ବାଣପୁର: ମା’ ଭଗବତୀଙ୍କ ଶାରଦୀୟ ପର୍ବ ଆରମ୍ଭ ହୋଇଥିବା ବେଳେ ରବିବାର ପ୍ରଥମ ଦିବସରେ ଅଞ୍ଚଳବାସୀ ତଥା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେବାୟତଗଣ। ଏ ନେଇ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ମା’ଙ୍କ ସେବାୟତ ସଞ୍ଜୟ କୁମାର ମହାପାତ୍ର ଏବଂ ଅନ୍ୟ ସେବାୟତଗଣ। ସମସ୍ତଙ୍କୁ ଶାରଦୀୟ ପର୍ବର ଶୁଭେଚ୍ଛା ଜଣାଇବା ସହ ମନ୍ଦିରର ଉନ୍ନୟନ କାର୍ଯ୍ୟ ଦୃତଗତିରେ ଜାରି ରହିଥିବା ସୂଚନା ଦେଇଥିଲେ ସେବାୟତ।
ନିକଟରେ ସ୍ଥାନୀୟ ବିଧାୟକ ତଥା ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ଦିର ଗସ୍ତରେ ଆସି ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ ଏବଂ ଆସନ୍ତା ବର୍ଷ ସୁଦ୍ଧା ମା’ ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ଶେଷ ହେବ ବୋଲି କହିଥିଲେ। ମନ୍ଦିର ପରିସରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ, ଆଉ କେତେକ ପ୍ରକଳ୍ପ ନିର୍ମାଣଧୀନ ଥିବା ସୂଚନା ଦେଇଥିଲେ ସେବାୟତ। ତେବେ ମନ୍ଦିର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ଏଥିରେ ସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ଏବଂ ପୂର୍ତ୍ତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।