ଭୁବନେଶ୍ଵର: ପାର୍ବଣ ଋତୁ ପୂର୍ବରୁ କମିଶନରେଟ ପୋଲିସ ତତ୍ପରତା ଦେଖାଇଛି। ଗାଡିରେ ବିକଟାଳ ହର୍ନ ଲଗାଇଥିବା ଗାଡ଼ି ଉପରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗାଡ଼ିରୁ ବିକଟାଳ ହର୍ନ କାଢ଼ିବା ସହିତ ମୋଟା ଅଙ୍କର ଜରିମାନା କରିବାକୁ ଭୁବନେଶ୍ଵର ଟ୍ରାଫିକ ପୋଲିସ ନିଷ୍ପତ୍ତି ନେଇଛି।
ଏହି ପ୍ରରିପ୍ରେକ୍ଷୀରେ ଆଜି ୨୦୦ ଗାଡ଼ିରୁ ବିକଟାଳ ଶବ୍ଦ କରୁଥିବା ହର୍ନ ଖୋଲିବା ସହିତ ମୋଟା ଅଙ୍କର ଜରିମାନା ଲଗାଇଛି କମିଶନର ରେଟ ପୋଲିସ।