Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜଧାନୀରୁ ଜିଲ୍ଲା: ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ
ବିଶେଷ ଖବର

ରାଜଧାନୀରୁ ଜିଲ୍ଲା: ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

October 8, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
From Capital to Districts: 'INDIA' Alliance's 12-Hour Odisha Bandh
From Capital to Districts: 'INDIA' Alliance's 12-Hour Odisha Bandh

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଯୋଗୁଁ ଆଜି ସାରା ରାଜ୍ୟରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିଥିବା ଏହି ବନ୍ଦ ପାଳନ ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ କଟକ, ରାଉରକେଲା, ଅନୁଗୁଳ, ମାଲକାନଗିରି, ଭଦ୍ରକ ଭଳି ବିଭିନ୍ନ ସହରରେ ଗାଡ଼ି ଚଳାଚଳ, ବ୍ୟବସାୟ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାଘାଟ ଓ ରେଳ ଷ୍ଟେସନଗୁଡ଼ିକରେ ହଜାର ହଜାର ଯାତ୍ରୀ ହନ୍ତସନ୍ତ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଛକଗୁଡ଼ିକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ମାଷ୍ଟରକ୍ୟାଣ୍ଟିନ, ଫାୟାର ଷ୍ଟେସନ, ଜୟଦେବ ବିହାର, ସତସଙ୍ଗ ବିହାର ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ବିରୋଧୀ ଦଳର ବରିଷ୍ଠ ନେତା ଓ କଂଗ୍ରେସ କର୍ମୀମାନେ ପିକେଟିଂ ଓ ରାସ୍ତାରୋକ କରିଥିଲେ। ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଯୋଗୁଁ ଜନପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏପରିକି ଜନପଥରେ ଖୋଲାଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖାକୁ କଂଗ୍ରେସ କର୍ମୀମାନେ ଯାଇ ବନ୍ଦ କରିଥିଲେ। ଜାତୀୟ ରାଜପଥ ୧୬ରେ ରାସ୍ତା ଅବରୋଧ କରାଯିବାରୁ ଦୀର୍ଘ ସମୟ ଧରି ପ୍ରଚଣ୍ଡ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ବନ୍ଦ ପାଳନ ସମୟରେ ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀ ଏହି ବନ୍ଦ୍‌କୁ ପୂର୍ଣ୍ଣ ସମର୍ଥନ ଦେଇ ସଫଳ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଉଛନ୍ତି। ଓଡ଼ିଶାର ଜନସାଧାରଣ ନିଜ ସ୍ୱାଭିମାନକୁ ସମ୍ମାନ ଦେଇ ସ୍ୱତଃପ୍ରବୃତ୍ତ ଭାବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦୋକାନ ବଜାର ବନ୍ଦ ରହିବା ସହ ଅଟୋ, ବସ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ରହିବା ପ୍ରମାଣିତ କରୁଛି ଯେ ଲୋକମାନେ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି।

ବରମୁଣ୍ଡା ବସଷ୍ଟାଣ୍ଡରୁ ସକାଳେ କିଛି ବସ ଯାତ୍ରୀଙ୍କୁ ନେଇ ବାହାରିଥିଲେ ମଧ୍ୟ ଫାୟାର ଷ୍ଟେସନ ଛକରେ ଆନ୍ଦୋଳନକାରୀମାନେ ଗାଡ଼ି ଅଟକାଇ ଦେଇଥିଲେ। ଏହାପରେ ବରମୁଣ୍ଡାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଫଳରେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଆସିଥିବା ଶହ ଶହ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି। ବାଲେଶ୍ୱର ଯିବା ପାଇଁ ଆସିଥିବା ଯାତ୍ରୀ ରତ୍ନାକର ଦଳାଇ କହିଛନ୍ତି ଯେ, ଜରୁରୀ କାମ ଥିଲେ ବି ବସ ଚାଲୁନଥିବାରୁ ସେ ବସଷ୍ଟାଣ୍ଡରେ ଫସି ରହିଛନ୍ତି। ଏହାସହ ‘ଆମ ବସ’ ସେବା ଏବଂ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଯୋଗୁଁ ରେଳ ଯାତାୟାତ ବି ପ୍ରଭାବିତ ହୋଇଛି।

ବନ୍ଦ ପାଳନ ସମୟରେ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ନିଜ କାର ନେଇ ଅଶୋକ ନଗର ଦିଗକୁ ଯାଉଥିବା ବେଳେ ଆନ୍ଦୋଳନକାରୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପ୍ରଦୀପ ନାୟକ ନାମକ ଜଣେ କର୍ମୀଙ୍କ ଗୋଡ଼ ଉପରେ କାରଟି ଚଢ଼ିଯାଇଥିଲା। ପ୍ରଦୀପ ସାମାନ୍ୟ ଆହତ ହୋଇ ରାସ୍ତାରେ ବସିରହିବା ପରେ ସେଠାରେ କିଛି ସମୟ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କାର ଚାଳକ ଜଣକ କ୍ଷମା ପ୍ରାର୍ଥନା କରିବା ପରେ ବିକ୍ଷୋଭକାରୀମାନେ ତାଙ୍କୁ ଛାଡ଼ି ଦେଇଥିଲେ।

