Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଧମକ
ଜାତୀୟ ଖବର

ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଧମକ

November 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Death threat to Saif Ali Khan

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଫୋନ୍‌ରେ ଏକ ଭଏସ୍ ମେସେଜ ଜରିଆରେ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସୈଫଙ୍କର ମଧ୍ୟ ବାବା ସିଦ୍ଦିକିଙ୍କ ଭଳି ଅବସ୍ଥା ହେବ ବୋଲି ଉକ୍ତ ମେସେଜରେ ଚେତାବନୀ ଦିଆଯାଇଛି। ବାବା ସିଦ୍ଦିକି ହତ୍ୟା ମାମଲାର ଫେରାର ଅଭିଯୁକ୍ତ ଜିଶାନ ଅଖତରଙ୍କ ନାମରେ କେହି ମିଛ ପରିଚୟ ଦେଇ ଏହି ଧମକ ଦେଉଛି ନା ଏହା ପ୍ରକୃତରେ ଅଖତରଙ୍କ ପକ୍ଷରୁ ଆସିଛି, ତାହାର ଯାଞ୍ଚ କରୁଛି ପୋଲିସ। ଏହି ମେସେଜଟି ପ୍ରକୃତରେ ଅଖତରଙ୍କ ନିକଟରୁ ଆସିଛି ନା ସେଲିବ୍ରିଟିମାନଙ୍କୁ ଧମକ ଦେବା ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଭୟଭୀତ କରିବା ପାଇଁ କେହି ବାବା ସିଦ୍ଦିକିଙ୍କ ହତ୍ୟା ମାମଲାର ଫେରାର ଥିବା ଅଭିଯୁକ୍ତ ଜିଶାନ ଅଖତରଙ୍କ ନାମରେ ମିଛ ପରିଚୟ ଦେଇ ଏପରି କରୁଛନ୍ତି, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ପୂର୍ବରୁ ଅଭିନେତା ତୁଷାର କପୁର ଏବଂ ଆୟୁଷ୍ମାନ ଖୁରାନାଙ୍କୁ ମଧ୍ୟ ଏହିଭଳି ଧମକ ମିଳିଥିଲା। ସୂଚନାଯୋଗ୍ୟ, ୨୦୨୪ ଅକ୍ଟୋବର ୧୨ ରାତିରେ ମୁମ୍ବାଇର ବାନ୍ଦ୍ରା ଇଷ୍ଟ ଅଞ୍ଚଳରେ ଥିବା ନିଜ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ୬୬ ବର୍ଷୀୟ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ୩ଜଣ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲେ।

Death threat Saif Ali Khan
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରଥମ ଏସସିଓ ସଭ୍ୟତାଗତ ଆଲୋଚନା ମଞ୍ଚ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

November 20, 2026

ପନ୍ନୁନ୍ ଦେୱାନୀ ମାମଲା : ଡୋଭାଲ ଓ ଗୋୟଲଙ୍କୁ ସମନ ପାଇଁ ଦିଲ୍ଲୀ କୋର୍ଟଙ୍କ ସହାୟତା ଲୋଡ଼ିଲେ ଆମେରିକା ଅଦାଲତ

November 20, 2026

ମାଲେସିଆରେ ଭିସା-ମୁକ୍ତ ସୁବିଧା ବନ୍ଦ: ଜାନୁଆରୀ ୧ରୁ ଭିସା ବାଧ୍ୟତାମୂଳକ

November 20, 2026

ବିଏସ୍‌-୬ ଗାଡ଼ି ପିୟୁସି ବୈଧତା ୩୬ ମାସକୁ ବୃଦ୍ଧି

November 20, 2026
Latest News

ଅଧାରେ ରହିଗଲା ସ୍କୁଲ ଯିବା ସ୍ୱପ୍ନ, ଅଜାଙ୍କ ସହ ନାତିଙ୍କ ମୃତ୍ୟୁ

November 20, 2026

ବୃଦ୍ଧାବସ୍ଥାରେ ଚାଷୀଙ୍କୁ ମିଳିବ ମାସିକ ୩,୦୦୦ ଟଙ୍କା ପେନସନ! ସ୍ୱାମୀ-ସ୍ତ୍ରୀ ଉଭୟ ପାଇପାରିବେ ୬,୦୦୦, ଜାଣନ୍ତୁ ଯୋଜନାର ନିୟମ

November 20, 2026

ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଧମକ

November 20, 2026

ଆଜି ପ୍ରଥମ ଏସସିଓ ସଭ୍ୟତାଗତ ଆଲୋଚନା ମଞ୍ଚ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

November 20, 2026

ପନ୍ନୁନ୍ ଦେୱାନୀ ମାମଲା : ଡୋଭାଲ ଓ ଗୋୟଲଙ୍କୁ ସମନ ପାଇଁ ଦିଲ୍ଲୀ କୋର୍ଟଙ୍କ ସହାୟତା ଲୋଡ଼ିଲେ ଆମେରିକା ଅଦାଲତ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.