ଚିଲିକା: ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାଖଳା ଠାରେ ଚ଼ଣ୍ଡେଶ୍ବର ଗ୍ରାମ ପଞ୍ଚାୟତର ବଡ଼ପୋଖରିଆ ପାଟଣା ଗ୍ରାମର ବିଜେଡି କର୍ମକର୍ତ୍ତା ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହି କର୍ମିମାନେ ସାମିଲ ହୋଇଥିଲେ। ସେମାନେ ହେଲେ ଶ୍ରୀ ଅଶୋକ ସାହୁ, ଶ୍ରୀ ଡମ୍ବରୁଧର ବରାଳ, ଶ୍ରୀ ନାରାୟଣ ପ୍ରଧାନ, ଶ୍ରୀ ତ୍ରିନାଥ ବେହେରା,ଶ୍ରୀମତୀ ନଳିନୀ ପ୍ରଧାନ, ଶ୍ରୀମତୀ କବିତା ପ୍ରଧାନ ପ୍ରମୁଖ।
ଏମାନେ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ତଥା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝିଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି।
ଯୋଗଦାନ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେପି ପରିବାରକୁ ସ୍ବାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଆପଣମାନଙ୍କର ଏହି ଯୋଗଦାନ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ଼, ସକ୍ରିୟ ଏବଂ ଗତିଶୀଳ କରିବ ବୋଲି ମୋର ଦୃଢ଼ ବିଶ୍ୱାସ।
ଏହି ମିଶ୍ରଣ ପର୍ବରେ ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଦୀନବନ୍ଧୁ ସାହୁ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଶ୍ରୀ ସମର ରଞ୍ଜନ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।


