ଭୁବନେଶ୍ଵର: ଭୁବନେଶ୍ୱର ସ୍ଥିତ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲେଇ ପଞ୍ଚାୟତର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନଙ୍କ ନେତୃତ୍ୱରେ କୁଲେଇର ପୂର୍ବତନ ସରପଞ୍ଚ ବୈଦେହୀ ନାୟକ, ପୂର୍ବତନ ସମିତିସଭ୍ୟ ଇନ୍ଦ୍ରମଣି ନାୟକ ଏବଂ ୯ ନମ୍ବର ୱାର୍ଡର ସଭ୍ୟା ରଞ୍ଜିତା ନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି ଓ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି।
ସମସ୍ତ ନେତୃତ୍ବ ଓ କାର୍ଯ୍ୟକର୍ତ୍ତାଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିବା ସହ ଏହି ମିଶ୍ରଣ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ କୁଲେଇ ଗ୍ରା:ପର ପୂର୍ବତନ ସରପଞ୍ଚ ହରିହର ସାହୁ, ପୂର୍ବତନ ସରପଞ୍ଚ ପ୍ରସନ୍ନ ପ୍ରଧାନ, ପଞ୍ଚାୟତ ସଭାପତି ମାଧବ ପ୍ରଧାନ, କାର୍ଯ୍ୟକର୍ତ୍ତା ଗୋଲେଖ ବେହେରା, ଅଜିତ ବେହେରା, ସଞ୍ଜୟ ବେହେରା, ହୃଷୀକେଶ ବିଶ୍ୱାଳ, ଲଳିତ ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


