Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ନୂଆପଡାରେ ପ୍ରଚାର ଜୋରଦାର, ପୁଣିଥରେ ଶକ୍ତି ଦେଖାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ନିର୍ବାଚନ ଖବର

ନୂଆପଡାରେ ପ୍ରଚାର ଜୋରଦାର, ପୁଣିଥରେ ଶକ୍ତି ଦେଖାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

November 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡାରେ ପ୍ରଚାର ଜୋରଦାର
ନୂଆପଡାରେ ପ୍ରଚାର ଜୋରଦାର, ପୁଣିଥରେ ଦମଦାର ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନୂଆପଡାରେ ପ୍ରଚାର ଜୋରଦାର: ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଉପନିର୍ବାଚନ ପାଇଁ ଦମଦାର ପ୍ରଚାର କରିଛନ୍ତି। ଦ୍ବିତୀୟ ଥର ପାଇଁ ନବୀନ ନୂଆପଡା ଗସ୍ତ କରି ସେ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।ନବୀନ ପ୍ରଥମେ ଏକ ବିରାଟ ରୋଡ ସୋ ରେ ଯାଇ ଲୋକଙ୍କୁ ହାତ ହଲାଇ ସମର୍ଥନ ମାଗିଥିଲେ। ଏହି ସମୟରେ ଉଭୟ ପାର୍ଶ୍ବରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।

ନବୀନ ପ୍ରଥମେ ଖରିଆର ରୋଡ୍‌ ଥାନା ନିକଟସ୍ଥ ପଡ଼ିଆରେ ପହଞ୍ଚି ସେଠାରୁ ଏକ ରୋଡ୍‌ ସୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଯାଇଥିଲେ। ସେଠାର ପରକୋଡଠାରେ ଏକ ସଭାରେ ସେ ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଗତ ପ୍ରଚାର ବେଳେ ନବୀନ ଜୟ ଢୋଲକିଆଙ୍କୁ ବେଇମାନ ବୋଲି କହିଥିଲେ। ହେଲେ ଏଥର ସେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସେ ଜନସମାଗମକୁ ପ୍ରଶ୍ନ କରିଥିଲେ ଯେ, ୫୦୦ ଦିନରେ ଏ ସରକାର ଆପଣଙ୍କ ପାଇଁ କଣ କରିଛନ୍ତି? ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିଛି କି ବୋଲି ପଚାରିଥିଲେ ନବୀନ। କେବେ ମିଳିବ ସମସ୍ତଙ୍କୁ ୩ ହଜାର ୫୦୦ ଟଙ୍କା ପେନସନ ? ଯୁବକଙ୍କୁ ଚାକିରି ଓ ମିଶନ ଶକ୍ତି ମାଙ୍କୁ ଋଣ ମିଳିଲା କି ? କଟନି ଛଟନି ବନ୍ଦ ହେଲା କି ?ଏପରି ପ୍ରଶ୍ନରେ ଲୋକେ ଜୋରରେ ନାହିଁ ବୋଲି ଉତ୍ତର ରଖିଥିଲେ।

ସେହିପରି ନବୀନ କହିଥିଲେ ଯେ, ଆପଣମାନଙ୍କୁ ମିଳିଛି କେବଳ ଧୋକା ଧୋକା ଆଉ ଡବଲ ଧୋକା। ବିଏସକେଓ୍ବାଇରେ ସମସ୍ତଙ୍କୁ ସୁବିଧା ମିଳୁଥିଲା କିନ୍ତୁ ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି। ସରକାର ଭୋଟ ଚୋରି କରିକି ସରକାର କରିପାରିବେ, ପ୍ରାର୍ଥୀ ବି ଚୋରି କରିପାରିବେ କିନ୍ତୁ ଭୋଟ ପାଇବେ ନାହିଁ। ଆପଣମାନେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦିଅନ୍ତୁ ବୋଲି ନବୀନ କହିଥିଲେ।

ବର୍ତ୍ତମାନ ନୂଆପଡା ଉପନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାର ଜୋରଦାର ହୋଇଛି। ନବୀନ ଏଥିରେ ଦୁଇ ଥର ଗସ୍ତ କରିଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଣି ଥରେ ନୂଆପଡା ଗସ୍ତ କରିବେ। ଏହା ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ପ୍ରଚାର କରି ଫେରିଯାଇଛନ୍ତି। ସେହିପରି କଂଗ୍ରେସ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ମଧ୍ୟ ଶନିବାର ଦିନ ପ୍ରଚାରକୁ ଆସିବେ। ଆସନ୍ତା ଏଗାର ତାରିଖରେ ଭୋଟ ଗ୍ରହଣ ହେବ।

BJD NaveenPatnaik Nuapada Byelection ନବୀନ ପଟ୍ଟନାୟକ ନୂଆପଡା ଉପନିର୍ବାଚନ ନୂଆପଡାରେ ପ୍ରଚାର ଜୋରଦାର
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ଭାବରେ ସ୍ପନ୍ଦିତ ହେଲା ପରିବେଶ

November 7, 2025

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ଗଞ୍ଜାମରେ ଆରକ୍ଷୀ ବିଭାଗ ତରଫରୁ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ

November 7, 2025
Latest News

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ଭାବରେ ସ୍ପନ୍ଦିତ ହେଲା ପରିବେଶ

November 7, 2025

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.