Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ
ବିଶେଷ ଖବର

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
File photo of Soumyaranjan
File photo of Soumyaranjan

ଭୁବନେଶ୍ବର: ଭୁବନେଶ୍ୱର ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟକୁ ନେଇ ଚାଲିଥିବା ନ୍ୟାୟିକ ଲଢ଼େଇରେ ଏକ ନାଟକୀୟ ମୋଡ଼ ସାମ୍ନାକୁ ଆସିଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ୍ ସମ୍ପୂର୍ଣ୍ଣ ଭାବେ ତାଙ୍କ ଅଜାଣତରେ ଏବଂ ସମ୍ମତି ବିନା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପିତା ଦୁଃଶାସନ ସ୍ୱାଇଁ। ଏହି ଆବେଦନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

କେବଳ ସୌମ୍ୟରଞ୍ଜନଙ୍କ ପିତା ନୁହଁନ୍ତି, ବରଂ ତାଙ୍କ ସାଙ୍ଗ ନିଶିକାନ୍ତ ମହାନ୍ତି ମଧ୍ୟ ଏହି ମାମଲାରେ ତାଙ୍କ ନାମ ବେଆଇନ ଭାବେ ବ୍ୟବହାର କରାଯାଇଥିବା ନେଇ ଆପତ୍ତି ପ୍ରକାଶ କରିଛନ୍ତି। ଉଭୟଙ୍କ କହିବା ଅନୁଯାୟୀ, ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ମାମଲା ଦାଏର କରିବାକୁ ସେମାନେ କୌଣସି ପ୍ରକାର ସମ୍ମତି ଦେଇନଥିଲେ। ସେମାନଙ୍କ ଗୋଚରରେ ନଥାଇ ନାମ ବ୍ୟବହାର କରାଯାଇଥିବାରୁ ଏହାକୁ ନେଇ ଦୃଢ଼ ବିରୋଧ କରାଯାଇଛି।

ଗୁରୁବାର ସୌମ୍ୟରଞ୍ଜନଙ୍କ ପିତା ଓ ତାଙ୍କ ସାଙ୍ଗ ହାଇକୋର୍ଟ ପରିସରରେ ପହଞ୍ଚି ଷ୍ଟେଟ୍ ବାର୍ କାଉନସିଲ୍‌ର ଅଧିକାରୀଙ୍କୁ ଭେଟି ଏକ ଲିଖିତ ଅଭିଯୋଗପତ୍ର ଦାଖଲ କରିଛନ୍ତି। ନିଶିକାନ୍ତଙ୍କ ସୂଚନା ମୁତାବକ, ସମ୍ପୃକ୍ତ ଆଇନଜୀବୀ ମଧ୍ୟ ମାମଲାଟିକୁ ପ୍ରତ୍ୟାହାର କରିନେବାକୁ ଆଶ୍ୱାସନା ଦେଇଛନ୍ତି। ତେବେ କାହା ସ୍ୱାର୍ଥରେ ଏବଂ କାହାର ନିର୍ଦ୍ଦେଶରେ ଏହି ମାମଲା ଦାଏର କରାଯାଇଥିଲା, ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ନିରପେକ୍ଷ ତଦନ୍ତ ଓ ନ୍ୟାୟ ଦାବିରେ ବିଭିନ୍ନ ଆଇନଗତ ପଦକ୍ଷେପ ନିଆଯାଇଥିବା ବେଳେ, ବର୍ତ୍ତମାନ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ ଏହି ପୂରା ଘଟଣାକୁ ଏକ ନୂଆ ଦିଗକୁ ନେଇଯାଇଛି।

ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026

ଖୋର୍ଦ୍ଧା: ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ

October 1, 2026

‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ

October 1, 2026
Latest News

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026

ଖୋର୍ଦ୍ଧା: ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ

October 1, 2026

‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.