Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ
ଆଜିର ଖବର

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଇଏଫଏଫଆଇ ଗୋଆ
IFFI 2026 Invites Media Persons to Goa; Media Accreditation Open Now!

ନୂଆଦିଲ୍ଲୀ: ଗୋଆର ପାଣାଜୀଠାରେ ହେବାକୁଥିବା ଭାରତର ୫୭ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଇଫି) ପାଇଁ ମିଡିଆ ଆକ୍ରିଡିଟେସନ୍‍ ଆବେଦନ ଆରମ୍ଭ ହୋଇଛି। କାହାଣୀ, ସିନେମା ଏବଂ ବୈଶ୍ୱିକ ସ୍ୱରକୁ ଉତ୍ସବ ଭାବେ ପାଳନକରୁଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହୁଁଥିବା  ଗଣମାଧ୍ୟମ ପ୍ରତିନିଧିମାନେ ଆଜିଠାରୁ ନିର୍ଦ୍ଧାରିତ ପୋର୍ଟାଲ: https://accreditation.pib.gov.in/eventregistration/login.aspxରେ ସେମାନଙ୍କ ଆବେଦନ କରିପାରିବେ। ଏଥିଲାଗି ସେମାନଙ୍କୁ ପୋର୍ଟାଲରେ ମିଡିଆ ଡେଲିଗେଟ ଭାବେ ପଞ୍ଜୀକରଣ କରିବାକୁ ହେବ। ଅକ୍ଟୋବର ୧୫ ତାରିଖକୁ ଏହି ପଞ୍ଜିକରଣର ଶେଷ ତାରିଖ ଭାବେ ଚିହ୍ନଟ କରାଯାଇଥିବା ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି।

ଏସିଆର ସବୁଠାରୁ ପ୍ରସିଦ୍ଧ ଚଳଚ୍ଚିତ୍ର ମହୋତ୍ସବଗୁଡ଼ିକ ମଧ୍ୟରୁ ଗୋଟିଏରେ ନିଜ ସ୍ଥାନ ସୁରକ୍ଷିତ କରିବା ପାଇଁ ଶୀଘ୍ର ଆବେଦନ କରିବାକୁ ପରୀାମର୍ଶ ଦେଇଛି ମନ୍ତ୍ରଣାଳୟ।  ପ୍ରଥମ ୫୦ ଜଣ ସଫଳ ପଞ୍ଜୀକୃତ ବ୍ୟକ୍ତିଙ୍କୁ ୧୯ ନଭେମ୍ବର ୨୦୨୬ରେ ପାଣାଜୀଠାରେ  ଆୟୋଜିତ “ଫିଲ୍ମ ଆପ୍ରିସିଏସନ୍” ସମ୍ପର୍କିତ ଏକ ନିଶୁଳ୍କ କର୍ମଶାଳା ପାଇଁ ସୁଯୋଗ ମିଳିବ ବୋଲି ଏଥିରେ କୁହାଯାଇଛି।

ନଭେମ୍ବର ୨୦ରୁ ୨୮ ତାରିଖ ଯାଏ ଏହି ଉତ୍ସବ ଆୟୋଜନ ହେବ। ଭାରତ ଏବଂ ସମଗ୍ର ବିଶ୍ୱରୁ ଚଳଚ୍ଚିତ୍ର ନିର୍ମାତା, ସିନେମା ପ୍ରଫେସନାଲ, ସାମ୍ବାଦିକ ଏବଂ ଚଳଚ୍ଚିତ୍ର ପ୍ରେମୀ ଏଠାରେ ଏକାଠି ହୋଇ କାହାଣୀର ଯାଦୁ, ସିନେମାଟିକ ଅଭିବ୍ୟକ୍ତିର ବିବିଧତା ଏବଂ ବିଭିନ୍ନ ସଂସ୍କୃତିର ଦର୍ଶକଙ୍କ ସହ ଯୋଡ଼ି ହେବାର ସୁଯୋଗ ପାଇବେ।

