ଭୁବନେଶ୍ୱର: ରାଷ୍ଟ୍ରଗୀତ ବନ୍ଦେ ମାତରମ୍କୁ ନେଇ କଂଗ୍ରେସ ଦଳର ତୁଷ୍ଟିକରଣ ରାଜନୀତିକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସମାଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ଏକତା ଓ ରାଷ୍ଟ୍ରର ସମ୍ମାନ ଭୋଟବ୍ୟାଙ୍କ ରାଜନୀତିଠାରୁ ବହୁ ଊର୍ଦ୍ଧ୍ୱରେ। ଏହି କଥା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି। ବନ୍ଦେ ମାତରମ୍ ଦେଶର ସ୍ୱାଧୀନତା ସଂଗ୍ରାମ ଓ ଜାତୀୟ ଭାବନା ସହ ଗଭୀର ଭାବେ ଜଡ଼ିତ। ଏହାର ସମ୍ମାନ ସହ ଦେଶ କେବେହେଲେ ସାଲିସ କରିବ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରିଛନ୍ତି।


