Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖାଇକୁ ଖସିଲା କାର୍‌, ୭ ମହିଳାଙ୍କ ସମେତ ୮ ମୃତ
ଜାତୀୟ ଖବର

ଖାଇକୁ ଖସିଲା କାର୍‌, ୭ ମହିଳାଙ୍କ ସମେତ ୮ ମୃତ

November 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Car plunges into gorge; 8 dead, including 7 women

ଡେରାଡୁନ: ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭ୍ୟାନ୍ ଭାରସାମ୍ୟ ହରାଇ ଗଭୀର ଘାଟି ତଳକୁ ଖସିପଡ଼ିବାରୁ ଗୋଟିଏ ଗାଁର ୭ ଜଣ ମହିଳା ଓ ଡ୍ରାଇଭରଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ୭ ମହିଳା ଭଙ୍ଗଲୱାଡ଼ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ହେଲେ- ଦିନେଶ ଚନ୍ଦ୍ରଙ୍କ ପତ୍ନୀ କାନ୍ତି ଦେବୀ (୪୫), ପ୍ରେମ ସିଂହଙ୍କ ପତ୍ନୀ ରେଖା ଦେବୀ (୪୨), ରମେଶ ସିଂହଙ୍କ ପତ୍ନୀ ସୁମିତ୍ରା ଦେବୀ (୫୦), ମଦନ ସିଂହଙ୍କ ପତ୍ନୀ ସୁନୀତା ଦେବୀ (୪୫), କିଶନ ଚନ୍ଦ୍ରଙ୍କ ପତ୍ନୀ ଧନେଶ୍ୱରୀ ଦେବୀ (୪୬), ମୋହନ ସିଂହଙ୍କ ପତ୍ନୀ ସରୋଜିନୀ ଦେବୀ (୩୮) ଏବଂ ରଜନୀ ଦେବୀ (୨୫)। ତେବେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।ସେହିପରି ଆହତ ହୋଇଥିବା ୪ ଜଣ ମଧ୍ୟ ଭଙ୍ଗଲୱାଡ଼ ଗ୍ରାମର ବାସିନ୍ଦା।

ସୂଚନା ଅନୁଯାୟୀ, ରିଖ୍ନୀଖାଲଠାରୁ ପ୍ରାୟ ୨୫ କିଲୋମିଟର ଦୂର କାଲୱାଡ଼ି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ୧୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍ ରିଖ୍ନୀଖାଲରୁ ଭଙ୍ଗଲୱାଡ଼ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ପ୍ରାୟ ୩୦୦ ମିଟର ଗଭୀର ଖାଇ ଭିତରକୁ ଖସିପଡ଼ିଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ରିଖ୍ନୀଖାଲ ପୁଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମହିଳାମାନେ ‘ବୈନୀ-ଭୁଲି’ ଯୋଜନା ଅଧୀନରେ ଫର୍ମ ପୂରଣ କରି ନିଜ ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ରାଷ୍ଟ୍ରପତି ସମସ୍ତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି(ପିଏମ୍‌ଏନ୍‌ଆର୍‌ଏଫ୍‌)ରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ମୋଦୀ ଘୋଷଣା କରିଛନ୍ତି। ଏହା ସହିତ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଉତ୍ତରାଖଣ୍ଡ ଡେରାଡୁନ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀର ନିଯୁକ୍ତିର ଚୂଡ଼ାନ୍ତ ଫଳାଫଳ ପ୍ରକାଶ: ଏଭଳି କରନ୍ତୁ ଯାଞ୍ଚ

November 28, 2026

ଆଫଗାନିସ୍ତାନରେ ସ୍କୁଲ୍ ନିକଟରେ ବିସ୍ଫୋରଣ : ୭ ଛାତ୍ର ମୃତ, ପ୍ରାୟ ୧୦୦ ଆହତ

November 28, 2026

ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଆଇଇଏମ୍‌ଏସ୍‌

November 28, 2026

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

November 28, 2026
Latest News

ଖାଇକୁ ଖସିଲା କାର୍‌, ୭ ମହିଳାଙ୍କ ସମେତ ୮ ମୃତ

November 28, 2026

କାଠ ଖୋଦେଇ ଶିଳ୍ପରେ ସଫଳ ଶୁଭେନ୍ଦୁ

November 28, 2026

ଅଗ୍ନିବୀର ନିଯୁକ୍ତିର ଚୂଡ଼ାନ୍ତ ଫଳାଫଳ ପ୍ରକାଶ: ଏଭଳି କରନ୍ତୁ ଯାଞ୍ଚ

November 28, 2026

ଆଫଗାନିସ୍ତାନରେ ସ୍କୁଲ୍ ନିକଟରେ ବିସ୍ଫୋରଣ : ୭ ଛାତ୍ର ମୃତ, ପ୍ରାୟ ୧୦୦ ଆହତ

November 28, 2026

ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଆଇଇଏମ୍‌ଏସ୍‌

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.