Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

September 15, 2026No Comments6 Mins Read
Share Facebook Twitter LinkedIn Email WhatsApp Copy Link
ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ସମ୍ମିଳନୀ ତଥା ପ୍ରଦର୍ଶନୀ, ‘ସେମିକନ୍ ଇଣ୍ଡିଆ ୨୦୨୬’ର ପଞ୍ଚମ ସଂସ୍କରଣ ୧୭ ରୁ ୧୯ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ୟଶୋଭୂମି (ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ କନ୍‌ଭେନ୍ସନ୍ ଆଣ୍ଡ୍ ଏକ୍ସପୋ ସେଣ୍ଟର୍) ଠାରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୬ରେ ଏହି ସମ୍ମିଳନୀର ଉଦ୍‌ଘାଟନ କରିବେ। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଉଚ୍ଚସ୍ତରୀୟ ଆଲୋଚନା, ଶିଳ୍ପ ଜଗତ ସହିତ ସହଭାଗିତା ଏବଂ ଭାରତର ଦ୍ରୁତ ବିକଶିତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମକୁ ପ୍ରଦର୍ଶିତ କରାଯିବ।

‘ସେମିକନ୍ ଇଣ୍ଡିଆ ୨୦୨୬’ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ (ଆଇଏସଏମ), ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଡିଜାଇନ୍ ଏବଂ ଉତ୍ପାଦନ କ୍ଷେତ୍ରର ଅନ୍ତର୍ଜାତୀୟ ଶିଳ୍ପ ସଂଘ ଏସଇଏମଆଇ ପକ୍ଷରୁ ମିଳିତଭାବେ ଆୟୋଜିତ ହେଉଛି। ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କମ୍ପାନୀ, ଶିଳ୍ପ ଜଗତର ନେତୃବର୍ଗ, ନୀତି ନିର୍ଦ୍ଧାରକ, ନିବେଶକ, ଗବେଷକ, ଶିକ୍ଷାବିତ୍, ଷ୍ଟାର୍ଟଅପ୍ ଏବଂ ଛାତ୍ରଛାତ୍ରୀମାନେ ଏକାଠି ହେବେ। ଏହି ମଞ୍ଚରେ ମତ ବିନିମୟ, ନୂଆ ସହଭାଗିତା ଓ ବ୍ୟବସାୟିକ ସହଯୋଗର ସୁଯୋଗ ସୃଷ୍ଟି ସହିତ ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମର ଭବିଷ୍ୟତକୁ ଗଢିବା ନେଇ ଆଲୋଚନା ହେବ।

“ସିଲିକନ୍‌ରୁ ସିଷ୍ଟମ୍‌: ଇକୋସିଷ୍ଟମ୍ ଗଠନ” ବିଷୟକୁ ନେଇ ଆୟୋଜିତ ହେଉଥିବା ସେମିକନ୍ ଇଣ୍ଡିଆ ୨୦୨୬ ଭାରତର ସେମିକଣ୍ଡକ୍ଟର କ୍ଷେତ୍ରର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବାକୁ ଯାଉଛି। ଦୃଢ଼ ସରକାରୀ ନୀତି ଓ ପଦକ୍ଷେପ, ଶିଳ୍ପ କ୍ଷେତ୍ରରେ ବଢ଼ୁଥିବା ନିବେଶ ଓ କାର୍ଯ୍ୟକାରିତା, ଏବଂ ଭରସାଯୋଗ୍ୟ ଓ ସୁଦୃଢ଼ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ପାଇଁ ବିଶ୍ୱସ୍ତରରେ ବଢ଼ୁଥିବା ଚାହିଦା-ମିଳିତଭାବେ ଏହି ସବୁ କାରଣ ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଏକ ଉଦୀୟମାନ ଓ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର ଭାବେ ଗଢ଼ି ତୋଳୁଛି।

