Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁଗୁଳରେ ଡବଲ ଏନକାଉଣ୍ଟର
ଆଜିର ଖବର

ଅନୁଗୁଳରେ ଡବଲ ଏନକାଉଣ୍ଟର

June 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅନୁଗୁଳ: ଅପରାଧୀମାନଙ୍କ ପାଇଁ ଆଉ ଖସି ପଳାଇବା ସହଜ ହେବ ନାହିଁ। ଓଡ଼ିଶା ପୁଲିସର ଏନ୍‌କାଉଣ୍ଟରରେ ମହାରାଷ୍ଟ୍ରର ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀମାନେ ହେଲେ ସଚିନ ଗଜଗେ ଓ ପ୍ରକାଶ ମାଦନେ। ସଚିନଙ୍କ ଡାହାଣ ଗୋଡ଼ରେ ଓ ପ୍ରକାଶଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ପାଞ୍ଚଜଣ ଅପରାଧୀ ତାଳଚେରର ହାଟତୋଟା ଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୂପା ଲୁଟି ଫେରାର ହୋଇଯାଇଥିଲେ। ଦୋକାନ ମାଲିକଙ୍କ ଏତଲା ଆଧାରରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଲୁଟ ହୋଇଥିବା ସୁନା-ରୂପା ଉଦ୍ଧାର ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଜୋରଦାର ଚଢ଼ାଉ ଚଳାଇଥିଲା।

ଏହି ସମୟରେ ହଣ୍ଡପା ନିକଟରେ ପୁଲିସ ସେମାନଙ୍କୁ ଠାବ କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତମାନେ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଏହାର ଜବାବରେ ପୁଲିସ ପାଲଟା ଗୁଳିଚାଳନା କରିଥିଲା, ଯେଉଁଥିରେ ଦୁଇଜଣ ଅଭିଯୁକ୍ତ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏନ୍‌କାଉଣ୍ଟର ସମୟରେ ପୁଲିସ ମୋଟ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଲାସି ଜାରି ରଖିଛି।

ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଏକ କାର ଏବଂ ଲୁଟ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

encounter
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026

ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

June 18, 2026

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

June 18, 2026
Latest News

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026

ଅନୁଗୁଳରେ ଡବଲ ଏନକାଉଣ୍ଟର

June 18, 2026

ବ୍ୟାଙ୍କ କାହିଁକି ବଢ଼ାଉଛି କ୍ରେଡିଟ୍ ଲିମିଟ୍, ଗ୍ରହଣ କରିବା ପୂର୍ବରୁ ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟ

June 18, 2026

ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.