Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାତ୍ରା ମଞ୍ଚରେ ମହାଭାରତ, ବାହାରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଯୁବକ ଗୁରୁତର
ଆଜିର ଖବର

ଯାତ୍ରା ମଞ୍ଚରେ ମହାଭାରତ, ବାହାରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଯୁବକ ଗୁରୁତର

November 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗଞ୍ଜାମ: ଯାତ୍ରା ଚାଲିଥିବା ବେଳେ ଅଚାନକ ରକ୍ତାକ୍ତ ସଂଘର୍ଷ। ମଞ୍ଚରେ ମହାଭାରତ ନାଟକ ପରିବେଷଣ ହେଉଥିବା ସମୟରେ ଘଟିଲା ଛୁରାମାଡ଼। ଏଭଳି ହିଂସାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟା ଗାଁରେ। ଏହି ଘଟଣାରେ କାହ୍ନା ନାହାକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଛୁରାମାଡ଼ କରିଥିବା ଅଭିଯୋଗରେ ଥିବା ବାଦଲ ପାହାନ ଓ ଭୋଳା ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ତୋଟା ଗାଁରେ କୋଠିଶାଳ ଯାତ୍ରା ଚାଲିଥିବା ବେଳେ ମହାଭାରତ ନାଟକ ପରିବେଷଣ ହେଉଥିଲା। ଏହି ସମୟରେ କୌଣସି କାରଣକୁ ନେଇ ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହା ଉଗ୍ରରୂପ ନେବା ସହ ଛୁରାମାଡ଼ରେ ପରିଣତ ହୋଇଥିଲା। ଏଥିରେ କାହ୍ନା ନାହାକ ଗୁରୁତର ଆହତ ହୋଇଥିବା ବେଳେ ବାଦଲ ଓ ଭୋଳା ମଧ୍ୟ ଆହତ ହୋଇଥିଲେ।

ଘଟଣା ପରେ ତିନି ଜଣଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କାହ୍ନାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସେପଟେ ଚିକିତ୍ସା ପରେ ବାଦଲ ଓ ଭୋଳାଙ୍କୁ ପୁଲିସ ଥାନାକୁ ନେଇ ଅଟକ ରଖିଛି।

ଖଲ୍ଲିକୋଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଛୁରାମାଡ଼ର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ଚାଲିଥିବା ସମୟରେ ଏଭଳି ହିଂସାକାଣ୍ଡ ଘଟିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଅପରାଧ ଛୁରାମାଡ
Share. Facebook Twitter LinkedIn Email WhatsApp Copy Link

Related Posts

ବୋଲେରୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇନେଲେ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

November 28, 2026

ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ଦୁଇଦିନିଆ ‘ପ୍ରକୃତି ମେଳା

November 28, 2026

ମାଓ ଡମ୍ପ୍‌ରୁ ୩.୮୪ କିଲୋ ସୁନା ଜବତ

November 28, 2026

ଖାଇକୁ ଖସିଲା କାର୍‌, ୭ ମହିଳାଙ୍କ ସମେତ ୮ ମୃତ

November 28, 2026
Latest News

ଯାତ୍ରା ମଞ୍ଚରେ ମହାଭାରତ, ବାହାରେ ରକ୍ତାକ୍ତ ସଂଘର୍ଷ; ଛୁରାମାଡ଼ରେ ଯୁବକ ଗୁରୁତର

November 28, 2026

ବୋଲେରୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇନେଲେ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

November 28, 2026

ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ଦୁଇଦିନିଆ ‘ପ୍ରକୃତି ମେଳା

November 28, 2026

ମାଓ ଡମ୍ପ୍‌ରୁ ୩.୮୪ କିଲୋ ସୁନା ଜବତ

November 28, 2026

ଖାଇକୁ ଖସିଲା କାର୍‌, ୭ ମହିଳାଙ୍କ ସମେତ ୮ ମୃତ

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.