Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା
ଆଞ୍ଚଳିକ

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା
ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

ବାଣପୁର: କବି କେବେ ମରେ ନାହିଁ, ଜିଇଁ ରହେ ଚିରକାଳ ତାର ସାହିତ୍ୟରେ, ତାର ସୃଷ୍ଟି କାବ୍ୟ କବିତାରେ। ଓଡ଼ିଆ ଭାଷା ସାହିତ୍ୟରେ ନିଜର ପ୍ରଚ଼ଣ୍ଡ ବାଗ୍ମିତା, ପ୍ରଗଳ୍ଭ… ବକ୍ତୃତା , ବାଣପୁର ଐତିହ୍ୟର ବିଚକ୍ଷଣ ଗବେଷଣା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି କବି ସ୍ଵର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ସ୍ମୃତି ସଭାରେ ଯୋଗ ଦେଇ ବିଶିଷ୍ଠ ବ୍ୟକ୍ତିମାନେ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜ ନିଜର ବାକ୍ତବ୍ୟ ରଖିଥିଲେ।

ଐତିହାସିକ ପଲଟଣ ପଡ଼ିଆର ସହୀଦ କୃତିବାସ ଭବନରେ ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ମୃତି ସଭାରେ ଚ଼ିଲିକାର ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ, ସାହିତ୍ୟିକ ସମାଜ ସେବୀ ଦୁଷ୍ମନ୍ତ କୁମାର ହରିଚନ୍ଦନ, ଖୋରଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, କବି କୃଷ୍ଣଚନ୍ଦ୍ର ପାଠାଗାରର ପ୍ରମୁଖ ଡ଼ଃ ଚ଼ାନ୍ଦକିଶୋର ତ୍ରିପାଠୀ, ବରିଷ୍ଠ କବି ପୁରୁଷୋତ୍ତମ ମହାପାତ୍ର, ପଞ୍ଚୁଦୋଳଯାତ୍ରା କମିଟିର ସଂପାଦକ ମାଧବଚନ୍ଦ୍ର ବାରିକୀ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, ଶିକ୍ଷାବିତ ଶିଶିର କୁମାର ଦାସ୍, ନାଟ୍ୟ ନିର୍ଦ୍ଦେଶକ ମହେଶ୍ୱର ଜେନା, ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସେନାପତି, ବିଭୂତି ଭୂଷଣ ନନ୍ଦ, ମଧୁସୂଦନ ନନ୍ଦ, ରାଜେନ୍ଦ୍ର ପ୍ରସାଦ ରଥ, ଶିବନାରାୟଣ ପଣ୍ଡା, ଶଶିଭୂଷଣ ବରାଳ, ଇଁ ବିଭୁଧେନ୍ଧୁ ଭୋଳ, ଅଧ୍ୟାପକ ରାଜକିଶୋର ସାହୁ, ଶରତ କୁମାର ସ୍ୱାଇଁ, ପାଠାଗାରିକ ଲଲାଟେନ୍ଦୁ ଭୋଳ, ସଂଧ୍ୟାଦେବୀ, ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ, ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ, ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ଡ଼ଃ କୈଳାସ ଚନ୍ଦ୍ର ମହାରଣା, କବି ରଙ୍କନାଥ ସେଠୀ, ଲୋକନାଥ ପ୍ରଧାନ, ବାମନଚରଣ ଦାସ, ପ୍ରଭାତ କୁମାର ବେହେରା, ବ୍ରଜ କିଶୋର ଜେନା, ନନ୍ଦ କିଶୋର ବାରିକଙ୍କ ପରି ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ଶିକ୍ଷାବିତ୍ ସାରସ୍ଵତ ସାଧକ, କଳାକାର, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ପତ୍ରକାର, ବିଜ୍ଞପ୍ରାଜ୍ଞ ବ୍ୟକ୍ତି ବିଶେଷ ଓ ପରିବାର ବର୍ଗ ଯୋଗ ଦେଇ ତାଙ୍କ ଆତ୍ମାର ସଦଗତି କାମନା କରି ଇଶ୍ୱରଙ୍କ ନିକଟରେ ନୀରବ ପ୍ରାର୍ଥନା କରିଥିଲେ।

ଏହି ଅବସରରେ ତାଙ୍କ ସ୍ମୃତିକୁ ନେଇ ପ୍ରସ୍ତୁତ ଦ୍ଵାଦଶାହ ସ୍ମରଣିକା “ସ୍ମୃତିର ଶେଫାଳୀ” ଉନ୍ମୋଚିତ ଲୋକାର୍ପିତ ହୋଇଥିଲା। କନ୍ୟା ଏସ୍ ମନୀଷା ମୌସୁମୀ, ଏସ୍ ବର୍ଷା ବିଥିକା ଏହାକୁ ପରିଚାଳନା କରିଥିବା ବେଳେ ଯାମାତା ନିରଞ୍ଜନ ସାହୁ ଓ ଦେବାଶୀଷ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ପରିଶେଷରେ ମହାପ୍ରସାଦ ସେବନରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା।

ଓଡ଼ିଆ ଭାଷା ସାହିତ୍ୟ ଶ୍ରଦ୍ଧାଞ୍ଜଳି ସଭା ସଂଗ୍ରାମ କେଶରୀ ସାହୁ ସ୍ମୃତିର ଶେଫାଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.