Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଦ୍ଧବ ସେନାର ତିନି ଧାଡ଼ିଆ ହ୍ୱିପ୍, କାହିଁକି ଏତେ କଡ଼ା ହେଲା ଦଳ?
ଆଜିର ଖବର

ଉଦ୍ଧବ ସେନାର ତିନି ଧାଡ଼ିଆ ହ୍ୱିପ୍, କାହିଁକି ଏତେ କଡ଼ା ହେଲା ଦଳ?

November 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଂସଦରେ ପୁଣି ଥରେ ତେଜିବାକୁ ଯାଉଛି ରାଜନୈତିକ ଉଷ୍ମତା। ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବିଲ୍‌କୁ ନେଇ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ବା UBT ନିଜ ସାଂସଦମାନଙ୍କ ପାଇଁ ଜାରି କରିଛି ତିନି ଧାଡ଼ିଆ ହ୍ୱିପ୍। ଆସନ୍ତା ୩୦ ନଭେମ୍ବରରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଦଳର ଏହି ପଦକ୍ଷେପ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି।

ଶନିବାର ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ସାଂସଦମାନଙ୍କର ଏକ ବୈଠକ କରାଯାଇଥିଲା। ଏହା ସହିତ ସମସ୍ତ ଲୋକସଭା ସାଂସଦଙ୍କୁ ନଭେମ୍ବର ୨୯ ତାରିଖ ରବିବାର ଅପରାହ୍ନ ୪ଟାରେ ନୂଆଦିଲ୍ଲୀସ୍ଥିତ ଦଳୀୟ ସଂସଦୀୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦଳ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଏହି ବୈଠକରେ ସମ୍ବିଧାନ (ଏକ ଶହ ତିରିଶତମ ସଂଶୋଧନ) ବିଲ୍, ୨୦୨୬ ଏବଂ ସୀମା ନିର୍ଦ୍ଧାରଣ (ଦ୍ୱିତୀୟ) ବିଲ୍, ୨୦୨୬କୁ ନେଇ ବିସ୍ତୃତ ଆଲୋଚନା ହେବ। ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍‌ଗୁଡ଼ିକ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଗୃହରେ ଏହି ବିଲ୍‌ଗୁଡ଼ିକୁ ନେଇ ଦଳର ଆଭିମୁଖ୍ୟ, ରଣନୀତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ରହିବ, ସେନେଇ ସାଂସଦମାନଙ୍କ ସହ ଆଲୋଚନା କରାଯିବା ନେଇ ଦଳର ମୁଖ୍ୟ ସଚେତକ ଅନିଲ ଦେଶାଇ ତିନି ଧାଡ଼ିଆ ହ୍ୱିପ୍ ଜାରି କରିଛନ୍ତି।

ଏହି ବୈଠକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମସ୍ତ ସାଂସଦଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରାଯାଇଛି। ଦଳୀୟ ଅନୁମତି ବିନା କୌଣସି ସାଂସଦ ବୈଠକରେ ଅନୁପସ୍ଥିତ ରହିପାରିବେ ନାହିଁ। ଏପରିକି ହ୍ୱିପ୍ ଉଲ୍ଲଂଘନ କଲେ ଏହାକୁ ଗମ୍ଭୀରତାର ସହ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ସାଂସଦଙ୍କ ବିରୋଧରେ ଦଳ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ପଦକ୍ଷେପ ନିଆଯାଇପାରେ। ଏହାକୁ ନେଇ ଦଳ ନିଜ ସାଂସଦମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛି।

ମହିଳା ସଂରକ୍ଷଣ ଓ ଲୋକସଭା ଆସନର ସୀମା ନିର୍ଦ୍ଧାରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଗାମୀ ଅଧିବେଶନରେ ତୀବ୍ର ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଉଦ୍ଧବ ଠାକରେଙ୍କ ଦଳ କେଉଁ ଆଭିମୁଖ୍ୟ ଗ୍ରହଣ କରିବ ଏବଂ ସଂସଦରେ କିପରି ନିଜ ପକ୍ଷ ରଖିବ, ତାହା ଉପରେ ନଜର ରହିଛି। ତିନି ଧାଡ଼ିଆ ହ୍ୱିପ୍ ଜାରି କରି ଦଳ ଏହି ପ୍ରସଙ୍ଗରେ ନିଜ ସାଂସଦମାନଙ୍କୁ ଏକଜୁଟ୍ ରଖିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି।

#DelimitationBill #ParliamentSession2026 #ShivSenaUBT #ThreeLineWhip #UddhavThackeray womenreservationbill
Share. Facebook Twitter LinkedIn Email WhatsApp Copy Link

Related Posts

ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣାରେ ୪ ଶିଶୁଙ୍କ ସମେତ ୧୩ ଶ୍ରଦ୍ଧାଳୁ ମୃତ

November 29, 2026

ପଞ୍ଚମ ‘କାଶୀ ତାମିଲ ସଙ୍ଗମମ୍’ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି

November 29, 2026

ଭାରତ-ଡେନମାର୍କ ସମ୍ପର୍କକୁ ନୂଆ ଦିଶା: ସ୍ୱଚ୍ଛ ଶକ୍ତି ଓ ଜଳ ପରିଚାଳନା ନେଇ ବୁଝାମଣା

November 29, 2026

ସୋନିଆଙ୍କ ନାଗରିକତା ବିବାଦ: କୋର୍ଟରେ ଦିଲ୍ଲୀ ପୁଲିସର ଷ୍ଟାଟସ୍ ରିପୋର୍ଟ ଦାଖଲ

November 29, 2026
Latest News

ମିଆଁମାରରେ ସେନାର ବିମାନ ଆକ୍ରମଣ: ବିବାହ ଉତ୍ସବରେ ବୋମାମାଡ଼ ଯୋଗୁଁ ୩୦ ମୃତ

November 29, 2026

ଉଦ୍ଧବ ସେନାର ତିନି ଧାଡ଼ିଆ ହ୍ୱିପ୍, କାହିଁକି ଏତେ କଡ଼ା ହେଲା ଦଳ?

November 29, 2026

ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣାରେ ୪ ଶିଶୁଙ୍କ ସମେତ ୧୩ ଶ୍ରଦ୍ଧାଳୁ ମୃତ

November 29, 2026

ରାଜସ୍ୱ ପର୍ଷଦଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶ୍ରୀମନ୍ଦିର ଖାତାକୁ ଫେରିଲା ୮୧ ଏକରରୁ ଊର୍ଦ୍ଧ୍ୱ ବହୁମୂଲ୍ୟ ଜମି

November 29, 2026

ବାଲିଯାତ୍ରାରେ ପ୍ରବଳ ଜନସମାଗମ: ସତର୍କ ରହିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.