ରେଢ଼ାଖୋଲ (କନ୍ଦର୍ପ ବେହେରା): କାରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ରେଢ଼ାଖୋଲ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ –
୧. ସତ୍ୟନାରାୟଣ ପେରା (୨୬), ଜିଲ୍ଲା- ବୌଦ୍ଧ
୨. ତୁଲୁ ନାଏକ (୨୭), ଜିଲ୍ଲା- ବୌଦ୍ଧ
୩. ସୁରୁବାବୁ ଭୋଇ (୩୧), ଜିଲ୍ଲା- ବୌଦ୍ଧ
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ଏକ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାରରେ ଗଞ୍ଜେଇ ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ରେଢ଼ାଖୋଲ ପୋଲିସ ପୁରୁଣା ଗଡ଼ ଛକ ନିକଟ ରେଳ ଓଭରବ୍ରିଜ୍ ପାଖରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା।
ଏ ନେଇ ରେଢ଼ାଖୋଲ ଥାନାରେ କେସ୍ ନଂ ୨୦୦/୨୦୨୬, ତା ୦୩.୧୧.୨୦୨୬ରେ ୨୦(ବି)(ଆଇଆଇ)(ବି) NDPS ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।


