ବାଲୁଗାଁ – ଗତକାଲି ସନ୍ଧ୍ୟାରେ ୩୨୬୨ ରୋଟାରୀ ଜିଲ୍ଲାର ପ୍ରାନ୍ତପାଳ ମନୋଜ କୁମାର ତ୍ରିପାଠୀ ବାଣପୁର ବାଲୁଗାଁ ରୋଟାରୀ କ୍ଲବ ପରିଦର୍ଶନରେ ଆସିଥିଲେ। ସଭାରମ୍ଭ ପୂର୍ବରୁ କ୍ଲବ ସଭାପତି,ସଂପାଦକ ଓ ବୋର୍ଡ ଡାଇରେକ୍ଟର ମାନଙ୍କ ସହିତ ଏକ ଆସେମ୍ବ୍ଲି ସଭାରେ ଚଳିତ ବର୍ଷର କାଗଜ ପତ୍ର ତନଖି କରିବା ପରେ ସଭାପତି ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା।
ଚଳିତ ବର୍ଷ କ୍ଳବ ଦ୍ବାରା କରାଯାଇ ଥିବା ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କର ବିବରଣୀ ସଂପାଦକ ହିମାଂଶୁ କୁମାର ପାତ୍ର ଆଗତ କରିଥିଲେ। ନୂତନ ସଭ୍ୟ ଭାବେ ନୃସିଂହ ପ୍ରସାଦ ସେନାପତିଙ୍କୁ ଅଧିଷ୍ଠିତ କରାଯାଇ ଥିଲା। ପ୍ରାନ୍ତପାଳ ତାଙ୍କର ଅଭିଭାଷଣରେ ଆନ୍ତର୍ଜାତୀୟ ରୋଟାରୀ କ୍ଳବ କିପରି ଭାବରେ ସାରା ବିଶ୍ବରେ ଲୋକମାନଙ୍କ ସେବା ବିଗତ ୧୨୧ ବର୍ଷ ଧରି କରିଆସୁଅଛି ଏବଂ ବିଗତ ୩୮ ବର୍ଷ ଧରି ବାଣପୁର ବାଲୁଗାଁ କ୍ଲବ ସ୍ଥାନୀୟ ଅଂଚଳର ଲୋକମାନଙ୍କ ସେବା କରିଆସୁଅଛି ଅତି ସୁନ୍ଦର ଭାବରେ କବିତା ମାଧ୍ୟମରେ ପ୍ରକାଶ କରିଥିଲେ।
ସଭାପତି ଡା.ଯୋଗେନ୍ଦ୍ର ସେନାପତି, ସୁରେଶଚନ୍ଦ୍ର ବେହେରା, ବିଜୟ କୁମାର ନନ୍ଦ, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ଜଗଦୀଶ ଲାଖେଟିଆ, ଗୋପାଳଚନ୍ଦ୍ର ନାୟକ, ନନ୍ଦକିଶୋର ମିଶ୍ର, ରବିନାରାୟଣ ନାୟକ, ଶ୍ୟାମସୁନ୍ଦର ପୃଷ୍ଟି, ଆଗାମୀ ବର୍ଷର ସଭାପତି ଡା.ଚିନ୍ତାମଣୀ ମିଶ୍ରଙ୍କ ସମେତ ସମସ୍ତ ସଭ୍ୟ ସପରିବାର ଯୋଗଦାନ କରିଥିଲେ। ସଭ୍ୟ ଡା. ସୁନୀଲ କୁମାର ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ସଭାରେ ତିନି ଜଣ ମହିଳାଙ୍କୁ ରୋଜଗାର କରିବା ଲକ୍ଷ ନେଇ ସିଲେଇ ମେସିନ ପ୍ରଦାନ କରାଯାଇ ଥିଲା।