ଏହି ମହୋତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶନ, ଆଲୋଚନାଚକ୍ର, ଚଳଚ୍ଚିତ୍ର ନିର୍ମାତାଙ୍କ ସହ ବାର୍ତ୍ତାଳାପ ଏବଂ ନେଟୱର୍କିଂ ସୁଯୋଗ ଜରିଆରେ ବିଭିନ୍ନ କାହାଣୀ ଓ ଦୃଷ୍ଟିକୋଣକୁ ସାମ୍ନାକୁ ଅଣାଯିବ, ଯାହା ଚିନ୍ତାଧାରା, କଥାବାର୍ତ୍ତା ଏବଂ ସହଯୋଗ ପାଇଁ ଏକ ଗତିଶୀଳ ମଞ୍ଚ ସୃଷ୍ଟି କରିବ। ଗୋଆ ସିନେମାର ଏହି ମହାନ୍ ଉତ୍ସବକୁ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଏହି ଆନ୍ତର୍ଜାତିକ ଫିଳ୍ମ ଫେଷ୍ଟିଭାଲ,  ବିଶ୍ୱ ଚଳଚ୍ଚିତ୍ର ସମୁଦାୟ ମଧ୍ୟରେ ସୃଜନଶୀଳ ଆଦାନପ୍ରଦାନ ଏବଂ ଅର୍ଥପୂର୍ଣ୍ଣ ସହଭାଗିତା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ପ୍ରତିବର୍ଷ ଏହି ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲର ପହଞ୍ଚ ଏବଂ ପ୍ରସାରକୁ ବୃଦ୍ଧି କରିବାରେ ମିଡିଆ ପ୍ରତିନିଧିମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସମ୍ବାଦ ରିପୋର୍ଟ, ସାକ୍ଷାତକାର, ସମୀକ୍ଷା, ବିଶେଷ ଆଲେଖ୍ୟ ଏବଂ ଡିଜିଟାଲ୍ କଭରେଜ୍ ଜରିଆରେ, ମିଡିଆ ଏହି ମହୋତ୍ସବର ଚଳଚ୍ଚିତ୍ର, କାର୍ଯ୍ୟକ୍ରମ ଏବଂ ଆଲୋଚନାକୁ ଭାରତ ଓ ସମଗ୍ର ବିଶ୍ୱର ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରେ। ଏହା ବିଭିନ୍ନ କଳାକାର ଏବଂ ସେମାନଙ୍କ କଳାକୁ ସମ୍ମାନିତ କରିବାରେ ସାହାଯ୍ୟ କରେ। ଏହି ମହୋତ୍ସବରେ ମିଡିଆର କ୍ରମାଗତ ଅଂଶଗ୍ରହଣକୁ ଗୁରୁତ୍ୱ ଦିଏ, ଯାହା ଉଭୟ ଫେଷ୍ଟିଭାଲ ଏବଂ ସୃଜନଶୀଳ ଅଭିବ୍ୟକ୍ତି ପ୍ରତି ବ୍ୟାପକ ସଚେତନତା ଏବଂ ଜନସାଧାରଣଙ୍କ ଭାଗିଦାରୀ ସୃଷ୍ଟି କରିବାରେ ସହାୟକ ହୋଇଥାଏ।

 ଆକ୍ରେଡିଟେସନ୍‍ ବା ମାନ୍ୟତା ପ୍ରାପ୍ତି ଦ୍ୱାରା ସମ୍ପୃକ୍ତ ମିଡିଆ ପ୍ରଫେସନାଲ  ଉତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶନ, ଆଲୋଚନାଚକ୍ରରେ ଭାଗ ନେବା ସହ ଚଳଚ୍ଚିତ୍ର ନିର୍ମାତା ଏବଂ ସିନେମା ବୃତ୍ତିଗତଙ୍କ ସହ ବାର୍ତ୍ତାଳାପ କରିପାରିବେ। ପୁଣି ସେମାନଙ୍କୁ ନେଟୱର୍କିଂ  ଓ ମହୋତ୍ସବ କଭରେଜ୍ କରିବାର ସୁଯୋଗ ମିଳିବ।

ମିଡିଆ ପ୍ରତିନିଧିମାନଙ୍କୁ ସେମାନଙ୍କର ଆବେଦନ ପତ୍ର ଦାଖଲ କରିବା ପୂର୍ବରୁ ଆକ୍ରେଡିଟେସନ୍ ଦିଗଦର୍ଶିକାକୁ ଭଲ ଭାବରେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଆବେଦନକାରୀଙ୍କୁ ବୈଧ ପରିଚୟ ପତ୍ର, ବୃତ୍ତିଗତ ଯୋଗ୍ୟତା ପ୍ରମାଣପତ୍ର, ଫୋନ୍ ନମ୍ବର ଏବଂ ଇମେଲ୍ ଠିକଣା ସହିତ ଆକ୍ରେଡିଟେସନ୍ ପୋର୍ଟାଲରେ ଆବଶ୍ୟକ ଅନ୍ୟାନ୍ୟ ସହାୟକ ଦସ୍ତାବିଜ୍ ପ୍ରଦାନ କରିବାକୁ ପଡ଼ିବ।  ସେହିପରି ଆବେଦନ ସମୟରେ ମିଡିଆ ପ୍ରଫେସନାଲଙ୍କୁ ଏକ ଫୋଟୋଗ୍ରାଫ୍, ସରକାରୀ ପରିଚୟ ପତ୍ର, ପିଆଇବି କିମ୍ବା ରାଜ୍ୟ ସରକାରଙ୍କ ଆକ୍ରେଡିଟେସନ୍ କାର୍ଡ ବା ସଂସ୍ଥାର ଆଇଡି + ସମ୍ପାଦକଙ୍କ ପତ୍ର  ସହ ସମ୍ପୃକ୍ତ କ୍ଷେତ୍ରରେ କାର୍ଯ୍ୟର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।

