Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟଙ୍କା କାରବାରରୁ ଶତ୍ରୁତା, ଶେଷରେ ରକ୍ତାକ୍ତ ପରିଣତି
ଆଜିର ଖବର

ଟଙ୍କା କାରବାରରୁ ଶତ୍ରୁତା, ଶେଷରେ ରକ୍ତାକ୍ତ ପରିଣତି

November 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼: ଟଙ୍କା ଦେଣନେଣକୁ କେନ୍ଦ୍ର କରି ଗଢ଼ିଉଠିଥିବା ଶତ୍ରୁତାର ଭୟଙ୍କର ପରିଣତି! ଯାହା ସହ ମିଶି ଜମି ବ୍ୟବସାୟ କରୁଥିଲେ, ସେହି ବନ୍ଧୁ ହିଁ ପାଲଟିଗଲା ଶତ୍ରୁ। ଶେଷରେ ଜୀବନ ନେଇଗଲା ତିକ୍ତ ସମ୍ପର୍କ। ଚାଷ କାମକୁ ଯାଉଛି କହି ଘରୁ ବାହାରିଥିବା ୪୫ ବର୍ଷୀୟ ବିଜୟ ବେହେରାଙ୍କ ମୃତଦେହ ମିଳିଲା ନାଳରେ। ବେକ କଟାଯାଇଥିବା ଅବସ୍ଥାରେ ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କ ପାଦତଳୁ ମାଟି ଖସିଗଲା। ନୟାଗଡ଼ ଟାଉନ୍ ଥାନା ଅଧୀନ ଭାଟସାହି ଗାଁର ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ଭାଟସାହି ଗାଁର ବିଜୟ ବେହେରା ଆଜି ସକାଳେ ଚାଷ କାମ ପାଇଁ ବିଲକୁ ଯାଉଥିବା କହି ଘରୁ ବାହାରିଥିଲେ। ହେଲେ ଦୀର୍ଘ ସମୟ ବିତିଯିବା ପରେ ମଧ୍ୟ ସେ ଘରକୁ ଫେରିନଥିଲେ। ପୁଅର କୌଣସି ଖୋଜଖବର ନମିଳିବାରୁ ମା’ ତାଙ୍କୁ ଖୋଜିବାକୁ ବାହାରିଥିଲେ। ନାଳ ରାସ୍ତାରେ ଦୁଇ ଦୁଇଥର ଖୋଜାଖୋଜି କରିଥିଲେ ମଧ୍ୟ ବିଜୟଙ୍କ ସନ୍ଧାନ ମିଳିନଥିଲା।

ଏହାର କିଛି ସମୟ ପରେ ଜଣେ ଗ୍ରାମବାସୀ ନାଳରେ ବିଜୟଙ୍କ ମୃତଦେହ ଭାସୁଥିବା ଖବର ଦେଇଥିଲେ। ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ବିଜୟଙ୍କ ବେକ କଟାଯାଇଥିବା ଦେଖିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ଘନୀଭୂତ ହୋଇଥିଲା।

ପରିବାରର ଅଭିଯୋଗ ଅନୁସାରେ, ଗାଁର କୁନା ବେହେରା ଓରଫ ଝରିଆଙ୍କ ସହ ବିଜୟଙ୍କ ଜମି ବ୍ୟବସାୟ ଓ ଏକ ଲକ୍ଷ ଟଙ୍କା ଦେଣନେଣକୁ ନେଇ ବିବାଦ ରହିଥିଲା। ପୂର୍ବରୁ ଉଭୟଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା। ଏପରିକି ବିଜୟଙ୍କୁ ହତ୍ୟା ଧମକ ମିଳିଥିବା ମଧ୍ୟ ପରିବାର ଅଭିଯୋଗ କରିଛି। ଅଭିଯୋଗ ଆଧାରରେ ପୁଲିସ କୁନାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏସ୍‌ଡିପିଓ ସୃଷ୍ଟି ପ୍ରଧାନ ଓ ଟାଉନ୍ ଥାନା ଇନ୍ସପେକ୍ଟର ରଶ୍ମିରଞ୍ଜନ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି। ହତ୍ୟାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

ବିଜୟ ବେହେରା ହତ୍ୟା ଭାଟସାହି ମର୍ଡର କେସ୍
Share. Facebook Twitter LinkedIn Email WhatsApp Copy Link

Related Posts

ପରିବାରର ସ୍ୱୀକୃତି ମିଳିଲାନି, ଶେଷରେ ୧୦ ମାସର ଶିଶୁକୁ କୂଅରେ ଫିଙ୍ଗିଦେଲା ମା’!

November 21, 2026

ଜାତୀୟ ଗୋପାଳ ରତ୍ନ ପୁରସ୍କାର ୨୦୨୬ ବିଜେତାମାନଙ୍କ ଘୋଷଣା

November 21, 2026

ଦେଶର ପ୍ରଥମ ସ୍ୱଦେଶୀ ଏଚ୍୫ଏନ୍୧ ବାର୍ଡ ଫ୍ଲୁ ଟିକା ରାଷ୍ଟ୍ରକୁ ସମର୍ପିତ

November 21, 2026

ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ପୁରସ୍କାର ପାଇଲା ଓଡ଼ିଶା

November 21, 2026
Latest News

ଭଙ୍ଗା ଗୋଡ଼ ନେଇ ଜନ୍ମ ହୋଇଥିବା ହାତୀ ଛୁଆ ‘ରାଜା’ ଜାମନଗର ଏୟାରଲିଫ୍ଟ; ଚିକିତ୍ସା ପାଇଁ ଆଗେଇ ଆସିଲା ‘ଭନ୍ତାରା’

November 21, 2026

ପରିବାରର ସ୍ୱୀକୃତି ମିଳିଲାନି, ଶେଷରେ ୧୦ ମାସର ଶିଶୁକୁ କୂଅରେ ଫିଙ୍ଗିଦେଲା ମା’!

November 21, 2026

ଟଙ୍କା କାରବାରରୁ ଶତ୍ରୁତା, ଶେଷରେ ରକ୍ତାକ୍ତ ପରିଣତି

November 21, 2026

କାବେରୀ ଜଳ ବିବାଦ : ଅଧିକ ପାଣି ଦାବି ଆବେଦନ ସୁପ୍ରିମକୋର୍ଟରେ ଖାରଜ

November 21, 2026

ଜାତୀୟ ଗୋପାଳ ରତ୍ନ ପୁରସ୍କାର ୨୦୨୬ ବିଜେତାମାନଙ୍କ ଘୋଷଣା

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.