Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ମଣ୍ଡପମ୍‌ରେ ଉଦ୍‌ଘାଟିତ ହେଲା ‘ଓଡ଼ିଶା ପାଭିଲିୟନ୍‌’
ବିଶେଷ ଖବର

ଭାରତ ମଣ୍ଡପମ୍‌ରେ ଉଦ୍‌ଘାଟିତ ହେଲା ‘ଓଡ଼ିଶା ପାଭିଲିୟନ୍‌’

November 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘Odisha Pavilion’ inaugurated at Bharat Mandapam

ନୂଆଦିଲ୍ଲୀ / ଭୁବନେଶ୍ବର: ନୂଆଦିଲ୍ଲୀସ୍ଥିତ “ଭାରତ ମଣ୍ଡପମ୍‌’ରେ ଆୟୋଜିତ ୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇ.ଆଇ.ଟି.ଏଫ୍‌.)-୨୦୨୬ ର ହଲ୍‌-୩ରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓଡ଼ିଶା ପାଭିଲିୟନ୍‌କୁ ଉଦ୍‌ଘାଟନ କରିଛନ୍ତି। ଚଳିତ ବର୍ଷ ମେଳାର ମୁଖ୍ୟ ବିଷୟବସ୍ତୁ “ବିକାଶ ଓ ବିରାସତ୍‌’ (ବିକାଶ ଏବଂ ଐତିହ୍ୟ) ସହ ସମତାଳ ରଖି, ଓଡ଼ିଶା ପାଭିଲିୟନ୍‌କୁ “ଯେଉଁଠାରେ ବିରାସତ୍ ବିକାଶକୁ ଅନୁପ୍ରାଣିତ କରେ’ ଶୀର୍ଷକରେ ପ୍ରଦର୍ଶିତ କରାଯାଇଛି। ଏହା ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ କାରିଗରୀ, ବିବିଧ ସମ୍ପଦ ଏବଂ ଉଦୀୟମାନ ଅର୍ଥନୈତିକ ସୁଯୋଗଗୁଡ଼ିକୁ ବିଶ୍ୱ ଦରବାରରେ ଉଜାଗର କରୁଛି। ଏହି ପାଭିଲିୟନ୍‌ରେ ଓଡ଼ିଶାର ସ୍ୱତନ୍ତ୍ର ହସ୍ତତନ୍ତ, ହସ୍ତଶିଳ୍ପ, ଜି.ଆଇ.-ଟ୍ୟାଗ୍‌ଯୁକ୍ତ ଉତ୍ପାଦ, ଜନଜାତି କଳା, କୃଷିଜାତ ଦ୍ରବ୍ୟ, ଜଙ୍ଗଲଜାତ ସାମଗ୍ରୀ, ଦୁଗ୍ଧଜାତ ଦ୍ରବ୍ୟ, ଗ୍ରାମୀଣ ଉଦ୍ୟୋଗ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ସୁବିଧାର ବ୍ୟାପକ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ବିଭାଗ, ସଂସ୍ଥା, ସମବାୟ ସମିତି ଏବଂ ଉତ୍ପାଦକ ସଂଗଠନଗୁଡ଼ିକ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ନବସୃଜନ, ଉଦ୍ୟମିତା ଏବଂ ନିରନ୍ତର ବିକାଶ ଆଡ଼କୁ ଅଗ୍ରସର ହେବାର ଯାତ୍ରାକୁ ପ୍ରତିଫଳିତ କରୁଛନ୍ତି।

