Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ
ଅନ୍ତରାଷ୍ଟ୍ରୀୟ

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Fire at a resort in Cox's Bazar, Bangladesh: 10 dead, including 6 members of one family

ଢାକା: ବାଂଲାଦେଶର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କକ୍ସ ବଜାର ଜିଲ୍ଲାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ସମୁଦ୍ର କୂଳରେ ଥିବା ଏକ ରିସର୍ଟରେ ହଠାତ୍ ଭୀଷଣ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ସମେତ ଅତି କମରେ ୧୦ ଜଣଙ୍କର କରୁଣ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ କିଛି ପର୍ଯ୍ୟଟକ ଆହତ ମଧ୍ୟ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସାମିଲ ଅଛନ୍ତି, ଯେଉଁମାନେ ହେଲେ- ଇସରତ ଜାହାନ ମଲିହା (୩୦), ମିଲିତା ମେହେଜାବିନ ଅଲଭି (୨୩), ଲୈଲା ଜାହାନ ନାବିଲା (୨୭), ନଫିସ୍ତା ମିମ (୨୭), ଫରିହା କବୀର (୩୩) ଏବଂ ପାଞ୍ଚ ବର୍ଷର ଶିଶୁ ଫୈଜାନ ଅହମ୍ମଦ। ‘ଟୁପ୍‌ଟୁପ୍ ରେଷ୍ଟୋ ଆଣ୍ଡ୍ ରିସର୍ଟ’ରେ ଏହି ନିଆଁ ଲାଗିଥିଲା। କାଠରେ ନିର୍ମାଣ କରାଯାଇଥିବା ତିନି ମହଲା ବିଶିଷ୍ଟ ଘରଟି ନିଆଁରେ ସମ୍ପୂର୍ଣ୍ଣ ପୋଡ଼ି ଛାରଖାର ହୋଇଯାଇଛି। କକ୍ସ ବଜାରର ଲୋକପ୍ରିୟ ସମୁଦ୍ର କୂଳ ଅଞ୍ଚଳ କୋଲାତୋଲୀର ବାହାର ଭାଗରେ ଅବସ୍ଥିତ ଏହି ସ୍ଥାନଟି ରାଜଧାନୀ ଢାକାଠାରୁ ପ୍ରାୟ ୪୧୦ କିଲୋମିଟର ଦୂରରେ ଅବସ୍ଥିତ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରିସର୍ଟ ନିକଟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଅନୁମତି ନ ଥିଲା ଏବଂ ଗତ ଜୁନ୍ ମାସରେ ଯାଞ୍ଚ ବେଳେ ଅଧିକାରୀମାନେ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଥିଲେ। ପ୍ରଥମେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲେ ହେଁ, ବାଂଲାଦେଶର ଖବରକାଗଜ ‘ପ୍ରଥମ ଆଲୋ’ ଅଧିକାରୀମାନଙ୍କ ସୂତ୍ରରୁ ଜଣାଇଛି ଯେ ବିଦ୍ୟୁତ୍ ତାରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା ଏବଂ ପରେ ଏହା ଏୟାର କଣ୍ଡିସନରରେ ବ୍ୟାପି ଯାଇଥିଲା।

ନିଆଁ ଲାଗିବା ସମୟରେ ରିସର୍ଟରେ ପ୍ରାୟ ୩୦ ଜଣ ଲୋକ ଉପସ୍ଥିତ ଥିଲେ। ସେଠାରେ ହାହାକାର ପଡ଼ିଯିବାରୁ ୧୪ରୁ ୧୫ ଜଣ ଯେକୌଣସି ପ୍ରକାରେ ଜୀବନ ବଞ୍ଚାଇ ବାହାରକୁ ବାହାରିବାରେ ସଫଳ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ସକାଳ ୮ଟାରେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଦୀର୍ଘ ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତଦନ୍ତ ଶେଷ ହେବା ପରେ ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଏଜେନ୍ସି ପକ୍ଷରୁ କୁହାଯାଇଛି।

ଅଗ୍ନିକାଣ୍ଡ କକ୍ସ ବଜାର ବାଂଲାଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026
Latest News

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.