Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଉତ୍ସବ “ଆଗମନ୍- ୨୦୨୫”
ଆଞ୍ଚଳିକ

ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଉତ୍ସବ “ଆଗମନ୍- ୨୦୨୫”

August 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
"Aagman- 2025"
Welcome ceremony for new students of Global Institute of Management "Aagman- 2025"

ଭୁବନେଶ୍ବର: ହଂସପାଳସ୍ଥିତ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ନବାଗତ ଏମ୍.ବି.ଏ. ଏବଂ ଏମ.ସି.ଏ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ “ଆଗମନ୍- ୨୦୨୫” ମାଧ୍ୟମରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। ଏହି ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର (ଡାଃ) ଏନ୍.କେ.ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରି ଏମ୍.ବି.ଏ. ଏବଂ ଏମ.ସି.ଏ ପାଠ୍ୟକ୍ରମର ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଭିଷେକ କୁମାର ଆଚାର୍ଯ୍ୟ, (ମୁଖ୍ୟ ପରିଚାଳକ – ବିକ୍ରୟ ଏବଂ କାର୍ଯ୍ୟ, ରିଲାଏନ୍ସ ଜିଓ ଇନଫୋକମ୍ ଲି., ଓଡିଶା), ଅନୁଷ୍ଠାନର ଏବଂ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଏବଂ ଅମିତ ସରାଫ (ବ୍ୟବସାୟ ନେତୃତ୍ୱ ପ୍ରଶିକ୍ଷକ) ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସଫଳ ଲୋକମାନଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୃଙ୍ଖଳା ମାଧ୍ୟମରେ ସଫଳତା ପାଇପାରିବେ ବୋଲି ଉଦବୋଧନ ଦେଇଥିଲେ।

ଏହି ଉତ୍ସବରେ ଅନୁଷ୍ଠାନର ପରିଚାଳନା ସମିତିର ସଦସ୍ୟା ଗାୟତ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। ପରିଚାଳନା ବୋର୍ଡ ସଦସ୍ୟ ସଭ୍ୟା ମମତା ଦାସ୍ ଓ ଅନୁଷ୍ଠାନର ନିର୍ଦ୍ଦେଶକ ସି.ଏ. ସଂଗ୍ରାମ୍ କେଶରୀ ପଟ୍ଟନାଏକ ସମସ୍ତଙ୍କୁ ଶୁଭକାମନା ଦେଇଥିଲେ।

ଶେଷରେ ଅନୁଷ୍ଠାନର ଡିନ୍ ପ୍ରଫେସର ବିପୁଲ୍ କୁମାର ଧନ୍ୟବାଦ ଅର୍ପଣ ପରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

"Aagman- 2025" bhubaneswar Global Institute of Management M.B.A. M.C.A Welcome ceremony
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Latest News

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026

୪୮ ଘଣ୍ଟା ମଧ୍ୟରେ ବାତିଲ ହେଲେ ବିମାନ ଟିକେଟ୍ ପାଇଁ ଦେୟ ନାହିଁ: ନିୟମ ପରିବର୍ତ୍ତନ କଲା DGCA

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.