ବାଣପୁର: ବାଣପୁର ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଅଧୀନ କୁମାରାଙ୍ଗ କୃଷି ସେବା ସମବାୟ ସମିତି ତରଫରୁ ଖରିଫ ଧାନ ଚାଷ ନିମନ୍ତେ ଚାଷୀଙ୍କୁ ବିଭିନ୍ନ ପ୍ରକାର ସାର ସରକାରୀ ରିହାତି ଦରରେ ବଣ୍ଟନ କରାଯାଉଛି। ସମିତିର ସମ୍ପାଦକ ସଂଜୀବ କୁମାର ସାହୁ କହିବା ମୁତାବକ ଏହି ସମିତିରେ ୧୨ସହରୁ ଉର୍ଦ୍ଧ ଚାଷୀ ଏହି ସମିତି ଉପରେ ସାର ପାଇଁ ନିର୍ଭର ଶିଳ, ବର୍ତ୍ତମାନ ଇଉରିଆ ୧୧୫୮ବ୍ୟାଗ, ସୁପର ୩୫୦ବ୍ୟାଗ ଏବଂ ନାଁନ ଲିକୁରି ୩୬ଲିଟର ଆମ ସେମିତିକୁ ଆସିଥିବା ବେଳେ ସେଥିମଧ୍ୟରୁ ୪୧୪ଜଣ ଚାଷୀ ୟୁରିଆ ୪୮୦ ବ୍ୟାଗ, ସୁପର ୧୯୦ ବ୍ୟାଗ ଓ ନାନୋ ୫ ଲିଟରରୁ ଉର୍ଦ୍ଧ ନେଇଛନ୍ତି।
ସମିତିର ସଭାପତି ମନୋଜ କୁମାର ପ୍ରଧାନ ଯେଭଳି ସମସ୍ତ ଚାଷୀକୁଳ ସାର ପାଇ ପାରିବେ ତାହାର ବ୍ୟବସ୍ଥା କରିଥିବାର କହିଛନ୍ତି। ଚାଷୀମାନେ ସୁରୁଖୁରୁରେ ସାର ନେବା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ସାର ବଣ୍ଟନ ପାଇଁ କର୍ମଚାରୀ ଗୌତମ ସାହୁ, ଗୋପାଳ ଚନ୍ଦ୍ର ମିଶ୍ର ସହଯୋଗ କରୁଥିବାବେଳେ ବର୍ତମାନ ରୁଆ ବେଉସଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସୁରୁଖୁରୁରେ ସାର ବଣ୍ଟନ କରାଯିବ ବୋଲି ସମ୍ପାଦକ ସଂଜୀବ ସାହୁ କହିଛନ୍ତି।


