ବାଣପୁର: ବାଣପୁର ନିକଟସ୍ଥ ତାରିଣୀପୀଠ, ଝିଣ୍ଟିକାପଲ୍ଲୀଠାରେ ବାଣପୁର ଏନଏସି ଅଞ୍ଚଳର ଶତାଧିକ କୃଷକ ବନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ ଆତ୍ମୀୟତାପୂର୍ଣ୍ଣ କାର୍ଯ୍ୟକ୍ରମରେ ସମାଜସେବୀ ତଥା ବାଣପୁର ଏନଏସିର ବିଜେପି ଯୁବ ସଂଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଶ୍ରୀ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ କୃଷକ ବନ୍ଧୁମାନଙ୍କ ସହ ମତବିନିମୟ କରିଥିଲେ।
ଚଳିତ କୃଷି ଋତୁରେ ଉତ୍ତମ ଅମଳ ଓ କୃଷକମାନଙ୍କ ସମୃଦ୍ଧି କାମନା କରି ମା’ଙ୍କ ନିକଟରୁ ଆଜ୍ଞାମାଳ ଆଣିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ କୃଷକମାନଙ୍କ ସମସ୍ୟା, ଆଶା ଓ ଆବଶ୍ୟକତା ସମ୍ପର୍କରେ ଶ୍ରୀ ମିଶ୍ର ଆଲୋଚନା କରିଥିଲେ।
କୃଷକ ବନ୍ଧୁମାନଙ୍କର ସ୍ନେହ, ଆତ୍ମୀୟତା ଓ ଆତିଥ୍ୟ ପାଇଁ ଶ୍ରୀ ମିଶ୍ର କୃତଜ୍ଞତା ପ୍ରକାଶ କରିବା ସହ କୃଷକ ସମାଜର ସୁଖଦୁଃଖରେ ସର୍ବଦା ସାଥୀ ହୋଇ ରହିବା ଏବଂ ସେମାନଙ୍କ ସମସ୍ୟା ଓ ଆବଶ୍ୟକତାକୁ ଗୁରୁତ୍ୱର ସହ ଉପସ୍ଥାପନ କରିବା ପାଇଁ ସଂକଳ୍ପ ପ୍ରକାଶ କରିଥିଲେ।
ମା’ ତାରିଣୀଙ୍କ ଆଶୀର୍ବାଦରେ ଚଳିତ ଋତୁରେ କୃଷକମାନଙ୍କୁ ଉତ୍ତମ ଅମଳ ମିଳିବା ସହିତ ସେମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉନ୍ନତି ଆସୁ ବୋଲି ଶ୍ରୀ ମିଶ୍ର ମା’ଙ୍କ ନିକଟରେ କାମନା କରିଥିଲେ।


