Foreign Tourist: ଓଡିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ୫୩ ହଜାରକୁ ଅତିକ୍ରମ କରିଯାଇଛି । ଏହା ସର୍ବାଧିକ। ସେହିଭଳି ଅନ୍ୟ ରାଜ୍ୟରୁ ବି ଓଡିଶାକୁ ପ୍ରାୟ ୪୪ଲକ୍ଷ ପର୍ଯ୍ୟଟକ ଆସିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୨୨ ମସିହାରୁ ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୨ରେ ରାଜ୍ୟକୁ ୨୨,୧୨୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୪୫ ହଜାରକୁ ଅତିକ୍ରମ କରିଥିଲା। ୨୦୨୪ରେ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୫୩,୩୦୨ ରହିଥିଲା । ସେହିଭଳି ଅନ୍ୟ ରାଜ୍ୟରୁ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବି ଏହି ତିନି ବର୍ଷରେ ବୃଦ୍ଧି ପାଇଛି ।
୨୦୨୨ରେ ଅନ୍ୟ ରାଜ୍ୟରୁ ଓଡିଶାକୁ ୩୧ଲକ୍ଷ ୪୭ହଜାର ପର୍ଯ୍ୟଟକ ଆସିଥିବାବେଳେ ୨୦୨୪ରେ ଏହି ସଂଖ୍ୟା ପ୍ରାୟ ୪୪ଲକ୍ଷ ଥିଲା। ରାଜ୍ୟ ଭିତରର ପର୍ଯ୍ୟଟକମାନେ ମଧ୍ୟ ଏହି ସମୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବହୁ ସଂଖ୍ୟାରେ ଯାଇଥିଲେ। ୨୦୨୨ରେ ଏହି ଧରଣର ପର୍ଯ୍ୟଟକଙ୍କ ସଂଖ୍ୟା ୪୭ଲକ୍ଷ ୨୦ହଜାର ଥିବାବେଳେ ୨୦୨୪ରେ ଏହା ୬୫ଲକ୍ଷ ୯୮ହଜାରକୁ ଅତିକ୍ରମ କରିଥିଲା।
ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩୭୮ଟି ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ଏବଂ ଏହିସବୁ ପର୍ଯ୍ୟଟନସ୍ଥଳୀ ଏବଂ ଅନ୍ୟାନ୍ୟ ସ୍ଥାନରେ ପର୍ଯ୍ୟଟକମାନଙ୍କ ରହିବାଲାଗି ବ୍ୟବସ୍ଥା ରହିଛି । ସେହିଭଳି ପର୍ଯ୍ୟଟକମାନଙ୍କ ସୁରକ୍ଷା ଲାଗି ୮ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ସ୍ୱତନ୍ତ୍ର ପର୍ଯ୍ୟଟକ ପୁଲିସ୍ ପ୍ରକୋଷ୍ଠ ପ୍ରତିଷ୍ଠା କରାଯାଇ ୭୨ ଜଣ ଟୁରିଷ୍ଟ ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
Vantara Rescue Rangers’ Returns With New Wildlife Adventures for Kids