Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୬–୨୭ରେ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ
ଆଜିର ଖବର

୨୦୨୬–୨୭ରେ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ

August 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାଲ ପରିବହନ
ସ୍ୱତନ୍ତ୍ର ପଣ୍ୟ ପରିବହନ କରିଡର: ଲାଭବାନ ହେବ ଓଡ଼ିଶା 

ଭୁବନେଶ୍ୱର: ୨୦୨୬–୨୭ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ୨୦୨୬ ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ମୋଟ ୮୧.୪୦ ନିୟୁତ ଟନ୍ ପଣ୍ୟ ବୋଝେଇ କରାଯାଇଛି।

ଏହି ସଫଳତା ପୂର୍ବତଟ ରେଳପଥର ଦକ୍ଷ ପଣ୍ୟ ପରିବହନ ପରିଚାଳନା, ରେଳ ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର ଏବଂ ଏହାର କ୍ଷେତ୍ରାଧିକାର ମଧ୍ୟରେ ପଣ୍ୟ ପରିବହନର ସମୟୋଚିତ ପରିଚାଳନା ପ୍ରତି ନିରନ୍ତର ଗୁରୁତ୍ୱକୁ ପ୍ରତିଫଳିତ କରୁଛି।

ରେଳ ନେଟୱାର୍କର ସାମ୍ପ୍ରତିକ ପୁନର୍ଗଠନ ଏବଂ ନୂତନ ରାୟଗଡ଼ା ରେଳ ମଣ୍ଡଳ ଗଠନ ପରିପ୍ରେକ୍ଷୀରେ ଏହି ସଫଳତା ବିଶେଷ ଗୁରୁତ୍ୱ ବହନ କରୁଛି।

ମଣ୍ଡଳଗୁଡ଼ିକ ମଧ୍ୟରେ, ୨୦୨୬ ଏପ୍ରିଲ-ଜୁଲାଇ ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ୫୯.୦୨ ଏମ୍‌ଟି, ରାୟଗଡ଼ା ମଣ୍ଡଳ ୧୩.୭୧ ଏମ୍‌ଟି ଏବଂ ସମ୍ବଲପୁର ମଣ୍ଡଳ ୮.୬୭ ଏମ୍‌ଟି ମାଲ୍ ପରିବହନ ପରିଚାଳନା କରିଛନ୍ତି।

ରାୟଗଡ଼ା ରେଳ ମଣ୍ଡଳର ଉଲ୍ଲେଖନୀୟ ଅବଦାନ

ନବଗଠିତ ରାୟଗଡ଼ା ରେଳ ମଣ୍ଡଳ ପୂର୍ବତଟ ରେଳପଥର ପଣ୍ୟ ପରିବହନ ପ୍ରଦର୍ଶନରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି। ୨୦୨୬ ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ରାୟଗଡ଼ା ରେଳ ମଣ୍ଡଳ ପକ୍ଷରୁ ୧୩.୭୧ ନିୟୁତ ଟନ୍ ପଣ୍ୟ ପରିବହନ ପରିଚାଳନା କରିଛି, ଯାହା ପୁନର୍ଗଠିତ ରେଳ ନେଟୱର୍କ ମଧ୍ୟରେ ପଣ୍ୟ ପରିବହନ କ୍ଷେତ୍ରରେ ରାୟଗଡ଼ା ରେଳ ମଣ୍ଡଳର ବଢୁଥିବା ଭୂମିକାକୁ ଏହା ପ୍ରତିଫଳିତ କରୁଛି।

କେବଳ ଜୁଲାଇ ୨୦୨୬ ମାସରେ ରାୟଗଡ଼ା ରେଳ ମଣ୍ଡଳ ପକ୍ଷରୁ ୩.୧୪ ନିୟୁତ ଟନ୍ ପଣ୍ୟ ବୋଝେଇ କରାଯାଇଛି। ରେଳ ମଣ୍ଡଳର ପ୍ରମୁଖ ପଣ୍ୟ ମଧ୍ୟରେ ଲୌହପଥର ପରିବହନ ଜାରି ରହିଛି। ଜୁଲାଇ ମାସରେ ୨.୨୮ ନିୟୁତ ଟନ୍ ଲୌହପଥର ବୋଝେଇ କରାଯାଇଥିବା ବେଳେ ବକ୍ସାଇଟ୍ ବୋଝେଇ ୦.୧୯ ନିୟୁତ ଟନ୍ ରହିଛି।

