Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜଧାନୀରେ ଦ୍ରୁତଗାମୀ ଟ୍ରକ୍‌ର ଆତଙ୍କ, ସ୍କୁଟିକୁ ୨୦୦ ମିଟର ଘୋଷାରି ନେଲା
ରାଜ୍ୟ ଖବର

ରାଜଧାନୀରେ ଦ୍ରୁତଗାମୀ ଟ୍ରକ୍‌ର ଆତଙ୍କ, ସ୍କୁଟିକୁ ୨୦୦ ମିଟର ଘୋଷାରି ନେଲା

June 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ଦ୍ରୁତଗାମୀ ଟ୍ରକ୍‌ର ଆତଙ୍କ। ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଦୁର୍ଗାପୂଜା ମଣ୍ଡପ ନିକଟରେ ଏକ ବେପରୁଆ ଟ୍ରକ୍ ସ୍କୁଟିକୁ ଧକ୍କା ଦେଇ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଧକ୍କାରେ ସ୍କୁଟି ଆରୋହୀ ଛିଟ୍‌କି ପଡ଼ି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

ଗୁରୁତର ଆହତ ନୃସିଂହ ସାହୁଙ୍କୁ ପିସିଆର୍ ଭ୍ୟାନ୍ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛି। ଏପଟେ ଦୁର୍ଘଟଣା ଘଟାଇ ଫେରାର ହେବାକୁ ଉଦ୍ୟମ କରୁଥିବା ଟ୍ରକ୍‌କୁ ସ୍ଥାନୀୟ ଲୋକେ ପିଛା କରି ଅଟକାଇଥିଲେ। ଉତ୍ତ୍ୟକ୍ତ ଲୋକେ ଚାଳକଙ୍କୁ ଧରି ପୁଲିସ ଜିମା ଦେବା ସହ ଟ୍ରକ୍‌ରେ ଭଙ୍ଗାରୁଜା କରିଥିଲେ।

ପୁଲିସ ଟ୍ରକ୍ ଚାଳକ ସହଦେବ ପଣ୍ଡାଙ୍କୁ ଅଟକ ରଖିବା ସହ ଟ୍ରକ୍‌କୁ ଜବତ କରିଛି। ଘଟଣା ପରେ ସ୍ଥାନୀୟ ଲୋକେ ପ୍ରାୟ ୧୫ ମିନିଟ୍ ଧରି ରାସ୍ତାରୋକ କରି ବେପରୁଆ ଭାରୀଯାନ ଚଳାଚଳ ବିରୋଧରେ ପ୍ରତିବାଦ କରିଥିଲେ।

ଏବେ ଭୁବନେଶ୍ବରରେ  ଚିନ୍ତା ବଢ଼ାଉଛି ‘ହିଟ୍ ଆଣ୍ଡ୍ ରନ୍’ ଘଟଣା। ଗତ ଏକ ମାସ ମଧ୍ୟରେ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ୧୦ରୁ ଅଧିକ ହିଟ୍ ଆଣ୍ଡ୍ ରନ୍ ମାମଲା ସାମ୍ନାକୁ ଆସିଥିବାବେଳେ, ବେପରୁଆ ଟ୍ରକ୍ ଚଳାଚଳକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି।

ଦ୍ରୁତଗାମୀ ଟ୍ରକ୍‌ର ଆତଙ୍କ ହିଟ୍ ଆଣ୍ଡ୍ ରନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଝାରପଡା ଜେଲରେ କଏଦୀ ମୃତ

June 29, 2026

ସ୍ନାନମଣ୍ଡପରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ‘ଜୟ ଜଗନ୍ନାଥ’ ଧ୍ୱନିରେ କମ୍ପିଲା ବଡ଼ଦାଣ୍ଡ

June 29, 2026

ଆଜି ଦେବସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

June 29, 2026

ଗାଧୋଉଥିବାବେଳେ ଜଣେ ଛାତ୍ର ମୃତ, ୨ ନିଖୋଜ

June 28, 2026
Latest News

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026

WhatsApp ୟୁଜରଙ୍କ ପାଇଁ ବଡ଼ ସତର୍କବାଣୀ! ୱେବ୍‌ ଓ ଡେସ୍କଟପ୍‌ରେ ମାଲୱେର ଆକ୍ରମଣ, ଜାରି ହେଲା ଆଲର୍ଟ

June 29, 2026

ଝାରପଡା ଜେଲରେ କଏଦୀ ମୃତ

June 29, 2026

ବିଶ୍ୱ ପାଇଁ ଆଶ୍ୱସ୍ତିର ଖବର! ସଂଘର୍ଷ ରୋକିବାକୁ ସହମତ ଆମେରିକା-ଇରାନ, ଦୋହାରେ ହେବ ଶାନ୍ତି ଆଲୋଚନା

June 29, 2026

ପାକିସ୍ତାନର ଅଭିଯୋଗକୁ ଭାରତର ପାଲଟା ପ୍ରହାର, ‘ଅନ୍ୟକୁ ଦୋଷ ନୁହେଁ, ନିଜ ଘର ସମ୍ଭାଳନ୍ତୁ’

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.