ଏହି କାରଣରୁ ସେମିକନ୍ ଇଣ୍ଡିଆ ୨୦୨୬ କେବଳ ଏକ ପ୍ରଦର୍ଶନୀ ନୁହେଁ, ତାଠାରୁ ଅଧିକ । ଯଶୋଭୂମିରେ ତିନିଦିନ ଧରି ଚାଲିବାକୁ ଥିବା ଏହି ଆୟୋଜନରେ ୧୫,୦୦୦ ବର୍ଗମିଟର ପରିସରରେ ପ୍ରାୟ ୩୦୦ ଅନ୍ତର୍ଜାତୀୟ କମ୍ପାନୀ ସମେତ ୬୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ। ଏଥିସହ ୧୫୦ରୁ ଅଧିକ ପ୍ରତିଷ୍ଠିତ ବିଶେଷଜ୍ଞ ନିଜର ଜ୍ଞାନ, ଅଭିଜ୍ଞତା ଓ ଦୃଷ୍ଟିକୋଣ ଅଂଶୀଦାର କରିବେ।

ଏହି କାର୍ଯ୍ୟକ୍ରମରେ ୬ଟି ଦେଶର ପାଭିଲିଅନ୍ ଏବଂ ୧୨ଟି ରାଜ୍ୟର ପାଭିଲିଅନ୍ ରହିବ। ଏହା ସହିତ ଷ୍ଟାର୍ଟଅପ୍ ପ୍ରଦର୍ଶନୀ, ଛାତ୍ରଛାତ୍ରୀଙ୍କ ପାଇଁ ହ୍ୟାକାଥନ୍, ଦକ୍ଷତା ବିକାଶ ପାଭିଲିଅନ୍ ଏବଂ ମହିଳା ଫୋରମ୍ ମଧ୍ୟ ଆୟୋଜିତ ହେବ। ଏହି ସମସ୍ତ ମଞ୍ଚ ମାଧ୍ୟମରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଧୀରେ ଧୀରେ ଗଢ଼ି ତୋଳିଥିବା ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ର ବିଭିନ୍ନ ଦିଗ ଓ ସଫଳତାକୁ ପ୍ରଦର୍ଶନ କରାଯିବ।

ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ର ପ୍ରଦର୍ଶନ

ସେମିକନ୍ ଇଣ୍ଡିଆ ୨୦୨୬ରେ ସେମିକଣ୍ଡକ୍ଟର ଶିଳ୍ପର ସମଗ୍ର ମୂଲ୍ୟ ଶୃଙ୍ଖଳକୁ ପ୍ରାଧାନ୍ୟ ଦିଆଯିବ। ସେମିକଣ୍ଡକ୍ଟର ପାଇଁ ଆବଶ୍ୟକ କଞ୍ଚାମାଲ ଓ ଉତ୍ପାଦନଠାରୁ ଆରମ୍ଭ କରି ଉନ୍ନତ ପ୍ୟାକେଜିଂ, ଚିପ୍ ଡିଜାଇନ୍, ଇଲେକ୍ଟ୍ରୋନିକ୍ସ ଓ ସିଷ୍ଟମ୍ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଏଠାରେ ପ୍ରଦର୍ଶିତ କରାଯିବ। ନୂଆ ‘ସ୍ୟାଣ୍ଡ ଟୁ ସିଲିକନ୍ ଟୁ ସିଷ୍ଟମ୍ସ’ ମୂଲ୍ୟ ଶୃଙ୍ଖଳ ଅଭିଜ୍ଞତା ମାଧ୍ୟମରେ ଦର୍ଶକମାନେ ସମଗ୍ର ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ସମ୍ପର୍କରେ ଧାରଣା ପାଇପାରିବେ। ଏଥିରେ ମୂଲ୍ୟ ଶୃଙ୍ଖଳର ବିଭିନ୍ନ ପର୍ଯ୍ୟାୟରେ ଭାରତର ବଢ଼ୁଥିବା କ୍ଷମତାକୁ ମଧ୍ୟ ଦେଖିବାର ସୁଯୋଗ ମିଳିବ।

