Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମାଲେସିଆରେ ଭିସା-ମୁକ୍ତ ସୁବିଧା ବନ୍ଦ: ଜାନୁଆରୀ ୧ରୁ ଭିସା ବାଧ୍ୟତାମୂଳକ
ଅନ୍ତରାଷ୍ଟ୍ରୀୟ

ମାଲେସିଆରେ ଭିସା-ମୁକ୍ତ ସୁବିଧା ବନ୍ଦ: ଜାନୁଆରୀ ୧ରୁ ଭିସା ବାଧ୍ୟତାମୂଳକ

November 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Visa-free facility in Malaysia discontinued: Visa becomes mandatory from January 1

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧, ୨୦୨୭ରୁ ମାଲେସିଆ ଯାତ୍ରା କରୁଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା-ମୁକ୍ତ ପ୍ରବେଶ ସୁବିଧା ବନ୍ଦ ହେବାକୁ ଯାଉଛି। ମାଲେସିଆ ଇମିଗ୍ରେସନ୍ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୨୦୨୬ ଶେଷରେ ଏହି ଭିସା ଛାଡ଼ ବ୍ୟବସ୍ଥା ଶେଷ ହେବ ଏବଂ ନୂଆବର୍ଷରୁ ଯାତ୍ରୀମାନଙ୍କୁ ପୂର୍ବରୁ ବୈଧ ଭିସା ନେବାକୁ ପଡ଼ିବ। ଏଥିପାଇଁ ଡିସେମ୍ବର ୧, ୨୦୨୬ରୁ ମାଇଁଭିସା ପୋର୍ଟାଲରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ, ଯେଉଁଠାରେ ୭ କାର୍ଯ୍ୟଦିବସ ମଧ୍ୟରେ ଆବେଦନ ଓ ପେମେଣ୍ଟ ଶେଷ ନ କଲେ ଆବେଦନ ଆପେ ରଦ୍ଦ ହୋଇଯିବ।

ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ ମାଲେସିଆର ଇମିଗ୍ରେସନ୍ ବିଭାଗ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ ଥିବା ବର୍ତ୍ତମାନର ଭିସା ଛାଡ଼ ସୁବିଧା ବ୍ୟବସ୍ଥା ୨୦୨୬ ଶେଷରେ ସମାପ୍ତ ହେବ। ସୂଚନାଯୋଗ୍ୟ, ଅକ୍ଟୋବର ୧, ୨୦୨୬ରୁ କାର୍ଯ୍ୟକାରୀ ହୋଇଥିବା ଏକ ନୀତି ଅନୁଯାୟୀ, ସାତ କାର୍ଯ୍ୟଦିବସରୁ ଅଧିକ ସମୟ ପାଇଁ “ନୂଆ ଆବେଦନ” କିମ୍ବା “ପେମେଣ୍ଟ ବାକି” ସ୍ଥିତିରେ ରହିଥିବା ଯେକୌଣସି ଅନଲାଇନ୍ ଆବେଦନଗୁଡ଼ିକ ଆପେ ଆପେ ରଦ୍ଦ ହୋଇଯିବ, ଯାହାଫଳରେ ଯାତ୍ରୀମାନଙ୍କୁ ପୁଣିଥରେ ଏକ ନୂଆ ଫର୍ମ ଦାଖଲ କରିବାକୁ ପଡ଼ିବ। ଏତଦ୍‌ବ୍ୟତୀତ ମାଲେସିଆ ଇମିଗ୍ରେସନ୍ ବିଭାଗ ସ୍ପଷ୍ଟ କରିଛି ଯେ ଭିସା ପ୍ରକ୍ରିୟାକରଣ ଶୁଳ୍କ ସମ୍ପୂର୍ଣ୍ଣ ଅଣ-ଫେରସ୍ତଯୋଗ୍ୟ ତାହା ଅନୁମୋଦନ ହେଉ, ପ୍ରତ୍ୟାଖ୍ୟାନ ହେଉ, ନୀତିରେ ସଂଶୋଧନ ହେଉ କିମ୍ବା ବ୍ୟକ୍ତିଗତ ଯାତ୍ରା ଯୋଜନାରେ ପରିବର୍ତ୍ତନ ହେଉ, କୌଣସି ସ୍ଥିତିରେ ଟଙ୍କା ଫେରସ୍ତ ମିଳିବ ନାହିଁ।

ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ନଭେମ୍ବର ୧୬ରେ ଜାରି ହୋଇଥିବା ଏକ ପୃଥକ୍ ପରାମର୍ଶରେ ମାଲେସିଆର ଇମିଗ୍ରେସନ୍ ବିଭାଗ ବିଦେଶୀ ପର୍ଯ୍ୟଟକମାନଙ୍କୁ ସତର୍କ କରାଇଦେଇଛି ଯେ ଅଣ-ବାସିନ୍ଦାମାନଙ୍କୁ ମାଲେସିଆରେ ସେମାନଙ୍କର ନିଜସ୍ୱ ସ୍ୱାସ୍ଥ୍ୟସେବା ଏବଂ ଡାକ୍ତରୀ ଖର୍ଚ୍ଚ ସ୍ୱତଃ ବହନ କରିବାକୁ ପଡ଼ିବ। ତେଣୁ ଭିସା ଆବେଦନ ସମୟରେ ଏକ ସହାୟକ ଦସ୍ତାବିଜ ଭାବରେ ବ୍ୟାପକ ଭ୍ରମଣ ମେଡିକାଲ୍ ବୀମା ଯେପରିକି ‘ମାଇଁଟ୍ରିପ୍‌ପାସ୍‌’ ମାଧ୍ୟମରେ କଭରେଜ୍‌, ଯାହା ତୁରନ୍ତ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରେ ନେବାକୁ ସୁପାରିଶ କରାଯାଇଛି।

ଭିସା ନିୟମ ଭିସା-ମୁକ୍ତ ପ୍ରବେଶ ମାଲେସିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରଥମ ଏସସିଓ ସଭ୍ୟତାଗତ ଆଲୋଚନା ମଞ୍ଚ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

November 20, 2026

ପନ୍ନୁନ୍ ଦେୱାନୀ ମାମଲା : ଡୋଭାଲ ଓ ଗୋୟଲଙ୍କୁ ସମନ ପାଇଁ ଦିଲ୍ଲୀ କୋର୍ଟଙ୍କ ସହାୟତା ଲୋଡ଼ିଲେ ଆମେରିକା ଅଦାଲତ

November 20, 2026

ବିଏସ୍‌-୬ ଗାଡ଼ି ପିୟୁସି ବୈଧତା ୩୬ ମାସକୁ ବୃଦ୍ଧି

November 20, 2026

ନିଶା ମୁକ୍ତ ଭାରତ ଅଭିଯାନର ସଫଳତା ପାଇଁ ସମଗ୍ର ରାଷ୍ଟ୍ର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

November 20, 2026
Latest News

ଆଜି ପ୍ରଥମ ଏସସିଓ ସଭ୍ୟତାଗତ ଆଲୋଚନା ମଞ୍ଚ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

November 20, 2026

ପନ୍ନୁନ୍ ଦେୱାନୀ ମାମଲା : ଡୋଭାଲ ଓ ଗୋୟଲଙ୍କୁ ସମନ ପାଇଁ ଦିଲ୍ଲୀ କୋର୍ଟଙ୍କ ସହାୟତା ଲୋଡ଼ିଲେ ଆମେରିକା ଅଦାଲତ

November 20, 2026

ବାତ୍ୟା ଅକଭାନ୍‌ ଅପଡେଟ୍‌: ଗଜପତିରେ ବଢ଼ିଲା ବର୍ଷା, ମୋହନାରେ ସର୍ବାଧିକ

November 20, 2026

ମାଲେସିଆରେ ଭିସା-ମୁକ୍ତ ସୁବିଧା ବନ୍ଦ: ଜାନୁଆରୀ ୧ରୁ ଭିସା ବାଧ୍ୟତାମୂଳକ

November 20, 2026

ନଭେମ୍ବର ୩୦ରେ ଅବସର ନେବେ ଡିଜିପି ବିନୟତୋଷ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.