ଏଡିଜେ କୋର୍ଟ।

ତେବେ ଉକ୍ତ ନୂତନ ଏଡିଜେ କୋର୍ଟ ଦ୍ୱାରା ବହୁ ଲାଭବାନ ହେବେ ଜନସାଧାରଣ। ପୁର୍ବରୁ ଜଘନ୍ୟ ଅପରାଧ ଯେପରିକି ହତ୍ୟା, ହତ୍ୟା କରିବାକୁ ଉଦ୍ୟମ, ଡକାୟତି, ବଧୂ ହତ୍ୟା, ଅପହରଣ, ଦୁଷ୍କର୍ମ ଆଦି ଅପରାଧ ଗୁଡିକରେ ନ୍ୟାୟ ପାଇବା ପାଇଁ ଏବଂ ଦେୱାନୀ ମାମଲା ଅପିଲ ବିଚାର ପାଇଁ ବାଣପୁର, ବାଲୁଗାଁ, ନାଚୁଣୀ ଏବଂ ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ଦୀର୍ଘ ୩୨ ବର୍ଷ ହେଲା ସୁଦୂର ଖୋର୍ଦ୍ଧା ଦଉଡିବାକୁ ପଡୁଥିଲା। ଯାହାଦ୍ୱାରା ଅଯଥା ଖର୍ଚ୍ଚାନ୍ତ ହେବା ସହ ଜନସାଧାରଣଙ୍କର ବହୁ ସମୟ ନଷ୍ଟ ହେଉଥିଲା। କିନ୍ତୁ ନୂତନ ବାଣପୁର ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ଦ୍ୱାରା ଉକ୍ତ ସବୁ ସମସ୍ୟାରୁ ମୁକ୍ତି ମିଳିବା ସହ ଅପରାଧ ଗୁଡିକର ତ୍ୱରିତ ବିଚାର ମଧ୍ୟ ହୋଇପାରିବ।

ତେବେ ବାଣପୁରରେ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ କୋର୍ଟ (ଏଡିଜେ କୋର୍ଟ) ଖୋଲିବା ପାଇଁ ଦୀର୍ଘ ବର୍ଷ ହେଲା ଦୃଢ ଦାବି ହେଇଆସୁଥିବା ବେଳେ ଗତବର୍ଷ ନବ ନିର୍ବାଚିତ ନୂତନ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବାଣପୁର ଓକିଲ ସଂଘ। ମାନ୍ୟବର ମନ୍ତ୍ରୀ ଏହାକୁ ଅତି ଗୁରୁତର ସହ ନେଇ ଗତବର୍ଷ ବାଣପୁର ଓକିଲ ସଂଘର ୪୫ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଖୁବଶୀଘ୍ର ବାଣପୁରରେ ସ୍ଥାୟୀ ଏଡିଜେ କୋର୍ଟ ପ୍ରତିଷ୍ଠା ହେବାନେଇ ଘୋଷଣା କରିଥିଲେ।  ତେବେ ଦୀର୍ଘ ବର୍ଷର ବାଣପୁରବାସୀଙ୍କ ଦାବିକୁ ଆଇନ ମନ୍ତ୍ରୀ ପୂରଣ କରିଥିବାରୁ ବାଣପୁର ଓକିଲ ବୃନ୍ଦ ଏବଂ ଜନସାଧାରଣ ମାନ୍ୟବର ମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

ତେବେ ବାଣପୁରରେ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ କୋର୍ଟ (ଏଡିଜେ କୋର୍ଟ) ଖୋଲିବା ସୂଚନା ମିଳିଲା ପରେ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଆନନ୍ଦର ଲହରୀ ଖେଳିଯାଇଛି।

ଏଡ଼ିଜେ କୋର୍ଟ ଚିଲିକା ଟାଙ୍ଗୀ ନାଚୁଣୀ ପୃଥ୍ଵୀରାଜ ହରିଚନ୍ଦନ ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025
Latest News

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.