ଖୋରଧା: ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୁଲ୍ୟରେ ରେଡ୍ ରନ୍ ୪.୦ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମାରାଥନ ରେ ୧୦ ଗୋଟି ମହାବିଦ୍ୟାଳୟର ୬୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଯୁବ ଗୋଷ୍ଠୀ ମଧ୍ୟରେ ଏଚ ଆଇ ଭି ଏଡ୍ ସ କୁ ପ୍ରଭାବ ଓ ସୁରକ୍ଷା ବାର୍ତ୍ତା ତଥା ସଚେତନତା ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ମାରାଥନ୍ କୁ ସହକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ କୁମାର ମିତ୍ର , ଡି ଏମ ଓ, ଜନସ୍ୱାସ୍ଥ୍ୟ ଡାକ୍ତର ଶ୍ୟାମ ପ୍ରସନ୍ନ ମିତ୍ର, ଜିଲ୍ଲା ନୋଡାଲ ଅଧିକାରୀ,ଏ ଚ ଆଇ ଭି ଏଡ୍ ସ୍, ଡାକ୍ତର ସୁବ୍ରତ କୁମାର ତ୍ରିପାଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଗଣଦୌଡ ସି ଡି ଏମ ଓ କାର୍ଯ୍ୟାଳୟରୁ ବାହାରି, ଖୋରଧା ପେଟ୍ରୋଲ ପମ୍ପ,ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ପୁନଃଶ୍ଚ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ କି ମୀ ଅତିକ୍ରମ କରି ପହଞ୍ଚି ଥିଲା।
ପରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରଥମ ସ୍ଥାନ ଅଧିକାର କରିଥିବା ଚନ୍ଦନ ସାମଲ, ସୈନ୍ୟ ବାହିନୀ ନିଯୁକ୍ତି ଅନୁଷ୍ଠାନ, ଜଟଣୀ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅନୱର୍ ଖାନ୍, ପ୍ରାଣ ନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଖୋରଧା, ତୃତୀୟ ସ୍ଥାନ ଅଧିକାର କରିଥିବା ଚିତ୍ତରଞ୍ଜନ ରାଉତ, ସୈନ୍ୟ ବାହିନୀ ନିଯୁକ୍ତି ଅନୁଷ୍ଠାନ, ଜଟଣୀ ଙ୍କୁ ଅର୍ଥରାଶି ଶହ ମାନପତ୍ର ପ୍ରଦାନ କରିଥିଲେ।
ବାଳିକା ଉଇଂରେ ବର୍ଷାରାଣୀ ପ୍ରଧାନ,ଡି ସି ସି, ମହାବିଦ୍ୟାଳୟ, ଟାଙ୍ଗୀ, ପ୍ରଥମ,ପ୍ରୀୟାଂଶି ପ୍ରିୟଦର୍ଶିନୀ ସାହୁ , ସୈନ୍ୟବାହିନୀ ନିଯୁକ୍ତି ଅନୁଷ୍ଠାନ, ଜଟଣୀ ଦ୍ୱିତୀୟ, ସ୍ୱର୍ଣଲତା ଜେନା, ସୈନ୍ୟ ବାହିନୀ ନିଯୁକ୍ତି ଅନୁଷ୍ଠାନ, ଜଟଣୀ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ ହୋଇଥିଲେ।
ଉକ୍ତ ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। କାର୍ଯକ୍ରମ ସଂଯୋଜନା ଡିପିଏମ ବିଧାନ ଚନ୍ଦ୍ର ନାୟକ ସମ୍ପାଦିତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଜୀବନ୍ତ ଅଚାର୍ଜି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ, ପ୍ରାଣ ନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଡ଼ଃ ସୁବୋଧ କୁମାର ଜଗଦେବ ଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କର୍ମଚାରୀ, ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା, ବିଭିନ୍ନ ମହାବିଦ୍ୟାଳୟର ସୈକ୍ଷିକ କର୍ମଚାରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।