ସୁରକ୍ଷା ଦୃଷ୍ଟିରୁ କମିଶନରେଟ ପୋଲିସ ପକ୍ଷରୁ ସାରା ରାଜଧାନୀରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଭୁବନେଶ୍ୱରରେ ୧୦୦ ଜଣ ସୁରକ୍ଷା ଅଧିକାରୀଙ୍କ ସମେତ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ। କ୍ୟାପିଟାଲ, ଖାରବେଳନଗର, ସହିଦନଗର, ଭରତପୁର ଆଦି ସମ୍ବେଦନଶୀଳ ଥାନା ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ ରହିଥିବା ନେଇ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।

କଟକ ବାଦାମବାଡ଼ି ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ବସ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା। କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରିଥିଲେ, ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଏଥିରୁ ବାଦ ଦିଆଯାଇଥିଲା। ଅନ୍ୟପଟେ ଅନୁଗୁଳ ରେଳ ଷ୍ଟେସନରେ କଂଗ୍ରେସ କର୍ମୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁମଣ୍ଡ ଭଣ୍ଡୁବର ନିକଟରେ ରାସ୍ତାରୋକ କରାଯାଇଥିଲା। ୫୫ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ମାଲବାହୀ ଟ୍ରକ ଅଟକି ରହିଥିଲା।

ରାଉରକେଲାର ବିଶ୍ରା ଛକ, ପାନପୋଷ ଛକ, ଉଦିତନଗର, ଛେଣ୍ଡ ଛକ, ବେଦବ୍ୟାସ ଆଦି ପ୍ରମୁଖ ସ୍ଥାନରେ ବିଭିନ୍ନ ଦଳର ନେତାମାନେ ପିକେଟିଂ କରି ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ ଅଫିସ ଓ ପେଟ୍ରୋଲ ପମ୍ପ ବନ୍ଦ କରିଥିଲେ। ମାଲକାନଗିରି ଓ ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ ଯୋଗୁଁ ରାସ୍ତାଘାଟ ଶୂନଶାନ ହୋଇପଡ଼ିଥିଲା। କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି, ସଂଶୋଧିତ ଖଣି ଓ ଖଣିଜ ଆଇନ ରଦ୍ଦ କରିବା, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା ଏବଂ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏହି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଥିଲା। ବିଭିନ୍ନ ଦଳର ସଭାପତି ଓ ସଂପାଦକମାନେ ରାସ୍ତାକୁ ଓହ୍ଲାଇ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ଇଣ୍ଡି ମେଣ୍ଟ ଓଡିଶା ବନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଯାହା କରିପାରିନାହିଁ, ଭାରତ ଦ୍ଵାରା ହେଲା ସମ୍ଭବ!: ରୁଷ ଏବଂ ୟୁକ୍ରେନର ସବୁଜ ସଙ୍କେତ

October 8, 2026

MMDR ବିଲ୍‌କୁ ନେଇ ତେଜ ହେଲା ଲଢ଼େଇ: ୪ ଦଫା ଦାବିରେ ଓଡ଼ିଶା ବନ୍ଦ

October 8, 2026

କ୍ୟାମ୍ପସରେ ପୁଣି ବାଜିଲା ନିର୍ବାଚନୀ ବିଗୁଲ୍: କିଏ ହେବ ଛାତ୍ରନେତା? ୧୫ରେ ହେବ ଫଇସଲା

October 8, 2026

ଅବକାରୀ ବିଭାଗର ସମୀକ୍ଷା ବୈଠକ: ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ

October 8, 2026
Latest News

ରାଜଧାନୀରୁ ଜିଲ୍ଲା: ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

October 8, 2026

ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ସାଉଦି ବିମାନବନ୍ଦର ଉପରେ ହୁତିଙ୍କ କ୍ଷେପଣାସ୍ତ୍ର ଆକ୍ରମଣ: ୩ ମୃତ, ୩୬ ଆହତ

October 8, 2026

ରାତି ୨:୩୦ ରେ ବନ୍ଧୁଙ୍କୁ ଯନ୍ତ୍ରଣାଦାୟକ ବାର୍ତ୍ତା ପଠାଇଥିଲେ ନାନା ପାଟେକର: ଜାଣନ୍ତୁ କିପରି ହେଲା ମୃତ୍ୟୁ?

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.