ପ୍ରଦର୍ଶନୀରେ ୬ଟି ଦେଶର ପାଭିଲିଅନ୍ ଓ ୧୨ଟି ରାଜ୍ୟ ସରକାରଙ୍କ ପାଭିଲିଅନ୍ ରହିବ। ଏଥିସହ ଏକ ସ୍ୱତନ୍ତ୍ର ଷ୍ଟାର୍ଟଅପ୍ ପାଭିଲିଅନ୍, ଇନୋଭେସନ୍ ଶୋକେସ୍, ଷ୍ଟାର୍ଟଅପ୍ ପିଚ୍ ପ୍ରତିଯୋଗିତା, ଛାତ୍ର ହ୍ୟାକାଥନ୍ ଏବଂ ୱାର୍କଫୋର୍ସ ଡେଭେଲପମେଣ୍ଟ ପାଭିଲିଅନ୍ ରହିବ। ଷ୍ଟାର୍ଟଅପ୍ ପାଭିଲିଅନ୍‌ରେ ପ୍ରାୟ ୪୦ଟି ଷ୍ଟାର୍ଟଅପ୍ ସେମାନଙ୍କ ଉତ୍ପାଦ, ନବସୃଜନ ଓ ପ୍ରଯୁକ୍ତି ପ୍ରଦର୍ଶନ କରିବେ। ଅନ୍ୟପକ୍ଷରେ, ୱାର୍କଫୋର୍ସ ଡେଭେଲପମେଣ୍ଟ ପାଭିଲିଅନ୍ ମାଇକ୍ରୋଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦକ୍ଷତା, ପ୍ରତିଭା ଓ ଚାକିରି ସୁଯୋଗ ସମ୍ପର୍କରେ ଏକ ସ୍ୱତନ୍ତ୍ର ମଞ୍ଚ ଯୋଗାଇବ।

ଭାରତୀୟ ଓ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ପାଇଁ ଏହି କାର୍ଯ୍ୟକ୍ରମ ବ୍ୟବସାୟିକ ସହଭାଗିତା, ନିବେଶ ସୁଯୋଗ, ପ୍ରଯୁକ୍ତି ସହଯୋଗ ଏବଂ ଯୋଗାଣ ଶୃଙ୍ଖଳରେ ସହଯୋଗ ନେଇ ଆଲୋଚନା ଓ ସମ୍ଭାବନା ଖୋଜିବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ। ଏହା ମାଧ୍ୟମରେ ବିଶ୍ୱସ୍ତରରେ ଏକ ଭରସାଯୋଗ୍ୟ ସେମିକଣ୍ଡକ୍ଟର ସହଯୋଗୀ ଭାବେ ଭାରତର ସ୍ଥିତି ଆହୁରି ମଜବୁତ ହେବ।

ନୀତିରୁ ଉତ୍ପାଦନ ପର୍ଯ୍ୟନ୍ତ

ଭାରତର ସେମିକଣ୍ଡକ୍ଟର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସେମିକନ୍ ଇଣ୍ଡିଆ ୨୦୨୬ ଆୟୋଜିତ ହେଉଛି। ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦେଶରେ ଏକ ସୁଦୃଢ଼ ଓ ସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଢ଼ି ତୋଳିବା ଲକ୍ଷ୍ୟରେ ସରକାର ୧୨ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।

ସେମିକନ୍ ୧.୦ ଅଧୀନରେ ଅନୁମୋଦିତ ୧୨ଟି ପ୍ରକଳ୍ପ ମଧ୍ୟରୁ ୩ଟିରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇସାରିଛି। ଏହା ସହିତ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ସେମିକନ୍ ୨.୦ର ପରବର୍ତ୍ତୀ ପର୍ଯ୍ୟାୟକୁ ମଧ୍ୟ ଅନୁମୋଦନ କରିଛି। ଏଥିରେ ୬ଟି ପ୍ରମୁଖ ସ୍ତମ୍ଭ ଉପରେ ଗୁରୁତ୍ୱ ଦିଆଯାଇଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ଗବେଷଣା, ନବସୃଜନ ଓ ଡିଜାଇନକୁ ମଧ୍ୟ ସରକାର ସମର୍ଥନ ଯୋଗାଇ ଆସୁଛନ୍ତି।

ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଡିଜାଇନ୍ ଅଟୋମେସନ୍ (ଇଡିଏ) ଟୁଲ୍‌ ୪୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ଏବଂ ୧୦୫ଟି ଷ୍ଟାର୍ଟଅପ୍ ପାଇଁ ଉପଲବ୍ଧ କରାଯାଇଛି। ଏହାଛଡ଼ା, ଅଭିନବ ସେମିକଣ୍ଡକ୍ଟର ଉତ୍ପାଦ ଓ ପ୍ରୟୋଗର ଡିଜାଇନ୍‌କୁ ପ୍ରୋତ୍ସାହନ ଦେବା ପାଇଁ ଡିଜାଇନ୍ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ୍ (ଡିଏଲ୍‌ଆଇ) ଯୋଜନା ଅଧୀନରେ ୨୪ଟି ଷ୍ଟାର୍ଟଅପ୍‌କୁ ଅନୁମୋଦନ ମିଳିଛି। ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ବିଭିନ୍ନ ସ୍ତରରେ ଦେଶର କ୍ଷମତା ବିକଶିତ କରିବା ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରୁଥିବା ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ୍‌ ଗଢ଼ିବା ପାଇଁ ଏହି ସମସ୍ତ ପଦକ୍ଷେପ ନିଆଯାଉଛି। ଏହା ଭାରତକୁ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ବିଶ୍ବରେ ଏକ ପ୍ରମୁଖ ଦେଶଭାବେ ଗଢ଼ି ତୋଳିବାରେ ଏକ ଦୃଢ଼ ଭିତ୍ତି ସୃଷ୍ଟି କରିବ।

ବିଶ୍ୱର ବିଶ୍ବସନୀୟ ସେମିକଣ୍ଡକ୍ଟର ଭାଗୀଦାର ରୂପରେ ଭାରତ

କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ପ୍ରଯୁକ୍ତି, ଉନ୍ନତ କମ୍ପ୍ୟୁଟିଂ, ବୈଦ୍ୟୁତିକ ଯାନ, ଦୂରସଞ୍ଚାର ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିର ଦ୍ରୁତ ବିକାଶ ଯୋଗୁଁ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ଏଥିସହିତ, ବିବିଧ, ସୁଦୃଢ଼ ଓ ଭରସାଯୋଗ୍ୟ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳର ଆବଶ୍ୟକତା ମଧ୍ୟ ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି।  ଏଭଳି ପରିସ୍ଥିତିରେ ପ୍ରଗତିଶୀଳ ସରକାରୀ ନୀତି, ବିପୁଳ ସଂଖ୍ୟକ ଦକ୍ଷ ପେସାଦାର, ଦୃଢ଼ ଘରୋଇ ଚାହିଦା ଏବଂ ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ବଢ଼ୁଥିବା ଆଗ୍ରହ ଯୋଗୁଁ ଭାରତ ସେମିକଣ୍ଡକ୍ଟର ଡିଜାଇନ୍, ଉତ୍ପାଦନ, ଗବେଷଣା, ନବସୃଜନ ଓ ନିବେଶ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି। ୨୦୨୫ରେ ବିଶ୍ୱ ସେମିକଣ୍ଡକ୍ଟର ବଜାରର ମୂଲ୍ୟ ପ୍ରାୟ ୭୯୬ ବିଲିୟନ୍ ଆମେରିକୀୟ ଡଲାର ଥିବାବେଳେ, ୨୦୩୦ ସୁଦ୍ଧା ଏହା ୨ ଟ୍ରିଲିୟନ୍ ଡଲାର ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ଭାରତର ସେମିକଣ୍ଡକ୍ଟର ଚାହିଦା ପ୍ରାୟ ୫୦ ବିଲିୟନ୍ ଡଲାର ଥିବାବେଳେ, ୨୦୩୦ ସୁଦ୍ଧା ଏହା ପ୍ରାୟ ୧୦୩ ବିଲିୟନ୍ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହା ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ବିପୁଳ ବିକାଶ ସମ୍ଭାବନାକୁ ସ୍ପଷ୍ଟ କରୁଛି।

