Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ
ଆଜିର ଖବର

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାୟଗଡ଼ା: ବିକାଶର ଦାବି ମଧ୍ୟରେ ପୁଣି ସାମ୍ନାକୁ ଆସିଛି ଗ୍ରାମାଞ୍ଚଳର ଏକ ଅସହାୟ ଚିତ୍ର। ଗାଁକୁ ନାହିଁ ଭଲ ରାସ୍ତା, ପହଞ୍ଚିପାରୁନି ଆମ୍ବୁଲାନ୍ସ। ଜରୁରୀ ସମୟରେ ଚିକିତ୍ସା ପାଇଁ ଯିବାକୁ ଆମ୍ବୁଲାନ୍ସ ନୁହେଁ, ଲୋକଙ୍କ କାନ୍ଧ ଓ ଖଟିଆ ହିଁ ପାଲଟିଛି ଏକମାତ୍ର ଭରସା। ଏମିତି ଏକ ଘଟଣାରେ ୯ ମାସର ଗର୍ଭବତୀଙ୍କୁ ପ୍ରାୟ ୩.୫ କିଲୋମିଟର ଖଟିଆରେ ବୋହି ନେବାକୁ ପଡ଼ିଛି। ରାୟଗଡ଼ା ଗୁଡ଼ାରୀ ବ୍ଲକର ସାଡକଣା ଗାଁର ଏହି ଘଟଣା ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ଓ ଯୋଗାଯୋଗ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି।

ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଡକଣା ଗ୍ରାମର ୨୫ ବର୍ଷୀୟା ସୁମି କାଡ୍ରାକ ୯ ମାସର ଗର୍ଭବତୀ ଥିଲେ। ପ୍ରଥମ ସନ୍ତାନ ପ୍ରସବ ପାଇଁ ତାଙ୍କୁ ତୁରନ୍ତ ଚିକିତ୍ସାଳୟ ନେବାର ଆବଶ୍ୟକତା ପଡ଼ିଥିଲା। ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁ ଭିତରକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରିନଥିଲା।

ଶେଷରେ ଆମ୍ବୁଲାନ୍ସ ଅପେକ୍ଷାରେ ନ ରହି ପରିବାର ଲୋକ ଓ ଗ୍ରାମବାସୀ ଏକ ଖଟିଆରେ ସୁମିଙ୍କୁ ବୋହି ନେଇଥିଲେ। ପ୍ରାୟ ୩.୫ କିଲୋମିଟର ରାସ୍ତା ଖଟିଆରେ ବୋହି ତାଙ୍କୁ ସାଡକଣାରୁ ବଡ଼ପଙ୍କାଳ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ଅପେକ୍ଷାରତ ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସାଡକଣା ଗାଁକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି। ହେଲେ ଗୋଟିଏ ପଟେ ନାଳ ଥିବା ବେଳେ ଅନ୍ୟପଟର ରାସ୍ତା ବର୍ଷାଦିନେ କାଦୁଅପଚପଚ ହୋଇଯାଉଛି। ଫଳରେ ଯାତାୟାତ ଏକପ୍ରକାର ଦୁର୍ବିସହ ହୋଇପଡ଼ୁଛି।

ଚାରିଚକିଆ ଯାନ ଗାଁ ଭିତରକୁ ଯିବା ସମ୍ଭବ ହେଉନଥିବାରୁ ଜରୁରୀ ସମୟରେ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି ଅସୀମ ଯନ୍ତ୍ରଣା। ବିଶେଷକରି ଗର୍ଭବତୀ ମହିଳା, ଶିଶୁ ଓ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ନେବା ସମୟରେ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ରାସ୍ତା ସମସ୍ୟା ଆଜିର ନୁହେଁ। ବର୍ଷା ଆସିଲେ ଯାତାୟାତ ସମସ୍ୟା ଆହୁରି ଜଟିଳ ହେଉଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁ ନିକଟରେ ପହଞ୍ଚିପାରୁନଥିବାରୁ ଲୋକଙ୍କ କାନ୍ଧ ହିଁ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ବିକଳ୍ପ ପାଲଟୁଛି।

ଯେଉଁ ସମୟରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଓ ତୁରନ୍ତ ଚିକିତ୍ସା ସୁବିଧା ମିଳିବା କଥା, ସେଠାରେ ଜଣେ ୯ ମାସର ଗର୍ଭବତୀଙ୍କୁ ୩.୫ କିଲୋମିଟର ଖଟିଆରେ ବୋହି ନେବା ଘଟଣା ବ୍ୟବସ୍ଥାର ବିଫଳତା ନେଇ ପ୍ରଶ୍ନ ଉଠାଇଛି।

ଗାଁକୁ ସୁଗମ ରାସ୍ତା ନିର୍ମାଣ ସହ ଜରୁରୀ ସମୟରେ ଆମ୍ବୁଲାନ୍ସ ପହଞ୍ଚିବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବେ ଦେଖିବାର କଥା, ସାଡକଣାବାସୀଙ୍କ ଏହି ଦୀର୍ଘଦିନର ସମସ୍ୟା କେବେ ଦୂର ହେଉଛି।

 

ଗର୍ଭବତୀ ବିକାଶର ବାସ୍ତବ ଚିତ୍ର ରାୟଗଡ଼ା ରାସ୍ତା ସମସ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ହୋଟେଲରୁ ଏୟାର ଇଣ୍ଡିଆ ପାଇଲଟଙ୍କ ମୃତଦେହ ଉଦ୍ଧାର

September 12, 2026

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଯୁବକଙ୍କ ମୃତ୍ୟୁ

September 12, 2026

ମାଛ ଧରା ଜାଲରେ ଛନ୍ଦି ହେଲା କୁମ୍ଭୀର

September 12, 2026

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026
Latest News

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026

ଦିଲ୍ଲୀ ହୋଟେଲରୁ ଏୟାର ଇଣ୍ଡିଆ ପାଇଲଟଙ୍କ ମୃତଦେହ ଉଦ୍ଧାର

September 12, 2026

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଯୁବକଙ୍କ ମୃତ୍ୟୁ

September 12, 2026

ମାଛ ଧରା ଜାଲରେ ଛନ୍ଦି ହେଲା କୁମ୍ଭୀର

September 12, 2026

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.