Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ‘ସମ୍ବାଦ–ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା
ଆଜିର ଖବର

ରଣପୁରରେ ‘ସମ୍ବାଦ–ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା

September 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁରରେ ‘ସମ୍ବାଦ–ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା
ରଣପୁରରେ ‘ସମ୍ବାଦ–ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା

ରଣପୁର: ‘ସମ୍ବାଦ–ଆମ ଓଡ଼ିଶା’ ପକ୍ଷରୁ ରଣପୁରରେ ଏକ ବିଭିନ୍ନ ପ୍ରତିଭାଭିତ୍ତିକ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାରେ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଲିଖନ, ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ ଆଦି ବିଭାଗରେ ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ରଣପୁରସ୍ଥିତ ସିତ ବିଦ୍ୟାଳୟ ଅନ୍ଦର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ ସାହିତ୍ୟ ଘର’ର ସଦସ୍ୟମାନେ ସହଯୋଗ କରିଥିଲେ। ସାହିତ୍ୟ ଘରର ସଭାପତି ଉମାକାନ୍ତ ଦାଶ ଓ ସମ୍ପାଦକ ଅଶୋକ କୁମାର କାଶ, ଉପଦେଷ୍ଟା ବିଦେଶିନୀ ପତି ଓ ସୁଶୀଲ କୁମାର ରଣାଙ୍କ ସମେତ ବିଭିନ୍ନ ସହଯୋଗୀ ଏହି ଆୟୋଜନରେ ସହଯୋଗ କରିଥିଲେ।

ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପ୍ରତିଯୋଗିତାର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ। ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନଶୀଳତା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସେମାନଙ୍କ ପ୍ରତିଭା ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

ଏହି କାର୍ଯ୍ୟକ୍ରମଟି ରଣପୁର ସମ୍ବାଦ ପ୍ରତିନିଧି ବିଶ୍ୱରଂଜନ ଆଚାର୍ଯ୍ୟଙ୍କ ପରିଚାଳନାରେ ସୁଚାରୁ ଭାବେ ଅନୁଷ୍ଠିତ ହୋଇଥିଲା। ତାଙ୍କ ତତ୍ତ୍ୱାବଧାନ ଓ ସମସ୍ତଙ୍କ ସହଯୋଗରେ ପ୍ରତିଯୋଗିତାର ସମସ୍ତ ବ୍ୟବସ୍ଥା ସଫଳତାର ସହ ସମ୍ପନ୍ନ ହୋଇଥିଲା।

ପରୀକ୍ଷା ପରିଚାଳନାରେ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତ୍ରରଞ୍ଜନ ଦାସ, ବିଦେଶିନୀ ପତି ଓ ସୁଶୀଲ କୁମାର ରଣା ପ୍ରମୁଖ ସକ୍ରିୟ ଭାବେ ମୂଲ୍ୟାଙ୍କନରେ ସହଯୋଗ କରିଥିଲେ। ସେମାନେ ପରୀକ୍ଷାର ସୁଚାରୁ ପରିଚାଳନା ଓ ଶୃଙ୍ଖଳା ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।

ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ

ଚିତ୍ରାଙ୍କନ ପ୍ରତିଯୋଗିତାରେ କଳିଙ୍ଗ ଲୋଟସ୍ ଏକାଡେମୀ, ରଣପୁରର ଆର୍ଯ୍ୟ ସାମନ୍ତରାୟ ପ୍ରଥମ ସ୍ଥାନ, ସରସ୍ୱତୀ ବିଦ୍ୟା ମନ୍ଦିର ରଣପୁରର ଆରୋହୀ ପ୍ରିୟଦର୍ଶିନୀ ଦ୍ୱିତୀୟ ସ୍ଥାନ ଏବଂ ପି.ଏମ୍‌.ଶ୍ରୀ ବି. ସି. ହାଇ ସ୍କୁଲ, ରଣପୁରର ମନୋରଞ୍ଜନ ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ।

ସେହିପରି ଓଡ଼ିଆ ଭାଷାଜ୍ଞାନ ପରୀକ୍ଷାରେ .ଏମ୍‌.ଶ୍ରୀ ବି. ସି. ହାଇ ସ୍କୁଲ, ରଣପୁରର ସୋମନାଥ ମହାପାତ୍ର ପ୍ରଥମ, ସଞ୍ଜୟ ପ୍ରଧାନ ଦ୍ୱିତୀୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରଣପୁରର ରୁଦ୍ରନାରାୟଣ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।

ପୁରସ୍କାର ବିତରଣ

କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ସମାରୋହରେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗିନ ମହାନ୍ତି ଓ ସମାଜସେବୀ ପ୍ରଫୁଲ୍ଲ ନାୟକ, ପ୍ରଦୀପ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହା ସହିତ ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ତଥା ଶୃଙ୍ଖଳା ରକ୍ଷାରେ ସକ୍ରିୟ ସହଯୋଗ କରିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

‘ସମ୍ବାଦ–ଆମ ଓଡ଼ିଶା’ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଷାନଙ୍କ ଶତକ: ପ୍ରଥମ ଦିନରେ ପୂର୍ବ ଜୋନର ୩୮୫/୪

September 6, 2026

ଆଠଟି ରାଜ୍ୟର ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ: ଜାଣନ୍ତୁ କେଉଁଠି?

September 6, 2026

ଭୁଶୁଡ଼ିଲା ବହୁତଳ ପ୍ରାସାଦ, ଫସିରହିଛନ୍ତି ଏକାଧିକ ଶିକ୍ଷାର୍ଥୀ

September 6, 2026

ଛଟେଇ ପାଇଁ ପ୍ରସ୍ତୁତ ହେଉଛି ଟାଟା ଗ୍ରୁପ୍ କମ୍ପାନୀ: ବିପଦରେ କର୍ମଚାରୀଙ୍କ ଜୀବିକା 

September 6, 2026
Latest News

ରଣପୁରରେ ‘ସମ୍ବାଦ–ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା

September 6, 2026

ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଷାନଙ୍କ ଶତକ: ପ୍ରଥମ ଦିନରେ ପୂର୍ବ ଜୋନର ୩୮୫/୪

September 6, 2026

ଆଠଟି ରାଜ୍ୟର ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ: ଜାଣନ୍ତୁ କେଉଁଠି?

September 6, 2026

ଭୁଶୁଡ଼ିଲା ବହୁତଳ ପ୍ରାସାଦ, ଫସିରହିଛନ୍ତି ଏକାଧିକ ଶିକ୍ଷାର୍ଥୀ

September 6, 2026

ଛଟେଇ ପାଇଁ ପ୍ରସ୍ତୁତ ହେଉଛି ଟାଟା ଗ୍ରୁପ୍ କମ୍ପାନୀ: ବିପଦରେ କର୍ମଚାରୀଙ୍କ ଜୀବିକା 

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.