ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ନିକଟବର୍ତ୍ତୀ କୋଟିନଡା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମରେ ଅନ୍ଧ ବିଶ୍ୱାସ ଘଟଣାକୁ ନେଇ ମହିଳା ଓ ତାଙ୍କ ପୁଅଙ୍କ ସମେତ ୪ ଜଣଙ୍କୁ କିଛି ଯୁବକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପୁଷ୍ପାଞ୍ଜଳି ସେଠୀ ନାମ୍ନୀ ଜଣେ ମହିଳାଙ୍କର ଘରେ ବଡଖୋଲି ଗ୍ରାମର କିଛି ଯୁବକ ଧସେଇ ପଶି ତାଙ୍କ ପୁଅ ତାପସ ସେଠୀ ଓ ଦୁଇ ଜଣ ସାଙ୍ଗକୁ ଉଠାଇ ଆଣି ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।
ପରବର୍ତ୍ତୀ ସମୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ୪ ଜଣଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଏହା ପରେ ପୁଷ୍ପାଞ୍ଜଳି ସେଠୀଙ୍କ ଠାରୁ ଲିଖିତ ଅଭିଯୋଗ ଗ୍ରହଣ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଯୁବକ ସନ୍ତୋଷ ସେଠୀ, ଶଙ୍କର ସେଠୀ, ଶୁଶାନ୍ତ ସେଠୀ ଓ ନରେଶ ସେଠୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।