“ସିଲିକନ୍‌ରୁ ସିଷ୍ଟମ୍‌: ଇକୋସିଷ୍ଟମ୍ ଗଠନ” ଥିମ୍‌ ଭାରତ କିପରି ସେମିକଣ୍ଡକ୍ଟର କ୍ଷେତ୍ରରେ ନିଜର ବିଶ୍ୱସନୀୟତା ପ୍ରମାଣ କରିବାରୁ ଆଗକୁ ବଢ଼ି ବିଭିନ୍ନ ସ୍ତରରେ ନିଜ କ୍ଷମତା ପ୍ରଦର୍ଶନ କରୁଛି, ତାହାକୁ ପ୍ରତିଫଳିତ କରୁଛି। ସେମିକଣ୍ଡକ୍ଟର ଶିଳ୍ପରେ ସହଯୋଗ, ନିବେଶ, ନବସୃଜନ ଓ ଇକୋସିଷ୍ଟମ୍‌ର ବିଭିନ୍ନ ଅଂଶ ମଧ୍ୟରେ ସମନ୍ୱୟକୁ ଆହୁରି ତ୍ୱରାନ୍ୱିତ କରିବା ସହିତ ଏକ ବିଶ୍ୱସ୍ତ ଅନ୍ତର୍ଜାତୀୟ ଭାଗୀଦାର ଭାବେ ଭାରତର ସ୍ଥିତିକୁ ମଜବୁତ କରିବା ଏହି ସମ୍ମିଳନୀର ଲକ୍ଷ୍ୟ।

ସେମିକନ୍ ଇଣ୍ଡିଆ ଏବେ ବିଶ୍ୱର ପ୍ରମୁଖ ଶିଳ୍ପ ନେତା, ନୀତି ନିର୍ଦ୍ଧାରକ, ଗବେଷକ, ଷ୍ଟାର୍ଟଅପ୍ ଓ ନିବେଶକମାନଙ୍କ ପାଇଁ ପ୍ରତିବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମିଳନସ୍ଥଳରେ ପରିଣତ ହୋଇଛି। ୨୦୨୬ ସଂସ୍କରଣରେ ଏହି ଧାରାକୁ ଆହୁରି ଆଗକୁ ନେଇ ସହଯୋଗ, ପ୍ରଯୁକ୍ତିଗତ ଭାଗୀଦାରି, ନିବେଶ, ଦକ୍ଷତା ବିକାଶ ଓ ଜ୍ଞାନ ବିନିମୟ ପାଇଁ ଏକ ବ୍ୟାପକ ମଞ୍ଚ ଯୋଗାଇ ଦିଆଯିବ। ଏହା ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌କୁ ଆହୁରି ସୁଦୃଢ଼ କରିବା ସହିତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଉଭା ହେବାର ଭାରତର ଲକ୍ଷ୍ୟକୁ ସମର୍ଥନ କରିବ।

ସେମିକନ୍ ଇଣ୍ଡିଆ ୨୦୨୬ ପାଇଁ ପରିଦର୍ଶକ ପଞ୍ଜୀକରଣ ଆରମ୍ଭ

ସେମିକନ୍ ଇଣ୍ଡିଆ ୨୦୨୬ରେ ଯୋଗଦେବା ପାଇଁ ଦର୍ଶକଙ୍କ ପଞ୍ଜୀକରଣ ଏବେ ଖୋଲା ରହିଛି। ଇଚ୍ଛୁକ ବ୍ୟକ୍ତିମାନେ ଏହି ଲିଙ୍କ୍‌ରେ ପଞ୍ଜୀକରଣ କରିପାରିବେ:  https://portal.semiconindia.org/register

