Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା
ଜୀବନ ଶୈଳୀ

ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

October 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

ଆଜିକାଲି କେଶର ଯତ୍ନ ନେବା ପାଇଁ କେମିକାଲ୍‌ଯୁକ୍ତ ବଜାର ଉତ୍ପାଦ ଅପେକ୍ଷା ପ୍ରାକୃତିକ ଓ ଘରୋଇ ଉପଚାରର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ମହିଳାମାନଙ୍କ ମଧ୍ୟରେ ଘରେ ତିଆରି ‘ଭେଣ୍ଡି ହେୟାର୍ ସ୍ପା ଜେଲ୍‌’  ବେଶ୍ ପପୁଲାର୍ ହେଉଛି। ଭେଣ୍ଡିରେ ଥିବା ଭିଟାମିନ୍ ଏ, ସି, କେ ଏବଂ ପ୍ରାକୃତିକ ପୋଷକ ତତ୍ତ୍ୱ କେଶକୁ ଗଭୀର ପୋଷଣ ଯୋଗାଇବା ସହ ଏହାକୁ କେରାଟିନ୍ ଟ୍ରିଟ୍‌‌ମେଣ୍ଟ ପରି କୋମଳ, ଚମକଦାର ଓ ସିଧା କରିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ଏହି ସ୍ପା ଜେଲ୍‌ର ଫାଇଦା, ଆବଶ୍ୟକ ସାମଗ୍ରୀ ଓ ତିଆରି କରିବାର ସହଜ ପ୍ରଣାଳୀ।

ଭେଣ୍ଡିରେ ତିଆରି ଜେଲ୍‌ରୁ ଲାଭ-
ଭେଣ୍ଡି ଏକ ୟୁନିକ୍ ନ୍ୟୁଟ୍ରିସନ୍ ଯାହା କେଶକୁ ପୋଷଣ ଦେବାର କାମ କରେ। ଭିଟାମିନ୍ ଏ, ସି ଓ କେରେ ଭରପୂର ମାତ୍ରା ଥିବା ଭେଣ୍ଡିରେ ତିଆରି ଜେଲ କେଶକୁ ସୁସ୍ଥ ରଖେ ଓ କେଶର ଚମକ ବୃଦ୍ଧି କରାଏ । ତେଣୁ ଭେଣ୍ଡିରେ ତିଆରି ଜେଲ୍‌ରୁ ପ୍ରାକୃତିକ ସ୍ପା ଜେଲ୍‌ର ବ୍ୟବହାର କରି କେଶରେ ଚମକ ବୃଦ୍ଧି କରିବା ସହିତ କେଶର ଆର୍ଦ୍ରତା ବଜାୟ ରଖିପାରିବେ। ଏହି କାରଣରୁ କେଶ ଡ୍ରାଏ ଓ ଫ୍ରିଜି ରହିବ ନାହିଁ ।

ଆବଶ୍ୟକ ସାମଗ୍ରୀ ଏବଂ ପ୍ରଣାଳୀ-

ପାଣି-୨ ଗ୍ଲାସ୍‌, କଟାଯାଇଥିବା ଭେଣ୍ଡି-୨ କପ୍‌, ଚାଉଳ ଚୂନା-୩ ଚାମଚ ନିଅନ୍ତୁ । ଏହି ଏହି ଜେଲକୁ ତିଆରି କରିବା ବହୁତ ସହଜ। ଏଥିପାଇଁ ଆପଣଙ୍କୁ ୪-୫ଟି ଭେଣ୍ଡି ଓ ଏକ ଗ୍ଲାସ୍ ପାଣିର ଆବଶ୍ୟକତା ରହିଛି । ଭେଣ୍ଡିକୁ ଛୋଟ ଛୋଟ କରି କାଟିବା ପରେ ପାଣିରେ ପକାନ୍ତୁ ଓ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଫୁଟାଇ ଦିଅନ୍ତୁ। ଯେତେବେଳେ ପାଣି ଗାଢ଼ା ଓ ଅଠାଳିଆ ହୋଇଯିବ ଏହାକୁ ଛାଣି ଥଣ୍ଡା କରିଦେବେ। ଏବେ ଏକ ପ୍ୟାନ୍‌ରେ ଏକ ଗ୍ଲାସ୍ ପାଣି ଢ଼ାଳି ତିନି ଚାମଚ ଚାଉଳ ଚୂନା ପକାଇ ଘାଣ୍ଟିବେ। ଧୀରେ ଧୀରେ ଏହା ବହଳିଆ ହୋଇଯିବ। ଏବେ ଏଥିରେ ଭେଣ୍ଡି ପାଣିକୁ ପକାଇ ମିଶାଇ ଦିଅନ୍ତୁ ଓ ଖୁବ୍ ଭଲ ଭାବରେ ଫେଣ୍ଟିଦେବେ। ଏବେ ପ୍ରସ୍ତୁତ ହୋଇଗଲା ସ୍ପା ଜେଲ୍‌।

କିପରି ବ୍ୟବହାର କରିବେ-

ଏହି ଜେଲ୍ ଥଣ୍ଡା ହୋଇଗଲେ ଏହାକୁ କେଶର ମୂଳରୁ ଆରମ୍ଭ କରି ଅଗ୍ରଭାଗ ପର୍ଯ୍ୟନ୍ତ ଲଗାଇବେ। ଏହାକୁ ୪୫ ମିନିଟ୍ ପର୍ଯ୍ୟନ୍ତ କେଶରେ ଲଗେଇ ରଖିବେ। ଏହାପରେ ମାଇଲ୍ଡ ଶାମ୍ପୁରେ ଧୋଇବେ। ସପ୍ତାହରେ ଥରେ କିମ୍ବା ଦୁଇ ଥର ଏହି ଜେଲ୍‌ର ବ୍ୟବହାର କରିବେ କେଶ ସବୁବେଳେ ନରମ ଓ ଚିକ୍‌ଚିକ୍ କରିବ।

କେଶ ସୌନ୍ଦର୍ଯ୍ୟ ଭେଣ୍ଡି ହେୟାର୍ ସ୍ପା ଜେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଆଜି ଅକ୍ଟୋବର ୦୫ ତାରିଖରେ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ ବିସ୍ତୁତ ଭାଗ୍ୟଫଳ

October 5, 2026

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026
Latest News

ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

October 5, 2026

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.