ବାଲୁଗାଁ: ଭାରତର ଲୌହ ମାନବ ତଥା ଭାରତର ୫୬୦ ରୁ ଉର୍ଦ୍ଧ୍ଵ ଗଡ଼ଜାତ ଅଂଚଳର ମିଶ୍ରଣକରି ରାଷ୍ଟ୍ରୀୟ ଏକତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଆଜି ବାଲୁଗାଁ ମହାବିଦ୍ୟାଳୟ ପ୍ରଜ୍ଞା ଭବନରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନାର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ମୁଖ୍ୟ ଅତିଥି ତଥା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ ସଂରକ୍ଷକ ରଞ୍ଜନ କୁମାର ବେହେରା, ସମ୍ମାନିତ ଅତିଥି ଅଧ୍ୟାପକ ପ୍ରବୀଣ କୁମାର ଜେନା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମ ଅଧିକାରୀ ରୀନା ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଚାଳନ କରିଥିଲେ।
ଅତିଥିମାନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୃଢ଼ ନେତୃତ୍ୱ, ନିର୍ଭୀକତା, ରାଷ୍ଟ୍ରପ୍ରୀତି, ସମାଜ ସେବା, ଦାତବ୍ୟ ଆଇନ ସେବା ତଥା ଅଖଣ୍ଡ ଭାରତ ବର୍ଷ ଗଠନରେ ଉତ୍ସର୍ଗୀକୃତ ଭୂମିକା ସମ୍ପର୍କରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ।
ଏହି ଅବସରରେ ଛାତ୍ରୀ ବିଜୟୀ ଲଷ୍ମୀ ପଣ୍ଡା, ପ୍ରଜ୍ଞା ଗଜେନ୍ଦ୍ର, ପ୍ରଜ୍ଞାସ୍ମିତା ସାହୁ,ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଛାତ୍ରୀ ଜସ୍ମିନ ବେଗମ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ଡକ୍ଟର ମନସ୍ବିନୀ ପଟ୍ଟନାୟକ, ସ୍ୱାତୀ ସ୍ଵାଗତିକା ସାହୁ, ମୁଖ୍ୟ କିରାଣୀ କ୍ଷୀରୋଦନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ସ୍ବେଛାସେବୀ ସୁଶୀଲ ମାଝି।


