ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଅଂଚଳ ରେ ଜଣେ ହରିଜନ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ଘୋଷରମାଳ ଅଂଚଳ ର ଜୈନିକା ନାବାଳିକା ଗତ ୦୧/୦୯/୨୦୨୬ ରାତି ପ୍ରାୟ ୧୦ ଘଟିକା ସମୟରେ ପୀଡିତା ନିଜ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏହା ପରେ ପୀଡିତାଙ୍କ ପରିବାର ପକ୍ଷରୁ ୧୧୨ ହେଲ୍ପଲାଇନକୁ ଫୋନ କରି ପୋଲିସକୁ ଜଣାଇଥିଲେ।
ଅଭିଯୋଗ ପାଇବା ପରେ ରେଢ଼ାଖୋଲ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା।
ଗିରଫ ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ତେନ୍ତୁଲୋଇ (କୋଡାସାହି) ଗ୍ରାମର ବାପି ପ୍ରଧାନ (୨୦)। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ରେଢ଼ାଖୋଲ ଥାନାରେ କେସ୍ ନଂ ୧୬୫/୨୦୨୬ ରେ ଭାରତୀୟ ନ୍ୟାୟ ସଂହିତାର ଧାରା ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି।