ସେମିକନ୍ ଇଣ୍ଡିଆ ସମ୍ପର୍କରେ

ସେମିକନ୍ ଇଣ୍ଡିଆ ହେଉଛି ଭାରତର ପ୍ରମୁଖ ସେମିକଣ୍ଡକ୍ଟର ସମ୍ମିଳନୀ ଓ ପ୍ରଦର୍ଶନୀ। ଭାରତ ସେମିକଣ୍ଡକ୍ଟର ମିଶନ୍ (ଆଇଏସ୍‌ଏମ୍), ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଏସଇଏମଆଇର ମିଳିତ ଆୟୋଜନରେ ଏହା ଅନୁଷ୍ଠିତ ହୋଇଥାଏ। ବିଶ୍ୱର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ୍‌ର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରି ସହଯୋଗ, ନବସୃଜନ, ଉତ୍ପାଦନ, ନିବେଶ ଓ ଦକ୍ଷତା ବିକାଶକୁ ଆଗକୁ ବଢ଼ାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ। ଏଥିସହିତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବାର ଦେଶର ଲକ୍ଷ୍ୟକୁ ମଧ୍ୟ ଏହା ସମର୍ଥନ କରେ।

ଭାରତ ସେମିକଣ୍ଡକ୍ଟର ମିଶନ୍ ସମ୍ପର୍କରେ

‘ଭାରତ ସେମିକଣ୍ଡକ୍ଟର ମିଶନ୍ (ଆଇଏସ୍‌ଏମ୍)’ର ଲକ୍ଷ୍ୟ ହେଉଛି ଦେଶରେ ଏକ ସୁଦୃଢ଼ ସେମିକଣ୍ଡକ୍ଟର ଓ ଡିସ୍‌ପ୍ଲେ ଇକୋସିଷ୍ଟମ୍ ଗଢ଼ି ତୋଳିବା ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଓ ଡିଜାଇନ୍ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା। ସେମିକଣ୍ଡକ୍ଟର ଓ ଡିସ୍‌ପ୍ଲେ ସମ୍ପର୍କିତ ବିଭିନ୍ନ ଯୋଜନାର ଦକ୍ଷ ଓ ସୁଗମ କାର୍ଯ୍ୟାନ୍ୱୟନ ପାଇଁ ଏହି ମିଶନ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଏଥିପାଇଁ ଏହା ବିଭିନ୍ନ ସରକାରୀ ମନ୍ତ୍ରଣାଳୟ, ବିଭାଗ ଓ ସଂସ୍ଥା ସହିତ ଶିଳ୍ପ ଜଗତ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ପରାମର୍ଶ କରି କାର୍ଯ୍ୟ କରୁଛି।

ଅନ୍ତର୍ଜାତୀୟ କମ୍ପାନୀ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ନରେନ୍ଦ୍ର ମୋଦୀ ଯଶୋଭୂମି ସେମିକଣ୍ଡକ୍ଟର ସମ୍ମିଳନୀ ସେମିକନ୍ ଇଣ୍ଡିଆ ୨୦୨୬'
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 15, 2026

ଆଜି ଗଣପର୍ବ ନୂଆଁଖାଇ: ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

September 15, 2026

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026
Latest News

ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

September 15, 2026

ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଦିଅର-ଭାଉଜ ମାଡ଼ପିଟ୍‌: ଭାଉଜଙ୍କ ଭାଙ୍ଗିଲା ହାତ, ଦିଅର ଗିରଫ

September 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 15, 2026

ଆଜି ଗଣପର୍ବ ନୂଆଁଖାଇ: ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

September 15, 2026

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.