Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ
ରାଜ୍ୟ ଖବର

ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ

May 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ – ଗତକାଲି ସନ୍ଧ୍ୟାରେ ୩୨୬୨ ରୋଟାରୀ ଜିଲ୍ଲାର ପ୍ରାନ୍ତପାଳ ମନୋଜ କୁମାର ତ୍ରିପାଠୀ ବାଣପୁର ବାଲୁଗାଁ ରୋଟାରୀ କ୍ଲବ ପରିଦର୍ଶନରେ ଆସିଥିଲେ। ସଭାରମ୍ଭ ପୂର୍ବରୁ କ୍ଲବ ସଭାପତି,ସଂପାଦକ ଓ ବୋର୍ଡ ଡାଇରେକ୍ଟର ମାନଙ୍କ ସହିତ ଏକ ଆସେମ୍ବ୍ଲି ସଭାରେ ଚଳିତ ବର୍ଷର କାଗଜ ପତ୍ର ତନଖି କରିବା ପରେ ସଭାପତି ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା।

ଚଳିତ ବର୍ଷ କ୍ଳବ ଦ୍ବାରା କରାଯାଇ ଥିବା ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କର ବିବରଣୀ ସଂପାଦକ ହିମାଂଶୁ କୁମାର ପାତ୍ର ଆଗତ କରିଥିଲେ। ନୂତନ ସଭ୍ୟ ଭାବେ ନୃସିଂହ ପ୍ରସାଦ ସେନାପତିଙ୍କୁ ଅଧିଷ୍ଠିତ କରାଯାଇ ଥିଲା। ପ୍ରାନ୍ତପାଳ ତାଙ୍କର ଅଭିଭାଷଣରେ ଆନ୍ତର୍ଜାତୀୟ ରୋଟାରୀ କ୍ଳବ କିପରି ଭାବରେ ସାରା ବିଶ୍ବରେ ଲୋକମାନଙ୍କ ସେବା ବିଗତ ୧୨୧ ବର୍ଷ ଧରି କରିଆସୁଅଛି ଏବଂ ବିଗତ ୩୮ ବର୍ଷ ଧରି ବାଣପୁର ବାଲୁଗାଁ କ୍ଲବ ସ୍ଥାନୀୟ ଅଂଚଳର ଲୋକମାନଙ୍କ ସେବା କରିଆସୁଅଛି ଅତି ସୁନ୍ଦର ଭାବରେ କବିତା ମାଧ୍ୟମରେ ପ୍ରକାଶ କରିଥିଲେ।

ସଭାପତି ଡା.ଯୋଗେନ୍ଦ୍ର ସେନାପତି, ସୁରେଶଚନ୍ଦ୍ର ବେହେରା, ବିଜୟ କୁମାର ନନ୍ଦ, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ଜଗଦୀଶ ଲାଖେଟିଆ, ଗୋପାଳଚନ୍ଦ୍ର ନାୟକ, ନନ୍ଦକିଶୋର ମିଶ୍ର, ରବିନାରାୟଣ ନାୟକ, ଶ୍ୟାମସୁନ୍ଦର ପୃଷ୍ଟି, ଆଗାମୀ ବର୍ଷର ସଭାପତି ଡା.ଚିନ୍ତାମଣୀ ମିଶ୍ରଙ୍କ ସମେତ ସମସ୍ତ ସଭ୍ୟ ସପରିବାର ଯୋଗଦାନ କରିଥିଲେ। ସଭ୍ୟ ଡା. ସୁନୀଲ କୁମାର ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ସଭାରେ ତିନି ଜଣ ମହିଳାଙ୍କୁ ରୋଜଗାର କରିବା ଲକ୍ଷ ନେଇ ସିଲେଇ ମେସିନ ପ୍ରଦାନ କରାଯାଇ ଥିଲା।

ବାଣପୁର ରୋଟାରୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026

‘ଅର୍ଣ୍ଣବ’ ପ୍ରଭାବରେ ବ୍ୟାହତ ବିଦ୍ୟୁତ୍ ସେବାର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

November 1, 2026

କୋରାପୁଟ ମେଡିକାଲ୍ କଲେଜରେ ବଢ଼ିବ ୨୫ ଏମ୍‌ବିବିଏସ୍ ସିଟ୍‌

October 31, 2026

ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବ ୪୫୦ କୋଟିର ଜମି

October 31, 2026
Latest News

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026

ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଶୁତୋଷ ଦୀକ୍ଷିତ

November 1, 2026

କପା ଆମଦାନୀ ଶୁଳ୍କ ଛାଡ଼ ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି

November 1, 2026

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026

୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.