ପୂର୍ବତଟ ରେଳପଥରେ ଦୃଢ଼ ପଣ୍ୟ ପରିବହନ ପ୍ରଦର୍ଶନ

୨୦୨୬ ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ପୂର୍ବତଟ ରେଳପଥର ପଣ୍ୟ ବୋଝେଇରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ୫୯.୦୨ ନିୟୁତ ଟନ୍, ରାୟଗଡ଼ା ରେଳ ମଣ୍ଡଳ ୧୩.୭୧ ନିୟୁତ ଟନ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ୮.୬୭ ନିୟୁତ ଟନ୍ ଅବଦାନ ରଖିଛନ୍ତି। ଏହାଫଳରେ ପୂର୍ବତଟ ରେଳପଥର ମୋଟ ପ୍ରାରମ୍ଭିକ ପଣ୍ୟ ବୋଝେଇ ୮୧.୪୦ ନିୟୁତ ଟନରେ ପହଞ୍ଚିଛି।

ପଣ୍ୟ ପରିବହନର ସୁଗମ ଓ ଦକ୍ଷ ପରିଚାଳନା ସୁନିଶ୍ଚିତ କରିବାରେ ପୂର୍ବତଟ ରେଳପଥର ପରିଚାଳନା, ବାଣିଜ୍ୟିକ, ଇଞ୍ଜିନିୟରିଂ, ମେକାନିକାଲ, ଇଲେକ୍ଟ୍ରିକାଲ ଏବଂ ଅନ୍ୟାନ୍ୟ ବିଭାଗଗୁଡ଼ିକର ସମନ୍ୱିତ ପ୍ରୟାସକୁ ଦର୍ଶାଉଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଏହି ସଫଳତା ପାଇଁ ପୂର୍ବତଟ ରେଳପଥର ବିଭିନ୍ନ ମଣ୍ଡଳ ଓ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ନିଷ୍ଠାପର ପ୍ରୟାସକୁ ପ୍ରଶଂସା କରିଛନ୍ତି। ପଣ୍ୟ ପରିବହନ କ୍ଷେତ୍ରରେ ଏହି ଅଭିବୃଦ୍ଧିର ଧାରାକୁ ବଜାୟ ରଖିବା, ପରିଚାଳନା ଦକ୍ଷତାକୁ ଆହୁରି ବୃଦ୍ଧି କରିବା ଏବଂ ଗ୍ରାହକ-କେନ୍ଦ୍ରିକ ପଣ୍ୟ ପରିବହନ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।

ପଣ୍ୟ ପରିବହନ ପୂର୍ବତଟ ରେଳପଥ ରାୟଗଡା ରେଳ ମଣ୍ଡଳ ସମ୍ବଲପୁର ରେଳ ମଣ୍ଡଳ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

September 23, 2026

ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା

September 23, 2026

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026

ଭୁବନେଶ୍ୱର-କଟକ NHରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ୍

September 23, 2026
Latest News

ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

September 23, 2026

ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା

September 23, 2026

ଆପଣଙ୍କ ଫୋନ୍‌ରୁ ଲାପଟପ୍‌ ପର୍ଯ୍ୟନ୍ତ ସବୁଠି ରହିଛି IP Address; ଜାଣନ୍ତୁ କ’ଣ ଏହା, କିପରି କାମ କରେ ଓ କେତେ ସୁରକ୍ଷିତ

September 23, 2026

ମୁଣ୍ଡବିନ୍ଧା ହେଲେ ଖାଉଛନ୍ତି କି ପେନକିଲର୍‌? ଆଣ୍ଟିବାୟୋଟିକ୍‌ ନେବା ପୂର୍ବରୁ ଜାଣନ୍ତୁ ଏହି କଥା

September 23, 2026

Smartphone Screen Guard: ଏଣିକି ମନଇଚ୍ଛା ବିକ୍ରି ହେବନି ଟେମ୍ପର୍ଡ ଗ୍ଲାସ୍, ୨୦୨୭ରୁ ଲାଗୁ ହେବ ନୂଆ ନିୟମ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.