Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ
ଆଜିର ଖବର

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟା ଅଭିଯୋଗ। ଜଣେ ପୁଅ ନିଜ ମା’ଙ୍କୁ ହତ୍ୟା କରି ଘର ଭିତରେ ଶବ ପୋତିବା ପରେ ତା’ ଉପରେ ସିମେଣ୍ଟରେ ପ୍ଲାଷ୍ଟର କରି ଫେରାର ହୋଇଥିବା ସନ୍ଦେହ କରାଯାଉଛି। ଘଟଣାଟି ପ୍ରାୟ ୩ରୁ ୪ ଦିନ ପୂର୍ବରୁ ଘଟିଥିବା ପୁଲିସ ଅନୁମାନ କରୁଛି।

ସୂଚନା ଅନୁଯାୟୀ, କୁମ୍ଭାରପଡ଼ା ଥାନା ଅଞ୍ଚଳର ଏକ ଭଡ଼ାଘରେ ମା’ ଓ ପୁଅ ରହୁଥିଲେ। ଗତ ୪-୫ ଦିନ ହେଲା ଉଭୟଙ୍କୁ ଦେଖିବାକୁ ମିଳିନଥିଲା। ଏହାରି ମଧ୍ୟରେ ଘରୁ ଦୁଇ ଦିନ ଧରି ପଚା ଦୁର୍ଗନ୍ଧ ବାହାରିବାରୁ ଘର ମାଲିକ ଭଗବାନ ସାହୁଙ୍କ ସନ୍ଦେହ ହୋଇଥିଲା।

ଘର ମାଲିକଙ୍କ କହିବା ଅନୁସାରେ, କିଛି ଦିନ ପୂର୍ବେ ମା’ ଓ ପୁଅଙ୍କୁ ଦେଖିଥିଲେ। ପରେ ଉଭୟଙ୍କର କୌଣସି ଖୋଜଖବର ମିଳିନଥିଲା। ଆଜି ରନ୍ଧାଘର ସ୍ଲାବ୍‌ ତଳେ ଥିବା ପ୍ଲାଷ୍ଟର ଭିତରୁ ପଚା ପାଣି ଭଳି ପଦାର୍ଥ ବାହାରୁଥିବା ଦେଖି ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା। ଏନେଇ ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ଲାଷ୍ଟର ଖୋଳି ଯାଞ୍ଚ କରୁଛି। ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ଉପରୁ ପରଦା ହଟିବ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ, ଘଟଣା ପରଠାରୁ ପୁଅ ଫେରାର ଥିବା ସନ୍ଦେହ କରାଯାଉଛି। ହତ୍ୟାର କାରଣ କ’ଣ, କେବେ ଏବଂ କିପରି ମା’ଙ୍କ ମୃତ୍ୟୁ ହେଲା, ଶବକୁ କାହିଁକି ଘର ଭିତରେ ପୋତି ସିମେଣ୍ଟରେ ଲୁଚାଇବାକୁ ଉଦ୍ୟମ କରାଗଲା—ଏସବୁ ଦିଗରୁ ପୁଲିସ ତଦନ୍ତ ଆରମ୍ଭ କରିଛି।

crime ଘରେ ପୋତିଦେଲା ପୁଅ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କୁ ନୂଆ ଦାୟିତ୍ୱ, ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ଭାବେ ମନୋନୀତ

August 24, 2026

ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ୩-୪ ମାସରେ ଲାଗୁ ହେବ ଧାଡ଼ି ଦର୍ଶନ

August 24, 2026

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026
Latest News

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କୁ ନୂଆ ଦାୟିତ୍ୱ, ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ଭାବେ ମନୋନୀତ

August 24, 2026

ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ୩-୪ ମାସରେ ଲାଗୁ ହେବ ଧାଡ଼ି ଦର୍ଶନ

August 24, 2026

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.