Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ
ଆଜିର ଖବର

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

June 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ
ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

ଖୋର୍ଦ୍ଧା: ଆଜି ସନ୍ଧ୍ୟାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ର ବାର୍ଷିକ ଉତ୍ସବ ୨୦୨୬ ଜିଲ୍ଲା ସଦର ମହକୁମା ପୌରପରିଷଦ ଟାଉନ୍ ହଲ୍ ଠାରେ ପାଳିତ ହୋଇଯାଇଅଛି।  ଅନୁଷ୍ଠାନର ସ୍ଥାୟୀ ସଭାପତି ବିଶ୍ଵନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ  (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦଙ୍କ ନିରନ୍ତର ପ୍ରଚେଷ୍ଟା ଫଳରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ନାଟକ ମନୋରଞ୍ଜନ କରିବା ସହ ସାଂସ୍କୃତିକ, ଆଧ୍ୟାତ୍ମିକ, ଚେତନା ଜାଗ୍ରତ କରିଥାଏ, ମନୁଷ୍ୟର ଏବଂ ବ୍ୟକ୍ତିର ମାନସିକ ଭାର କମାଇବା ସହ ବ୍ୟକ୍ତିର ଦକ୍ଷତା ବିକାଶରେ ସହାୟକ ହୋଇଥାଏ। ନାଟ୍ୟ ପଞ୍ଚମ ବେଦ ଭରତ ମୁନିଙ୍କ ଅବଦାନ ବୋଲି ସେ ପ୍ରକାଶ କରିଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା, ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଥିଲେ ଯେ, ସ୍ୱାସ୍ଥ୍ୟ ହିଁ ସମ୍ପଦ, ପ୍ରତ୍ୟେକ ବ୍ୟକ୍ତି ମନୋରଞ୍ଜନ ସହ କିଛି ବାହ୍ୟ ଜଗତର ଆନନ୍ଦ ପାଇଁ କ୍ରୀଡ଼ା ଓ ଯୋଗ ଭଳି କାର୍ଯ୍ୟର ଆବଶ୍ୟକତା ଅଛି ଯାହା ମୋବାଇଲ ଭଳି କେତେକ ନାକାରାତ୍ମକ ଅଭ୍ୟାସରୁ ଦୂର କରିଥାଏ ବୋଲି ପ୍ରକାଶ କରିଥିଲେ।

ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଅଶୋକ କୁମାର ଶତପଥୀ ଯୋଗଦେଇ ଓଡ଼ିଶାର ନାଟ୍ୟ କଳାର ଉପଯୋଗିତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଚଳ ଚିତ୍ର ନିର୍ଦ୍ଦେଶକ,ସୁବାଷ ଚନ୍ଦ୍ର ରଥ, ଯୁଗ ସ୍ରଷ୍ଟା ସ୍ମରଣିକା ଡାକ୍ତର ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଅନୁଷ୍ଠାନର ଉପ ସଭାପତି ବିରଞ୍ଚି ନାରାୟଣ ସାହୁ, ସମ୍ପାଦକ ଗିରିଶ ନନ୍ଦ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଉପଲକ୍ଷେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସମସ୍ତ ଅତିଥି ସ୍ମତିଣିକା “ଯୁଗ ସ୍ରଷ୍ଟା” ଉନ୍ମୋଚନ କରିଥିଲେ। ସେହିପରି ସାହିତ୍ୟ, ସଂସ୍କୃତି, ସାମାଜିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଜାଇଥିଲା। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ନାଟକ ବଂଶ ବୈଭବ ପରିବେଷଣ କରାଯାଇଥିଲା।

ଖୋର୍ଦ୍ଧା ସରକାରୀ କର୍ମଚାରୀ ବାର୍ଷିକ ଉତ୍ସବ ସାଂସ୍କୃତିକ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026

ବିସ୍ତୃତ ରାଶିଫଳ: ଜୁନ ୧୮ ତାରିଖ ବୁଧବାରରେ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜଳମୟ

June 18, 2026
Latest News

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

June 18, 2026

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026

ବିସ୍ତୃତ ରାଶିଫଳ: ଜୁନ ୧୮ ତାରିଖ ବୁଧବାରରେ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜଳମୟ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.