Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»କୁମାମୋତୋ ଜାପାନ ମାଷ୍ଟର୍ସ ଚାମ୍ପିଅନ୍ ହେଲେ ଲକ୍ଷ୍ୟ ସେନ୍
ଖେଳ

କୁମାମୋତୋ ଜାପାନ ମାଷ୍ଟର୍ସ ଚାମ୍ପିଅନ୍ ହେଲେ ଲକ୍ଷ୍ୟ ସେନ୍

November 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Lakshya Sen becomes the Kumamoto Japan Masters champion.

କୁମାମାତୋ: ଭାରତର ଷ୍ଟାର୍ ବ୍ୟାଡ୍‌ମିଣ୍ଟନ୍ ଖେଳାଳି ଲକ୍ଷ୍ୟ ସେନ୍ ଚମତ୍କାର ପ୍ରଦର୍ଶନ ଜାରିରଖି କୁମାମୋତୋ ଜାପାନ ମାଷ୍ଟର୍ସ ୨୦୨୬ ଟାଇଟଲ୍ ନିଜ ନାମରେ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲ୍‌ରେ ଅଷ୍ଟମ ସିଡ୍ ଲକ୍ଷ୍ୟ ଜାପାନର କୋକୀ ୱାତାନାବେଙ୍କ ତିନି ଗେମ୍ ପର୍ଯ୍ୟନ୍ତ ଚାଲିଥିବା ରୋମାଞ୍ଚକ ମ୍ୟାଚ୍‌ରେ ୧୩-୨୧, ୨୧-୧୮, ୨୧-୧୪ରେ ହରାଇ ବିଜୟୀ ହୋଇଛନ୍ତି। ଏକ ଘଣ୍ଟା ୪ ମିନିଟ୍ ଚାଲିଥିବା ମ୍ୟାଚ୍‌ରେ ଲକ୍ଷ୍ୟ ପ୍ରଥମ ଗେମ୍ ହାରିଯିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ସହିତ ହିଁ ସେ ଲଗାତାର ଦ୍ୱିତୀୟ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ସୁପର୍ ୫୦୦ ଟାଇଟଲ୍ ହାତେଇଥିଲେ। ଏହା ପୂର୍ବରୁ ସେ ହାଇଲୋ ଓପନ୍ ଟାଇଟଲ ଜିତିଥିଲେ।

ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳୁଥିବା ୱାତାନାବେ ମ୍ୟାଚ୍‌ରେ ଉନ୍ନତ ଆରମ୍ଭ କରି ପ୍ରଥମ ମ୍ୟାଚ୍ ୨୧-୧୩ରେ ନିଜ ନାମରେ କରିଥିଲେ। ଏହାପରେ ଲକ୍ଷ୍ୟ ପ୍ରତ୍ୟାବର୍ତ୍ତନ ସହ ଦ୍ୱିତୀୟ ଗେମ୍ ୨୧-୧୮ରେ ଜିତି ମ୍ୟାଚ୍ ୧-୧ରେ ବରାବର କରିଥିଲେ। ନିର୍ଣ୍ଣାୟକ ଗେମ୍‌ରେ ଲକ୍ଷ୍ୟ ନିଜ ଦବ୍‌ଦବା ବଜାୟ ରଖି ୱାତାନାବେଙ୍କୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇନଥିଲେ ଏବଂ ୨୧-୧୪ରେ ଗେମ୍ ଜିତି ଟାଇଟଲ୍ କବ୍‌ଜା କରିଥିଲେ। ଏହି ବିଜୟ ସହିତ ଲକ୍ଷ୍ୟ ଚଳିତ ବର୍ଷ ସିଙ୍ଗାପୁର ଓପନ୍ ଏବଂ ଜାପାନ ଓପନ୍‌ରେ ୱାତାନାବେଙ୍କ ହାତରୁ ମିଳିଥିବା ପରାଜୟର ପ୍ରତିଶୋଧ ମଧ୍ୟ ନେଇଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ବର୍ତ୍ତମାନ ହୋଇଥିବା ମ୍ୟାଚ୍‌ରେ ଲକ୍ଷ୍ୟଙ୍କ ରେକର୍ଡ ୫-୩ ହୋଇଛି। ଏହି ବିଜୟ ସହିତ ଲକ୍ଷ୍ୟ କୁମାମୋତୋ ମାଷ୍ଟର୍ସ ଜାପାନ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଖେଳାଳି ହୋଇଛନ୍ତି।

