ଭୁବନେଶ୍ଵର: ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍-ପଲାସା ସେକ୍ସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ ହୋଇଛି।
ଟ୍ରେନଗୁଡିକ ବାତିଲ:
ତାରିଖ ୨୪.୦୯.୨୦୨୫ ପର୍ଯ୍ୟନ୍ତ ବାତିଲ ହେବାକୁ ଥିବା ଟ୍ରେନ
୧- ଟ୍ରେନ ନମ୍ବର ୬୮୪୧୯, ଭୁବନେଶ୍ୱର-ପଲାସା ମେମୁ ପାସେଞ୍ଜର ଶନିବାର, ରବିବାର, ସୋମବାର ଏବଂ ବୁଧବାର ବାତିଲ ରହିବ।
୨- ଟ୍ରେନ ନମ୍ବର ୬୮୪୨୦ , ପଲାସା – ଭୁବନେଶ୍ୱର ମେମୁ ପାସେଞ୍ଜର ରବିବାର, ସୋମବାର ମଙ୍ଗଳବାର ଏବଂ ଗୁରୁବାର ବାତିଲ ରହିବ।
୩- ଟ୍ରେନ ନମ୍ବର ୬୮୪୧୧/୬୮୪୧୨ , ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସେଞ୍ଜର ଶନିବାର, ରବିବାର, ସୋମବାର ଏବଂ ବୁଧବାର ବାତିଲ ରହିବ।
ଟ୍ରେନର ଗନ୍ତବ୍ୟସ୍ଥଳ ଆଗରୁ ବାତିଲ/ଉତ୍ପତ୍ତି:
ତାରିଖ ୨୪.୦୯.୨୦୨୫ ପର୍ଯ୍ୟନ୍ତ ଗନ୍ତବ୍ୟସ୍ଥଳ ଆଗରୁ ବାତିଲ/ଉତ୍ପତ୍ତି ହେବାକୁ ଥିବା ଟ୍ରେନ
୧. ଟ୍ରେନ ନମ୍ବର ୬୮୪୪୫, କଟକ-ପଲାସା ମେମୁ ଶନିବାର, ରବିବାର, ସୋମବାର ଏବଂ ବୁଧବାର ଦିନ ପଲାସା ପରିବର୍ତ୍ତେ ଇଚ୍ଛାପୁରମ ପର୍ଯ୍ୟନ୍ତ ଚଳାଚଳ କରିବ।।
୨. ଟ୍ରେନ ନମ୍ବର ୬୮୪୩୪ ଗୁଣୁପୁର-କଟକ ମେମୁ ରବିବାର, ସୋମବାର ମଙ୍ଗଳବାର ଏବଂ ଗୁରୁବାର ଦିନ ଗୁଣୁପୁର ପରିବର୍ତ୍ତେ ଇଚ୍ଛାପୁରମରୁ ଯାତ୍ରା ଆରମ୍ଭ କରିବ।
୩. ଟ୍ରେନ ନମ୍ବର ୫୮୫୩୧ ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ବୁଧବାର, ରବିବାର, ସୋମବାର ଏବଂ ଶନିବାର ଦିନ ବ୍ରହ୍ମପୁର ପରିବର୍ତ୍ତେ ପଲାସାରୁ ଯାତ୍ରା ଆରମ୍ଭ କରିବ।
୪. ଟ୍ରେନ ନମ୍ବର ୫୮୫୩୨, ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ମଙ୍ଗଳବାର, ଶନିବାର, ରବିବାର ଏବଂ ଶୁକ୍ରବାର ଦିନ ବ୍ରହ୍ମପୁର ପରିବର୍ତ୍ତେ ପଲାସା ପର୍ଯ୍ୟନ୍ତ ଚଳାଚଳ କରିବ।
ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ପରିବର୍ତ୍ତନଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ।