ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନସ୍ଥ କେନ୍ଦୁଆପଦା–ଭଦ୍ରକ–କଟକ ସେକ୍ସନରେ ୩ୟ ଲାଇନ୍ କମିଶନିଂ ପାଇଁ କେନ୍ଦୁଆପଦା ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପରିପ୍ରେକ୍ଷୀରେ, କାର୍ଯ୍ୟର ସୁରକ୍ଷିତ ଓ ସୁଗମ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କେତେକ ଟ୍ରେନ୍ ସେବାକୁ ସାମୟିକ ଭାବେ ନିୟନ୍ତ୍ରଣ କରାଯିବ।
ଏହି ଅନୁଯାୟୀ, ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ଉଲ୍ଲେଖିତ ତାରିଖରେ ବାତିଲ, ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) କରାଯିବ।
ଟ୍ରେନ୍ ସେବା ବାତିଲ
* ୬୮୪୩୮ କଟକ–ଭଦ୍ରକ ମେମୁ ଟ୍ରେନ୍ ୨୯ ଓ ୩୦ ଅଗଷ୍ଟ ୨୦୨୬ ତାରିଖରେ ବାତିଲ ରହିବ।
* ୬୮୪୩୭ ଭଦ୍ରକ–କଟକ ମେମୁ ଟ୍ରେନ୍ ୨୯ ଓ ୩୦ ଅଗଷ୍ଟ ୨୦୨୬ ତାରିଖରେ ବାତିଲ ରହିବ।
ଟ୍ରେନ୍ର ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ)
* ୬୮୪୨୪ କଟକ–ଭଦ୍ରକ ମେମୁ ଟ୍ରେନ୍ ୨୯ ଓ ୩୦ ଅଗଷ୍ଟ ୨୦୨୬ ତାରିଖରେ ଭଦ୍ରକ ପରିବର୍ତ୍ତେ ଯାଜପୁର କେନ୍ଦୁଝର ରୋଡ୍ ଠାରେ ସ୍ୱଳ୍ପ-ସମାପ୍ତ ହେବ।
* ୬୮୪୨୩ ଭଦ୍ରକ–କଟକ ମେମୁ ଟ୍ରେନ୍ ୨୯ ଓ ୩୦ ଅଗଷ୍ଟ ୨୦୨୬ ତରିଖରେ କଟକ ପରିବର୍ତ୍ତେ ଯାଜପୁର କେନ୍ଦୁଝର ରୋଡ୍ ଠାରୁ ଯାତ୍ରା ଆରମ୍ଭ କରିବ।
* ୧୮୦୩୭ ଖଡ଼ଗପୁର–ଯାଜପୁର କେନ୍ଦୁଝର ରୋଡ୍ ଏକ୍ସପ୍ରେସ୍ ଟ୍ରେନ୍ ୨୭ରୁ ୨୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଯାଜପୁର କେନ୍ଦୁଝର ରୋଡ୍ ପରିବର୍ତ୍ତେ ଭଦ୍ରକ ଠାରେ ଯାତ୍ରା ସମାପ୍ତ କରିବ।
* ୧୮୦୩୮ ଯାଜପୁର କେନ୍ଦୁଝର ରୋଡ୍–ଖଡ଼ଗପୁର ଏକ୍ସପ୍ରେସ୍ ଟ୍ରେନ୍ ୨୮ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଯାଜପୁର କେନ୍ଦୁଝର ରୋଡ୍ ପରିବର୍ତ୍ତେ ଭଦ୍ରକ ଠାରୁ ଯାତ୍ରା ଆରମ୍ଭ କରିବ।
* ୧୮୦୨୧ ଖଡ଼ଗପୁର–ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ ଟ୍ରେନ୍ ୨୭ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ପରିବର୍ତ୍ତେ ଭଦ୍ରକ ଠାରେ ଯାତ୍ରା ସମାପ୍ତ କରିବ।
* ୧୮୦୨୨ ଖୋର୍ଦ୍ଧା ରୋଡ୍–ଖଡ଼ଗପୁର ଏକ୍ସପ୍ରେସ୍ ଟ୍ରେନ୍ ୨୭ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ପରିବର୍ତ୍ତେ ଭଦ୍ରକ ଠାରୁ ଯାତ୍ରା ଆରମ୍ଭ କରିବ।
ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।


