Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ପିଆଇବି ଓ ସିବିସି ସମ୍ବିଧାନ ଦିବସ ପାଳିତ
ଆଜିର ଖବର

ଭୁବନେଶ୍ୱର ପିଆଇବି ଓ ସିବିସି ସମ୍ବିଧାନ ଦିବସ ପାଳିତ

November 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ପିଆଇବି ଓ ସିବିସି ସମ୍ବିଧାନ ଦିବସ ପାଳିତ
ଭୁବନେଶ୍ୱର ପିଆଇବି ଓ ସିବିସି ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ପକ୍ଷରୁ ଆଜି ଜାତୀୟ ସମ୍ବିଧାନ ଦିବସ-୨୦୨୬ ପାଳନ କରାଯାଇଛି। ଏହି ଅବସରରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ସାମୂହିକ ଭାବେ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ପିଆଇବି ଓ ସିବିସିର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ସିବିସିର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଏହାର ମୂଳ ଆଦର୍ଶ ତଥା ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ସମ୍ବିଧାନରେ ଉଲ୍ଲେଖିତ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ମୂଲ୍ୟବୋଧକୁ ଦୈନନ୍ଦିନ ଜୀବନରେ ଅନୁସରଣ କରିବା ସହ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ବରିଷ୍ଠ ଆକାଉଣ୍ଟସ୍ ଅଧିକାରୀ ବୀରେନ୍ଦ୍ର ମୋହନ ପଣ୍ଡା ମଧ୍ୟ ଏହି ଅବସରରେ ନିଜର ମତ ରଖିଥିଲେ। ସମ୍ବିଧାନ ପ୍ରତି ସମ୍ମାନବୋଧ ରଖିବା ସହ ଏହାର ମୂଳ ନୀତି ଓ ଆଦର୍ଶକୁ କାର୍ଯ୍ୟକ୍ଷେତ୍ର ତଥା ସାମାଜିକ ଜୀବନରେ ପ୍ରତିଫଳିତ କରିବାର ଆବଶ୍ୟକତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ୟୁରୋର ବିଭାଗୀୟ କଳାକାର ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରାଯାଇଥିଲା। ଏହା ମାଧ୍ୟମରେ ସମ୍ବିଧାନର ଆଦର୍ଶ, ମୂଲ୍ୟବୋଧ ଓ ନାଗରିକ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥିଲା।

ସମ୍ବିଧାନ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ମଧ୍ୟରେ ସମ୍ବିଧାନ ପ୍ରତି ସମ୍ମାନ, ଗଣତାନ୍ତ୍ରିକ ଚେତନା ଏବଂ ନିଜର ମୌଳିକ କର୍ତ୍ତବ୍ୟ ପ୍ରତି ସଚେତନତା ବୃଦ୍ଧି କରିବା।

କେନ୍ଦ୍ରୀୟ ସଂଚାର ବ୍ୟୁରୋ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ଓ ସିବିସି ଭୁବନେଶ୍ୱର ସମ୍ବିଧାନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ନୂତନ ରେଳପଥ ପ୍ରକଳ୍ପର ନିରୀକ୍ଷଣ

November 26, 2026

ଆଇଟିଇଆର୍‌ରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

November 26, 2026

ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

November 26, 2026

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ

November 26, 2026
Latest News

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ନୂତନ ରେଳପଥ ପ୍ରକଳ୍ପର ନିରୀକ୍ଷଣ

November 26, 2026

ଆଇଟିଇଆର୍‌ରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

November 26, 2026

ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

November 26, 2026

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ

November 26, 2026

ନେପାଳ ବନ୍ୟାରେ ନିଖୋଜ ୨୧୩ ଭାରତୀୟଙ୍କୁ ମୃତ ଘୋଷଣା ପ୍ରକ୍ରିୟା ଆରମ୍ଭ

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.