ଉଦ୍‌ଘାଟନୀ ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ସାମ୍ପ୍ରତିକ ବିକାଶ ଯାତ୍ରାକୁ ଉପସ୍ଥାପନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ପ୍ରକାଶ କରିଥିଲେ ଯେ, ସମ୍ବଲପୁରୀ ବସ୍ତ୍ର, ସୂତା, ଟସର ଓ ରେଶମ ସାମଗ୍ରୀ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ କଳା, ରୂପା ତାରକସି କାମ, ଢୋକ୍ରା ଶିଳ୍ପ, ପଥର ଓ କାଠ ଖୋଦେଇ, ଆପ୍ଲିକ୍ (ଚାନ୍ଦୁଆ) କାମ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳାକୃତି ରାଜ୍ୟର କାରିଗରମାନଙ୍କ ଅସାଧାରଣ ଦକ୍ଷତାକୁ ପ୍ରଦର୍ଶିତ କରୁଛି। ବିଶେଷ କରି ରୂପା ତାରକସି, ଢୋକ୍ରା ଶିଳ୍ପ, ପଥର ଖୋଦେଇ ଏବଂ ପାରମ୍ପରିକ ବୁଣାକାର୍ଯ୍ୟର ପ୍ରତ୍ୟକ୍ଷ ପ୍ରଦର୍ଶନ ଏହାର ଆକର୍ଷଣକୁ ଦ୍ୱିଗୁଣିତ କରୁଥିବାବେଳେ ବ୍ଲକଚେନ୍ ଜ୍ଞାନକୌଶଳ ସମ୍ବଳିତ ହସ୍ତତନ୍ତ ବୁଣାକାର୍ଯ୍ୟ ପାରମ୍ପରିକ କଳାକୌଶଳ ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ଏହି ମେଳାରେ “ମିଶନ ଶକ୍ତି’ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସବାଇ ଘାସରୁ ତିଆରି ସାମଗ୍ରୀ, ଆଦିବାସୀ ଅଳଙ୍କାର, ପେପର ମାଚେ, ମାଣ୍ଡିଆ ଜାତୀୟ ସାମଗ୍ରୀ, ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ପରି ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରଦର୍ଶିତ ହେଉଛି। ସେହିପରି “ଓରମାସ୍‌’ ଗ୍ରାମୀଣ ଉଦ୍ୟୋଗୀତାର ଶକ୍ତିକୁ ପ୍ରତିଫଳିତ କରୁଥିବା ଗୋଲଡେନ୍ ଗ୍ରାସ୍ (ସୁବର୍ଣ୍ଣ ଘାସ) ସାମଗ୍ରୀ, ବିଭିନ୍ନ ମସଲା, ମାଣ୍ଡିଆ ଜାତୀୟ ଉତ୍ପାଦ, ଆଚାର, ମହୁଲ ଜାତୀୟ ସାମଗ୍ରୀ ଏବଂ ନଡ଼ିଆ କତା ଭଳି ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ କରୁଛି। ଏହି ପ୍ରଦର୍ଶନୀଗୁଡ଼ିକ ଅନ୍ତର୍ଭୁକ୍ତ ଅର୍ଥନୈତିକ ବିକାଶ ଏବଂ ସ୍ଥାୟୀ ଜୀବିକା କ୍ଷେତ୍ରରେ ମହିଳା ଓ ଗ୍ରାମୀଣ ସମ୍ପ୍ରଦାୟର ଅବଦାନକୁ ଉଜାଗର କରୁଛି। ଆଗାମୀ ନଭେମ୍ବର ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ର ହଲ୍‌-୩ ରେ “ଓଡ଼ିଶା ପାଭିଲିୟନ୍‌’ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରହିବ। ଏଠାରେ ଦର୍ଶକମାନେ ରାଜ୍ୟର ସାଂସ୍କୃତିକ ସମୃଦ୍ଧି, ପାରମ୍ପରିକ ଉତ୍କର୍ଷ, ଉତ୍ପାଦନ କ୍ଷେତ୍ରରେ ସାମର୍ଥ୍ୟ ଏବଂ ବିକାଶର ନୂତନ ସମ୍ଭାବନାଗୁଡ଼ିକୁ ପାଖରୁ ଜାଣିବା ଓ ଅନୁଭବ କରିବାର ସୁଯୋଗ ପାଇପାରିବେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଆରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ, ଅତିରିକ୍ତ ଆବାସିକ ଆୟୁକ୍ତ ସୁଚରିତା ଷଡ଼ଙ୍ଗୀ, ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି, ଆଇ.ଆଇ.ଟି.ଏଫ୍‌.ରେ ଓଡ଼ିଶା ପାଭିଲିୟନର ଉପ-ନିର୍ଦ୍ଦେଶକ ତଥା ନୋଡାଲ୍ ଅଧିକାରୀ ଅଶ୍ୱିନୀ ଭୋଇ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଦୀପକ କୁମାର ସାହୁ, ସହକାରୀ ନିର୍ଦ୍ଦେଶକ (ସୋସିଆଲ୍ ମିଡିଆ) ବିନାୟକ ମିଶ୍ର, ଏ.ପି.ଆଇ.ଓ. ହର ପ୍ରସାଦ ମହାପାତ୍ର ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ଅଂଶଗ୍ରହଣକାରୀ ବିଭାଗ ଓ ସଂସ୍ଥାର ନୋଡାଲ୍ ଅଧିକାରୀମାନେ ଉପସ୍ଥିତ ଥିଲେ।

‘ଓଡ଼ିଶା ପାଭିଲିୟନ୍‌’ ଭାରତ ମଣ୍ଡପମ୍‌ ମୁଖ୍ୟଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

୧୭ରେ ମେଗା ଯୁବ ମହୋତ୍ସବ ‘ଉମଙ୍ଗ ୨୦୨୬’ : ୧୫ ହଜାର ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ଦେବେ ଶ୍ରୀ ଶ୍ରୀ ରବିଶଙ୍କର

November 15, 2026

ବାଣପୁରରେ ଜାତୀୟ ଆଇନ ସେବା ସପ୍ତାହ ଉଦଯାପିତ

November 15, 2026

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 15, 2026

ସାମାଜିକ ସୁରକ୍ଷାର ସୁଦୃଢ଼ୀକରଣ ହିଁ ସମାବେଶୀ ବିକାଶର ଆଧାର

November 15, 2026
Latest News

ଭାରତ ମଣ୍ଡପମ୍‌ରେ ଉଦ୍‌ଘାଟିତ ହେଲା ‘ଓଡ଼ିଶା ପାଭିଲିୟନ୍‌’

November 15, 2026

୧୭ରେ ମେଗା ଯୁବ ମହୋତ୍ସବ ‘ଉମଙ୍ଗ ୨୦୨୬’ : ୧୫ ହଜାର ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ଦେବେ ଶ୍ରୀ ଶ୍ରୀ ରବିଶଙ୍କର

November 15, 2026

ବାଣପୁରରେ ଜାତୀୟ ଆଇନ ସେବା ସପ୍ତାହ ଉଦଯାପିତ

November 15, 2026

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 15, 2026

ସାମାଜିକ ସୁରକ୍ଷାର ସୁଦୃଢ଼ୀକରଣ ହିଁ ସମାବେଶୀ ବିକାଶର ଆଧାର

November 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.