Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସେପ୍ଟେମ୍ବର ୧୬ରେ ଏଏନଟିଏଫ୍ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଉଦଘାଟନ କରିବେ ଗୃହମନ୍ତ୍ରୀ
ଜାତୀୟ ଖବର

ସେପ୍ଟେମ୍ବର ୧୬ରେ ଏଏନଟିଏଫ୍ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଉଦଘାଟନ କରିବେ ଗୃହମନ୍ତ୍ରୀ

September 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୃହମନ୍ତ୍ରୀ
ସେପ୍ଟେମ୍ବର ୧୬ରେ ଏଏନଟିଏଫ୍ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଉଦଘାଟନ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆସନ୍ତା ସେପ୍ଟେମ୍ବର ୧୬, ୨୦୨୫ରେ ନୂଆଦିଲ୍ଲୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀର ଉଦଘାଟନ କରିବେ। ଏହି ଅବସରରେ ସେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ବାର୍ଷିକ ରିପୋର୍ଟ-୨୦୨୪ ଉନ୍ମୋଚନ କରିବେ ଏବଂ ଅନଲାଇନରେ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଜାତୀୟ ଅଭିଯାନର ଶୁଭାରମ୍ଭ କରିବେ। ସେପ୍ଟେମ୍ବର ୧୬ ଓ ୧୭ରେ ହେବାକୁ ଥିବା ଏହି ସମ୍ମିଳନୀରେ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏଏନଟିଏଫ୍ ମୁଖ୍ୟମାନଙ୍କ ସହିତ ଅନ୍ୟାନ୍ୟ ସରକାରୀ ବିଭାଗର ଅଂଶୀଦାରମାନେ ଯୋଗଦେବେ।

ଏହି ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଶାମୁକ୍ତ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଏବଂ ଲକ୍ଷ୍ୟ ହାସଲ ପାଇଁ, ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଏକ ରଣନୈତିକ ମଞ୍ଚ ଭାବେ କାର୍ଯ୍ୟ କରିବ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି “ମିଳିତ ସଂକଳ୍ପ, ସହଭାଗୀ ଦାୟିତ୍ୱ”। ଏହି ସମ୍ମିଳନୀରେ ଦେଶରେ ନିଶାଦ୍ରବ୍ୟ ବିପଦର ମୁକାବିଲା ପାଇଁ ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କ ଦ୍ୱାରା କରାଯାଇଥିବା ସାମୂହିକ ପ୍ରୟାସର ଏକ ବିସ୍ତୃତ ସମୀକ୍ଷା ଏବଂ ବିଶ୍ଳେଷଣ କରାଯିବ ଏବଂ ଭବିଷ୍ୟତର ରୋଡମ୍ୟାପ୍ ଉପରେ ବିଚାର କରାଯିବ। ଏହି କାର୍ଯ୍ୟକ୍ରମ ସମୟରେ ନିଶା ସାମଗ୍ରୀ କାରବାର, ଚାହିଦା ହ୍ରାସ ଏବଂ କ୍ଷତି ହ୍ରାସର ବିଭିନ୍ନ ଦିଗ ଉପରେ ବିସ୍ତୃତ ବିଚାରବିମର୍ଶ କରାଯିବ, ଯେଉଁଥିରେ ଜାତୀୟ ସୁରକ୍ଷା ପ୍ରଭାବ ଏବଂ ଦେଶରେ ନିଶାଦ୍ରବ୍ୟ ଆଇନ ପ୍ରବର୍ତ୍ତନକୁ ମଜବୁତ କରିବା ପାଇଁ ନିଆଯିବାକୁ ଥିବା ପଦକ୍ଷେପ ମଧ୍ୟ ସାମିଲ ରହିଛି।

ଏହି କାର୍ଯ୍ୟକ୍ରମରେ ଛଅଟି ବୈଷୟିକ ଅଧିବେଶନ ଆୟୋଜିତ ହେବ, ସେଗୁଡିକ ହେଲା :

I. ନିଶାଦ୍ରବ୍ୟ ମୁକ୍ତ ଭାରତ @୨୦୪୭-ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ
II. ସମନ୍ୱିତ ଅନୁସନ୍ଧାନ-ଉପରୁ ତଳ ପର୍ଯ୍ୟନ୍ତ/ତଳରୁ ଉପର ପର୍ଯ୍ୟନ୍ତ ଆଭିମୁଖ୍ୟ
III. ପଳାତକମାନଙ୍କୁ ଟ୍ରାକ୍ କରିବା ଏବଂ ବିଦେଶୀ ଅପରାଧୀମାନଙ୍କୁ ନିୟନ୍ତ୍ରଣ କରିବା-ରଣନୈତିକ ଆଭିମୁଖ୍ୟ
IV. ପୂର୍ବସୂରୀ, ସିନ୍ଥେଟିକ୍ ଡ୍ରଗ୍ସ ଏବଂ କ୍ଲାନ୍ ଲ୍ୟାବ୍
V. ଡାର୍କ ୱେବ ଏବଂ କ୍ରିପ୍ଟୋକରେନ୍ସି ଅନୁସନ୍ଧାନ
VI. ବୈଶ୍ୱିକ ଚୋରାଚାଲାଣରେ ବହୁମୁଖୀ ଦିଗ

ବିଭିନ୍ନ ଅଂଶୀଦାରଙ୍କ ଶକ୍ତି ଆଧାରରେ ରଣନୀତି ପ୍ରସ୍ତୁତ କରି ଆଗକୁ ବଢ଼ିବା ଉଦ୍ଦେଶ୍ୟରେ ଏହି ବିଚାରବିମର୍ଶ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଫଳାଫଳ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏନସିବି ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ ଏକ ଭବିଷ୍ୟତ-ପ୍ରସ୍ତୁତ ଭାଗିଦାରୀର ପରିକଳ୍ପନା କରିଛନ୍ତି ଯାହା ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଚୋରାଚାଲାଣର ମୁକାବିଲା ପାଇଁ ପ୍ରଯୁକ୍ତିବିଦ୍ୟା, ଗୁଇନ୍ଦା ଏବଂ ଗୋଷ୍ଠୀ କାର୍ଯ୍ୟକୁ ଏକୀକୃତ କରେ।

ମୋଦୀ ସରକାର ନିଶାଦ୍ରବ୍ୟ ବିରୋଧରେ “ଶୂନ୍ୟ ସହନଶୀଳତା ନୀତି” ଗ୍ରହଣ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୨୦୨୧ ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଉତ୍ସର୍ଗୀକୃତ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅମିତ ଶାହ ଏପ୍ରିଲ ୨୦୨୩ ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଏଏନଟିଏଫ୍ ମୁଖ୍ୟଙ୍କ ପ୍ରଥମ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଥିଲେ।

ଅମିତ ଶାହ ଏଏନଟିଏଫ୍ ଗୃହ ମନ୍ତ୍ରଣାଳୟ ଗୃହମନ୍ତ୍ରୀ ଜାତୀୟ ସମ୍ମିଳନୀ ନିଶାମୁକ୍ତ ଭାରତ ସେପ୍ଟେମ୍ବର ୧୬
Share. Facebook Twitter LinkedIn Email WhatsApp Copy Link

Related Posts

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026
Latest News

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.