Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ
ଆଞ୍ଚଳିକ

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ
ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

ବାଣପୁର: ଚ଼ିଲିକା ସାହିତ୍ୟ ସମାଜ ଓ ସାହିତ୍ୟ ସିନ୍ଦୁରା ଅନୁଷ୍ଠାନଙ୍କ ମିଳିତ ଆନୁକୂଲ୍ୟରେ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପଠାରେ ଡ଼ା.ରାଧାଚରଣ ପଣ୍ଡାଙ୍କ୫୧ତମ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ପତ୍ରକାର ନୃସିଂହ ପ୍ରସାଦ ମିଶ୍ର, ଡ଼ଃ ଚିନ୍ତାମଣି ମିଶ୍ର, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଡ଼ଃ ଚ଼ାନ୍ଦ କିଶୋର ତ୍ରିପାଠୀ, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଇଂଞ୍ଜିନିୟର୍ ଅଜୟ ଗୁମାନସିଂ, ଶିକ୍ଷାବିତ୍ ସ୍ଵାଧୀନ କୁମାର ପଣ୍ଡା, ରବୀନ୍ଦ୍ରନାଥ ମାନସିଂ, ଦିଲ୍ଲୀପ କୁମାର ହୋତା, ସୁଶାନ୍ତ ଦାଶ, ରମେଶ ମହାପାତ୍ର, ବୈରାଗୀ ଚ଼ରଣ ବଳ, ଲକ୍ଷ୍ମୀଧର ପ୍ରଧାନ, ସମାଜସେବୀ ପ୍ରଦୀପସ୍ଵାଇଁ, ସଂଧ୍ୟାଦେବୀ, ରଶ୍ମିରଞ୍ଜିତା ମିଶ୍ର, ଦିଗମ୍ବର ବିଶ୍ୱାଳ, ଅଶୋକ କୁମାର ପାଇକରାୟ ସହିତ ବହୁ ସାହିତ୍ୟିକ, ବୁଦ୍ଧି ଜୀବି ଯୋଗ ଦେଇ ଡ଼ାକ୍ତର ପଣ୍ଡାଙ୍କ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚ଼ାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପିଲାଟି ବେଳୁ ସେ କିପରି ପିତୃହୀନ ହୋଇ ବହୁ ଅଭାବ ଅନଟନ ଭିତରେ ବ୍ରିଟିଶ ଶାସନକାଳରେ ବିଶାଖାପାଟଣାର କିଙ୍ଗ ଜର୍ଜ ମେଡ଼ିକାଲ କଲେଜରୁ ପ୍ରଥମ ଓଡ଼ିଆ ଭାବରେ ଉତ୍ତୀର୍ଣ୍ଣଲାଭ କରିବାପରେ ଜନ୍ମଭୂମୀ ସୁଦର କୋରାପୁଟର ସୀମାବର୍ତ୍ତୀ ଅଞ୍ଚଳ ସେଲୁର୍ ପରିତ୍ୟାଗ କରି ପରାଧୀନ ଓଡ଼ିଶାର ଅବିଭକ୍ତ ପୁରୀ ଜିଲ୍ଲାର ବନ୍ୟା ପ୍ରପୀଡିତ ଦୁର୍ଗମଅଞ୍ଚଳରେ ସ୍ଵଳ୍ପ ପାରିଶ୍ରମିକରେ ରୋଗୀ ଚିକିତ୍ସା କରି ପ୍ରଶଂସା ଅର୍ଜନ କରିବାପରେ ଗାନ୍ଧୀ, ଗୋପବନ୍ଧୁ ଗୋଦାବରୀଶଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସରକାରୀ ଚାକିରି ଛାଡ଼ି ଚିଲିକାର ବାଲୁଗାଁ ବାଣପୁର ଅଞ୍ଚଳକୁ ନିଜର କର୍ମଭୂମୀ ଭାବରେ ବାଛି ନେଇ ମାତ୍ର ୧ଟଙ୍କାରେ ରୋଗୀ ଚିକିତ୍ସା ସହିତ, ସମାଜସେବା, ସାହିତ୍ୟସେବା, ୪୭ ଖଣ୍ଡପୁସ୍ତକ ରଚନା, ବାଣପୁରର ପ୍ରଥମଇତିହାସ ଭୂଗୋଳପୁସ୍ତକ ପ୍ରକାଶନ, ଶିକ୍ଷାନୁଷ୍ଠାନ ଗଠନ, ବୃକ୍ଷରୋପଣ, ଗାଁ ଗାଁରେ ରାସ୍ତା ନିର୍ମାଣ, ପାଠାଗାର ପ୍ରତିଷ୍ଠା ପରି ଅନେକ ଲୋକହିତକର କାର୍ଯ୍ୟ କରି ବାଲୁଗାଁ ବାଣପୁରବାସୀଙ୍କ ହୃଦୟରେ ଚ଼ିରକାଳ ସ୍ମୃତି ହୋଇ ରହିବେ ବୋଲି ପ୍ରକାଶ କରିଥିଲେ।

ମାଟି ପ୍ରତି ତାଙ୍କର ଏହି ଉତ୍ସର୍ଗୀକୃତ ସେବା ପାଇଁ ବାଲୁଗାଁ ଓଭରବ୍ରିଜ ଠାରୁ ବାଣପୁର ରାସ୍ତାକୁ ଡ଼ା ରାଧାଚରଣ ମାର୍ଗ ଭାବରେ ନାମକରଣ କରିବାକୁ ସରକାରଙ୍କୁ ଅନୁରୋଧ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା। ଶେଷରେ ସାହିତ୍ୟ ସିନ୍ଦୁରାର ଆବାହକ ଶିକ୍ଷାବିତ ଗୋଲକ ବିହାରୀ ପରୀଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଚିଲିକା ସାହିତ୍ୟ ସମାଜ ଡ଼ା ରାଧାଚରଣ ପଣ୍ଡା ବାଣପୁର ଶ୍ରାଦ୍ଧୋତ୍ସବ ସାହିତ୍ୟ ସିନ୍ଦୁରା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.