ଜାପାନ ମାଷ୍ଟର୍ସ ବିଜୟ ଫଳରେ ଲକ୍ଷ୍ୟ ସେନ୍‌ଙ୍କୁ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ରାଙ୍କିଙ୍ଗ୍‌ରେ ୯୨୦୦ ପଏଣ୍ଟ୍ ମିଳିଛି। ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ସେ ୬୪୯୮୦ ପଏଣ୍ଟ୍ ସହ ୧୨ଶ ସ୍ଥାନରେ ଥିଲେ। ଏବେ ଏହି ବିଜୟ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଏଚ୍‌ଏସ୍‌ବିସି ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସ ୨୦୨୬ ପାଇଁ ଶୀର୍ଷ ଆଠରେ ତାଙ୍କର ସ୍ଥାନ ହାସଲ ଆଶା ଆହୁରି ମଜଭୁତ ହୋଇଛି।

କୁମାମୋତୋ ଜାପାନ ମାଷ୍ଟର୍ସ ଚାମ୍ପିଅନ୍ ଲକ୍ଷ୍ୟ ସେନ୍
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୫ ପର୍ଯ୍ୟନ୍ତ କ୍ରିକେଟ୍‌ର ମହାଯୋଜନା: ଭାରତ ଭାଗ୍ୟରେ ଦୁଇଟି ବଡ଼ ICC ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ କେବେ କେଉଁଠି ହେବ ବିଶ୍ୱକପ୍‌!

November 16, 2026

୭ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ୍ ଜିତିଲା ଭାରତ

November 16, 2026

ଚାକିରି ନୁହେଁ, ଏବେ ନିଜେ ହେବେ ମାଲିକ! ଫୁଡ୍ ବିଜନେସ୍ ପାଇଁ ମିଳିବ ୭୫% ସବସିଡି

November 16, 2026

ରାହୁଲଙ୍କୁ ଅମିତ ଶାହଙ୍କ କଡ଼ା ଟାର୍ଗେଟ୍: ଦେଶକୁ ବଦନାମ କରି କ୍ଷମତା ମିଳିବନି, କଂଗ୍ରେସକୁ ଶୁଣାଇଲେ ୧୨ ଲକ୍ଷ କୋଟିର ହିସାବ!

November 15, 2026
Latest News

୨୦୩୫ ପର୍ଯ୍ୟନ୍ତ କ୍ରିକେଟ୍‌ର ମହାଯୋଜନା: ଭାରତ ଭାଗ୍ୟରେ ଦୁଇଟି ବଡ଼ ICC ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ କେବେ କେଉଁଠି ହେବ ବିଶ୍ୱକପ୍‌!

November 16, 2026

୭ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ୍ ଜିତିଲା ଭାରତ

November 16, 2026

କୁମାମୋତୋ ଜାପାନ ମାଷ୍ଟର୍ସ ଚାମ୍ପିଅନ୍ ହେଲେ ଲକ୍ଷ୍ୟ ସେନ୍

November 16, 2026

ବାସହୀନଙ୍କ ପାଇଁ ବଡ଼ ଖବର: ଆୟସୀମା ବଢ଼ାଇଲେ ସରକାର, ଏବେ ମିଳିବ ୪ ଡେସିମିଲ ମାଗଣା ଜମି

November 16, 2026

ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.