Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବ : ରାଜ୍ୟପାଳ
ବିଶେଷ ଖବର

ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବ : ରାଜ୍ୟପାଳ

November 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Preserving tribal literature and language will enrich the nation's cultural heritage: Governor

ଭୁବନେଶ୍ୱର: ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପଠାରେ ଜନଜାତୀୟ ଗୌରବ ଦିବସ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ପାଳନ ଅବସରରେ ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଉଦବୋଧନ ଦେଇ ଜନଜାତି ସାହିତ୍ୟ, ଭାଷା ଓ ପାରମ୍ପରିକ ଜ୍ଞାନର ସଂରକ୍ଷଣ ଏବଂ ପ୍ରଚାରପ୍ରସାର ଉପରେ ରାଜ୍ୟପାଳ ବ୍ରଜମୋହନ ରାମ ଗୁରୁତ୍ୱାରୋପ କରିଛନ୍ତି। ଏହା ଭାରତର ସମୃଦ୍ଧ ଓ ବିବିଧ ସାଂସ୍କୃତିକ ଐତିହ୍ୟର ଅମୂଲ୍ୟ ସମ୍ପଦ ବୋଲି ମଧ୍ୟ ରାଜ୍ୟପାଳ କହିଛନ୍ତି। ଲୋକଗୀତ, ଲୋକକଥା ଓ ଢଗଢମାଳି ମାଧ୍ୟମରେ ଜନଜାତି ସମାଜ ପିଢ଼ି ପରେ ପିଢ଼ି ନିଜର ଇତିହାସ, ସଂସ୍କୃତି ଓ ପାରମ୍ପରିକ ଜ୍ଞାନକୁ ସଂରକ୍ଷିତ କରିଆସିଛି। ଏହି ଐତିହ୍ୟର ଦସ୍ତାବିଜୀକରଣ ଓ ସୁରକ୍ଷା ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ରାଜ୍‌୍ୟପାଳ କହିଥିଲେ। ଓଡ଼ିଶାର ସମୃଦ୍ଧ ଜନଜାତି ଐତିହ୍ୟ ସମ୍ପର୍କରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ ଜନଜାତି ସମ୍ପ୍ରଦାୟର ନିଜସ୍ୱ ଭାଷା, ଲୋକଗୀତ, ପରମ୍ପରା ଓ ଜୀବନଶୈଳୀ ରହିଛି। ମହେନ୍ଦ୍ରଗିରି ପର୍ବତମାଳା ଓ ପୂର୍ବଘାଟ ଜନଜାତି ଜୀବନ, ଆସ୍ଥା ଓ ପାରମ୍ପରିକ ଜ୍ଞାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର। ପ୍ରକୃତି ପୂଜା, ଦାରୁ ଦେବତା ଓ ମହାପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଗଭୀର ସମ୍ପର୍କ ରହିଥିବା ରାଜ୍ୟପାଳ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଏବଂ ବିଶିଷ୍ଟ ଜନଜାତି ଲେଖକ ଡ. ପି. ଶିବରାମକୃଷ୍ଣ ଉଦ୍‌ବୋଧନ ଦେଇଥିଲେ। ସାହିତ୍ୟ ଅକାଦେମିର ସଚିବ ଡ. ବରୁଣ ଗୁଲାଟି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ରାଜ୍ୟପାଳ ସାହିତ୍ୟ ଏକାଡେମୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାସହୀନଙ୍କ ପାଇଁ ବଡ଼ ଖବର: ଆୟସୀମା ବଢ଼ାଇଲେ ସରକାର, ଏବେ ମିଳିବ ୪ ଡେସିମିଲ ମାଗଣା ଜମି

November 16, 2026

ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

November 16, 2026

ହାତୀ ମୃତ୍ୟୁ ମାମଲା: ଫରେଷ୍ଟର, ଫରେଷ୍ଟ ଗାର୍ଡ ସସ୍‌ପେଣ୍ଡ

November 16, 2026

ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

November 15, 2026
Latest News

କୁମାମୋତୋ ଜାପାନ ମାଷ୍ଟର୍ସ ଚାମ୍ପିଅନ୍ ହେଲେ ଲକ୍ଷ୍ୟ ସେନ୍

November 16, 2026

ବାସହୀନଙ୍କ ପାଇଁ ବଡ଼ ଖବର: ଆୟସୀମା ବଢ଼ାଇଲେ ସରକାର, ଏବେ ମିଳିବ ୪ ଡେସିମିଲ ମାଗଣା ଜମି

November 16, 2026

ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

November 16, 2026

ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବ : ରାଜ୍ୟପାଳ

November 16, 2026

ଚାକିରି ନୁହେଁ, ଏବେ ନିଜେ ହେବେ ମାଲିକ! ଫୁଡ୍ ବିଜନେସ୍ ପାଇଁ ମିଳିବ ୭୫% ସବସିଡି

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.