ଭୁବନେଶ୍ୱର: ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ସିପିଆର ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ତଥା ୧୦୮ ଆମ୍ବୁଲାନ୍ସର ରାଜ୍ୟମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଯୋଗଦେଇ ସଭାର ଶୋଭା ମଣ୍ଡିତ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି, ଯାହା ଅକ୍ଟୋବର ୧୩ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳନ କରାଯିବ। ଯେଉଁଥିରେ ସାଧାରଣ ଜନତା କିପରି ଜଟିଳ ଜରୁରୀକାଳୀନ ପରିସ୍ଥିତିରେ ସିପିଆର ପ୍ରଣାଳୀର ଉପଯୋଗକରି ଏକ ମୂଲ୍ୟବାନ ଜୀବନ ବଞ୍ଚାଇପାରିବେ ତାହା ତାଲିମ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସର ଅଭିଜ୍ଞ ଡାକ୍ତରୀ ଦଳ ଉପସ୍ଥିତ ରହିଥିବା ବେଳେ ଇ.ଏମ.ଏଲ.ସି ଦଳର ସଦସ୍ୟ ଡାକ୍ତର ପଙ୍କଜ ସଚାନ ଏବଂ ପ୍ରମିତ ପ୍ରିୟଦର୍ଶନ ପଣ୍ଡା ଅଂଶଗ୍ରହଣକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।