ଭୁବନେଶ୍ବର: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ଘୋଷଣା ହୋଇଛି ରାଜ୍ୟର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ। ଏଥିରେ ଓଡିଶାରୁ ଚାରି ଜଣ ଏହି ସମ୍ମାନ ପାଇବାକୁ ମନୋନିତ ହୋଇଛନ୍ତି। ସେମାନେ ହେଲେ ଶ୍ରୀ ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ମହେନ୍ଦ୍ର କୁମାର ମିଶ୍ର ଏବଂ ଶରତ ପାତ୍ର। ଏହି ଚାରିଜଣଙ୍କୁ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ସେ କହିଛନ୍ତି ଯେ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ଓଡ଼ିଶାର ଶ୍ରୀ ଚରଣ ହେମ୍ବ୍ରମ, ଶ୍ରୀ ମହେନ୍ଦ୍ର କୁମାର ମିଶ୍ର, ଶ୍ରୀ ଶରତ କୁମାର ପାତ୍ର ଓ ଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ସାହିତ୍ୟ, ଶିକ୍ଷା ଓ କଳା ଜଗତକୁ ସମୃଦ୍ଧ କରିବାରେ ଆପଣମାନଙ୍କ ଅବଦାନ ଅତୁଳନୀୟ। ଓଡ଼ିଶାର ଗୌରବ ବୃଦ୍ଧି ସହ ଆଗାମୀ ଦିନରେ ସମସ୍ତଙ୍କର ଆହୁରି ଆଫଳତା କାମନା କରୁଛି।