ଯେଉଁ ମିଡିଆ ପ୍ରଫେସନାଲମାନେ ମହୋତ୍ସବର ପୂର୍ବ ସଂସ୍କରଣ ପାଇଁ ପୋର୍ଟାଲରେ ପଞ୍ଜୀକୃତ ଅଛନ୍ତି, ସେମାନେ ଲଗଇନ୍ କରିବା ପାଇଁ ସେହି ସମାନ ତଥ୍ୟ ବ୍ୟବହାର କରିପାରିବେ ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ଦସ୍ତାବିଜଗୁଡ଼ିକୁ ଅପଡେଟ୍ କରିପାରିବେ।

୧୯୫୨ ମସିହାରେ ଆରମ୍ଭ ହୋଇଥିବା ଭାରତର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ହେଉଛି ଦକ୍ଷିଣ ଏସିଆର ସବୁଠାରୁ ପୁରୁଣା ଏବଂ ବୃହତ୍ତମ ସିନେମା ଉତ୍ସବ। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନ୍ୟାସନାଲ ଫିଲ୍ମ ଡେଭେଲପମେଣ୍ଟ କୋର୍ପୋରେସନ  ଏବଂ ଗୋଆ ରାଜ୍ୟ ସରକାରଙ୍କ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ   ଦ୍ୱାରା ମିଳିତ ଭାବେ ଆୟୋଜିତ ଭାରତ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଚଳଚ୍ଚିତ୍ର ନିର୍ମାତା, ମହାନ ବ୍ୟକ୍ତିତ୍ୱ ଏବଂ ଉଦୀୟମାନ ଚେହେରାମାନଙ୍କୁ ଏକାଠି ଆଣିଥାଏ। ଆନ୍ତର୍ଜାତିକ ପ୍ରତିଯୋଗିତା, ସାଂସ୍କୃତିକ ପ୍ରଦର୍ଶନୀ, ମାଷ୍ଟରକ୍ଲାସ୍ ଏବଂ ଶ୍ରଦ୍ଧାଞ୍ଜଳି ସହିତ, ଏହି ମହୋତ୍ସବ ଗୋଆର ଜୀବନ୍ତ ପରିବେଶ ମଧ୍ୟରେ ବିବିଧ କାହାଣୀ, ଭାଷା ଏବଂ ସିନେମାଟିକ ପରମ୍ପରାକୁ ଉତ୍ସବ ଭାବେ ପାଳନ କରେ।

ଆକ୍ରିଡିଟେସନ୍‍ ଆବେଦନ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଗୋଆ ପାଣାଜୀ ମିଡିଆ ପ୍ରତିନିଧି
Share. Facebook Twitter LinkedIn Email WhatsApp Copy Link

Related Posts

ପିକ୍‌ନିକ୍ ପାଲଟିଲା କାଳ: ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

October 2, 2026

ଡିଜିଟାଲ୍ ସଂଯୋଗୀକରଣ ଏବଂ ଗ୍ରାହକ ସେବା ପ୍ରତି ବିଏସଏନଏଲ ଓଡ଼ିଶା ରହିଛି ସଂକଳ୍ପବଦ୍ଧ

October 2, 2026

ଜମାଖୋରୀ ରୋକିବାକୁ ଚିନି ମହଜୁଦ ନିୟମରେ ସଂଶୋଧନ କଲେ ସରକାର

October 2, 2026

ପାର୍ବଣ ଋତୁରେ ସାବଧାନ!: ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

October 2, 2026
Latest News

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026

ପିକ୍‌ନିକ୍ ପାଲଟିଲା କାଳ: ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

October 2, 2026

ଡିଜିଟାଲ୍ ସଂଯୋଗୀକରଣ ଏବଂ ଗ୍ରାହକ ସେବା ପ୍ରତି ବିଏସଏନଏଲ ଓଡ଼ିଶା ରହିଛି ସଂକଳ୍ପବଦ୍ଧ

October 2, 2026

ଜମାଖୋରୀ ରୋକିବାକୁ ଚିନି ମହଜୁଦ ନିୟମରେ ସଂଶୋଧନ କଲେ ସରକାର

October 2, 2026

ପାର୍ବଣ ଋତୁରେ ସାବଧାନ!: ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.